Categories: ସ୍ପେଶାଲ

ଅଦ୍ଭୁତ ଏବଂ ରହସ୍ୟମୟ ଏହି ମନ୍ଦିର, ଯେଉଁଠାରେ ଭଗବାନଙ୍କ ପ୍ରତିମାରୁ ବାହାରିଥାଏ ଝାଳ

ବିଶ୍ବରେ ଏପରି କିଛି ମନ୍ଦିର ରହିଛି, ଯେଉଁଠାରେ ଭିନ୍ନ ଭିନ୍ନ ଚମତ୍କାରୀ ଦେଖିବାକୁ ମିଳିଥାଏ। ଏହି ଚମତ୍କାରିତା ପାଇଁ ମନ୍ଦିରଟି ଲୋକମାନଙ୍କ  ଆସ୍ଥାର ପ୍ରତୀକ ହୋଇ ପାରିଛି। ଏଭଳି ଏକ ଅଦ୍ଭୁତ ମନ୍ଦିର ରହିଛି, ଯେଉଁଠାରେ ଭଗବାନ ଉଚ୍ଚା ଥଣ୍ଡା ପାହାଡ ଉପରେ ଅବସ୍ଥିତ ହେବା ପରେ ମଧ୍ୟ ତାଙ୍କ ପ୍ରତିମାରେ ଝାଳ ଆସିଥାଏ। ଏଭଳି ହେବାର କାରଣ ପଛରେ ଆଜି ପର‌୍ୟ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ଆଜ୍ଞା ହଁ ଭାରତରେ ଏଭଳି କିଛି ମନ୍ଦିର ଅବସ୍ଥିତ, ଯେଉଁଠାରେ ଭଗବାନଙ୍କ ପ୍ରତିମାରୁ ଝାଳ ବାହାରିଥାଏ।

ହିମାଞ୍ଚଳର ପ୍ରସିଦ୍ଧ ଦେବୀ ପୀଠ

ଦେବ ଭୂମି ହିମାଞ୍ଚଳ ପ୍ରଦେଶରେ ଭଲେଇ ମାତାଙ୍କ ମନ୍ଦିର ଅବସ୍ଥିତ। ଏହି ମନ୍ଦିରର ରହସ୍ୟ ଖୁବ୍ ଆଶ୍ଚର‌୍ୟ୍ୟକର। ଏହି ମନ୍ଦିରର ସ୍ଥାପନା ବିଷୟରେ କହିବାକୁ ଗଲେ ଏଠାରେ ଭଗବାନଙ୍କ ମନ୍ଦିର ସ୍ବଂୟ ପ୍ରକଟ ହୋଇଛି। ଏହାପରେ ମା’ ଙ୍କ ପ୍ରତିମା ପ୍ରକଟ ହେବା ପରେ ସେହି ସ୍ଥାନରେ ମନ୍ଦିର ସ୍ଥାପନା କରାଯାଇଥିଲା। ଏହି ମନ୍ଦିରରେ ସ୍ଥାପନା କରାଯାଇଥିବା ମା’ ଙ୍କ ପ୍ରତିମାରେ ଝାଳ ବାହାରିଥାଏ। କିନ୍ତୁ ଏହି ସମ୍ପର୍କରେ ମନ୍ଦିରର ପୂଜାରୀ କହିଥାନ୍ତି, ଏହାର ରହସ୍ୟ ସମ୍ପର୍କରେ ଆଜି ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

କାର୍ତ୍ତିକେୟ ମୁରୁଗାର ସିକ୍କଲ ସିଂଗାରଭେଲାଭର ମନ୍ଦିର

ତାମିଲନାଡୁର କାର୍ତ୍ତିକେୟ ମୁରୁଗାର ସିକ୍କଲ ସିଂଗାରଭେଲାଭର ମନ୍ଦିରରେ ମଧ୍ୟ ଏଭଳି କିଛି ଚମତ୍କାର ଦେଖିବାକୁ ମିଳିଥାଏ। ଏଠାରେ ଅବସ୍ଥିତ ତିବା ଭଗବାନଙ୍କ ମୂର୍ତ୍ତିରେ ମଧ୍ୟ ଝାଳ ବାହାରିଥାଏ। ଏହି ମନ୍ଦିରର ରହସ୍ୟ ବିଷୟରେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଏଠାରେ ପ୍ରତ୍ୟେକ ବର୍ଷ ଅକ୍ଟୋବର ରୁ ନଭେମ୍ବର ମାସ ମଧ୍ୟରେ ଆୟୋଜିତ ହେଉଥିବା ଉତ୍ସବରେ ଭଗବାନ ସୁବ୍ରମଣ୍ୟଙ୍କ ପଥର ମୂର୍ତ୍ତିରେ ମଧ୍ୟ ଝାଳ ବାହାରିଥାଏ। ପୁରାଣ ଶାସ୍ତ୍ର ଅନୁଯାୟୀ ଏହି ଉତ୍ସବ ରାକ୍ଷସ ସୁରପଦମନ ଉପରେ ଭଗବାନ ସୁବ୍ରମଣ୍ୟଙ୍କ ବିଜୟ ପାଇଁ ପାଳନ କରାଯାଇଥାଏ।

ବିଶେଷ କଥା ହେଉଛି ଏହି ଉତ୍ସବ ସମାପ୍ତ ହୋଇଆସିବା ସମୟରେ ଭଗବାନଙ୍କ ଝାଳ ବାହାରିବା କମ ହେବାକୁ ଲାଗିଥାଏ। ଏଠାରେ ମନ୍ଦିରର ପୂଜାରୀ ଭଗବାନଙ୍କ ଝାଳକୁ ଶ୍ରଦ୍ଧାଳୁମାନଙ୍କ ଉପରକୁ ଛିଞ୍ଚିଥାନ୍ତି। ସେହିପରି ମଧ୍ୟପ୍ରଦେଶର ଜବଲପୁରରେ ଅବସ୍ଥିତ ମା’ କାଳୀଙ୍କ ମନ୍ଦିରରେ ମଧ୍ୟ ଏହି ଚମତ୍କାରୀ ଦୃଶ୍ୟ ଦେଖିବାକୁ ମିଳିଥାଏ। ଏହି ମନ୍ଦିରରେ ମା ଗରମ ସହ୍ୟ କରିପାରିନଥାନ୍ତି। ତାପମାତ୍ରା ବଢିବା ମାତ୍ରେ ହିଁ ମା ଙ୍କର ଝାଳ ବାହାରିବାକୁ ଲାଗିଥାଏ। ଯେଉଁ କାରଣରୁ ଏହି ମନ୍ଦିରରେ ୨୪ ଘଣ୍ଟା ଏସି ଚାଲିଥାଏ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

12 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

31 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

39 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

56 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago