ବାର୍ଷିକ ୧୦ ଲକ୍ଷ ଟଙ୍କା ଉଠାଉଛନ୍ତି କି? ଦେବାକୁ ପଡିପାରେ ଆପଣଙ୍କୁ ଟ୍ୟାକ୍ସ

ନୂଆଦିଲ୍ଲୀ : ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମୋଦୀ ସରକାର ନେଇ ପାରନ୍ତି ନିଷ୍ପତ୍ତି । ଯେଉଁଥି ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କା ଉଠାଉଥିବା ବ୍ୟକ୍ତିଙ୍କ ଉପରେ ଟ୍ୟାକ୍ସ ଲଗାଇବା ପାଇଁ ଚିନ୍ତା କରିଛନ୍ତି ମୋଦୀ ସରକାର। ସରକାରଙ୍କ କହିବା ଅନୁଯାୟୀ ଅଧିକାଂଶ ବ୍ୟକ୍ତି ଓ ବ୍ୟବସାୟୀମାନଙ୍କୁ ବାର୍ଷିକ ୧୦ ଲକ୍ଷରୁ ଅଧିକ ଟଙ୍କା ଉଠାଣର ଆବଶ୍ୟକତା ନାହିଁ। ଏନେଇ ସରକାର ଆଲୋଚନା ମଧ୍ୟ ଆରମ୍ଭ କରି ଦେଇଛନ୍ତି। ମାତ୍ର ଏହି ଯୋଜନାକୁ ନେଇ ଏଯାଏଁ କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ।

ମିଳିଥିବା ସୂଚନା ଅନୁସାରେ, ଆଧାର ବାଧ୍ୟତାମୂଳକ ପ୍ରସଙ୍ଗ ମଧ୍ୟ ବଚାରାଧୀନ ରହିଛି। ୫୦ ହଜାରରୁ ଅଧିକ ଟଙ୍କା ଜମା କରିବା ସମୟରେ ପ୍ୟାନ୍‍ କାର୍ଡ଼ ଯେପରି ବାଧ୍ୟତାମୂଳକ ସେହିପରି ଅଧିକ ଟଙ୍କା ନେଣଦେଣ ପାଇଁ ଆଧାର ପ୍ରମାଣପତ୍ରକୁ ମଧ୍ୟ ବାଧ୍ୟତାମୂଳକ କରାଇବା ପ୍ରସ୍ତାବକୁ ନେଇ ବିଚାର ଜାରି ରହିଛି। କାଗଜ ମୁଦ୍ରାର ପ୍ରଚଳନକୁ କମ୍‍ କରିବା ଓ କଳାଧନ ଉପରୁ ପରଦା ଉଠାଇବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

Sonalisa

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

21 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

29 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

46 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago