Categories: ସ୍ପେଶାଲ

ରହସ୍ୟମୟ ଶିବ ମନ୍ଦିର : ଏହି ଗୋଟିଏ ଦିନ ଶିବଲିଙ୍ଗ ଚାରିପଟେ ଗୁଡାଇହୋଇ ରହେ ସାପ

ଶିବଙ୍କର ପ୍ରତିମା ଦେଖିବା ମାତ୍ରେ ମନକୁ ଶାନ୍ତି ଅନୁଭବ ହୋଇଥାଏ । ତାଙ୍କର ଜଟାରୁ ବହୁ ଥିବା ଗଙ୍ଗା ଏବଂ ଗଳାରେ ଝୁଲି ଥିବା ସାପ ତାଙ୍କୁ ଆହୁରି ମନମୋହକ କରିଥାଏ । ଭାରତ ବର୍ଷରେ ଭଗବାନ ଶିବଙ୍କର ଅନେକ ମନ୍ଦିର ସ୍ଥାପିତ ହୋଇଛି ଏବଂ ସବୁ ମନ୍ଦିର ନିଜର ବିଶେଷ ଗୁଣ ଓ ଚତ୍ମକାରିତା ପାଇଁ ଜଣା ଯାଇଥାଏ ।

ଆଜି ଆମେ ଆପଣଙ୍କୁ ଓଡିଶାର ଟିଟଲାଗଡରେ ଥିବା ଧବଳେଶ୍ବର ମହାଦେବ ମନ୍ଦିର ବିଷୟରେ କହିବାକୁ ଯାଉଛୁ । ଏହି ମନ୍ଦିରରେ ଅନେକ ରହସ୍ୟ ଯୋଡି ହୋଇରହିଛି । ତ’ ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ ।

ଏହି ମନ୍ଦିରଟି କୁମଡା ପାହଡ ଉପରେ ରହିଛି । ଏହି ଶିବ ମନ୍ଦିରର ଆକାର ଗୋଲାକାର । ଏଠିକାର ସ୍ଥାନିୟ ଲୋକମାନଙ୍କର କହିବା ଅନୁସାରେ ଏହି ମନ୍ଦିରରେ ଗୋଟେ ସାପକୁ ବହୁତ ଥର ଦେଖିବାକୁ ମିଳେ । ଏହି ସାପଟି ମହାଶିବ ରାତ୍ରି ଦିନରେ ମନ୍ଦିରକୁ ଆସି ଶିବଲିଙ୍ଗକୁ ଗୁଡାଇ ହୋଇ ରହିଥାଏ । ସାପଟି କେତେବେଳେ ଏଠାକୁ ଆସେ କେତେବେଳେ ଯାଏ ଏ ବିଷୟରେ କେହି ଆଜି ଯାଏ ଜାଣି ନାହାଁନ୍ତି ।

ଏକ ରିର୍ପୋଟରୁ ଜଣା ପଡିଛି ଶ୍ରାବଣ ମାସ ରାତିରେ ମଧ୍ୟ ଏହି ସାପ ଆସିଥାଏ । ଏହା କୌଣସି ରହସ୍ୟ ଠାରୁ କମ୍ ନୁହେଁ ।
ଟିଟଲାଗଡର ସ୍ଥାନିୟ ନାଗରିକଙ୍କ କହିବା ଅନୁସାରେ ସାପ ଶିବଲିଙ୍ଗର ଚାରିପଟେ ରହିଥାଏ । ଶ୍ରାବଣର ମାସରେ ଏଠାକୁ ଶ୍ରଦ୍ଧାଳୁମାନେ ବେଲ ପତ୍ର, କ୍ଷୀର, ଜଳ ଭଗବାନ ଶଙ୍କରଙ୍କ ଉପରେ ଚଢାଇଥାନ୍ତି କିନ୍ତୁ ସାପ ସେମିତି ସେହି ସ୍ଥାନରେ ରହିଥାଏ । ସେ ନିଜ ସ୍ଥାନରୁ ତିଳେ ମାତ୍ର ଘୁଚିଂ ନଥାଏ କିନ୍ତୁ କିଛି ଦିନ ରହିବା ପରେ ଏହି ସପାଟି ଅଚାନକ୍ କୁଆଡେ ଚାଲିଯାଇଥାଏ ।

ଆହୁରି ପଢନ୍ତୁ : କଳି ଯୁଗର ଅନ୍ତରେ ଉଠିବେ ଏହି ନନ୍ଦୀ ମହାରାଜା

ଏହି କଥାଟି ଆଜି ଯାଏ କେହିବି ଜାଣି ନାହାଁନ୍ତି । ମନ୍ଦିରର ପୂଜାରିଙ୍କ କହିବା ଅନୁସାରେ ଏହି ସାପଟି କାହାର କ୍ଷତି କରି ନଥାଏ କେବଳ ଶିବଲିଙ୍ଗକୁ ଉପରେ ସେମିତି ଦିନ ସାରେ ଗୁଡାଇ ହୋଇ ରହିଥାଏ ।

ଏହି ମନ୍ଦିର ସହିତ ଜଡିତ ଆଉ ଏକ ରହସ୍ୟ ଯୋଡି ରହିଛି ଯାହା ଜାଣିଲା ପରେ ଆପଣ ଆଶ୍ଚଯ୍ୟ ହୋଇଯିବେ । ଏଠାରେ ବାହାରେ ଗରମର ମାତ୍ରା ୪୮ ରୁ ୫୦ ଡିଗ୍ରୀ ସେଲସିୟସ୍ ଥିବା ବେଳେ ମନ୍ଦିର ଭିତରେ ବହୁତ ଥଣ୍ଡା ଲାଗିଥାଏ । ଯଦି ଆପଣ ମନ୍ଦିରର କବାଟ ବନ୍ଦ କରିଦେବେ ତେବେ ଏହା ବହୁତ ଥଣ୍ଡା ହୋଇଯାଇଥାଏ ।

ମନ୍ଦିର ଭିତରେ ଯେଉଁ ବ୍ୟକ୍ତି ଅଧିକ ସମୟ ଯାଏ ରହିଥାନ୍ତି ସେମାନଙ୍କୁ କମ୍ବଳର ଆବଶ୍ୟକତା ପଡିଥାଏ । ଏହାର ମାନେ ବାହାରେ ଯେତେ ଗରମ ଥାଉନା କହିଁକି ଭିତରେ ଏସି ପରି ଥଣ୍ଡା ରହିଥାଏ । ବାହାରେ ଗରମ ଯେତେଯେତେ ବଢି ଚାଲିଥାଏ ଭିତରେ ଥଣ୍ଡା ସେତେସେତେ ବଢି ଚାଳିଥାଏ । ଏହା କେଉଁ କାରଣ ପାଇଁ ଏଠାରେ ହୋଇଥାଏ କେହିବି ଏହାର କାରଣ କାହାକୁ ଜଣା ନାହିଁ ।

ପୌରାଣିକ ମାନ୍ୟତା ଅନୁସାରେ ଏହି ମନ୍ଦିରଟି ୩୨୦୦ ବର୍ଷ ତଳର ପୁରୁଣା ମନ୍ଦିର ଅଟେ । କିଛି ଲୋକଙ୍କର ଭାବନା ଏହାକି, ପ୍ରତିମା ପାଇଁ ଏହି ଥଣ୍ଡା ଆସୁଛି ।

KNews Bureau

Recent Posts

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

26 mins ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

1 hour ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

2 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

2 hours ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

2 hours ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

3 hours ago