ସ୍ପେଶାଲ

ବାଂଶପାଳର ସୁନା ଝିଅ ନନ୍ଦିନୀ, ଆତ୍ମନିର୍ଭରଶୀଳର ଦିଗନ୍ତ ଉଦାହରଣ

ବାଂଶପାଳ: ଝିଅ ବି କୌଣସି ଗୁଣରେ କମ୍ ନୁହଁନ୍ତି । ଏ ଉକ୍ତିର ପ୍ରମାଣ ଦେବା ଆଉ ଆଜିକା ସମୟରେ ଆବଶ୍ଯକତା ହିଁ ନାହିଁ। କାହିଁକି ନା ଆଜି ନାରୀ ନିଜର ପାରଦର୍ଶିତା ସବୁ ସ୍ଥାନରେ ଦେଖାଇସାରିଛି। ତେବେ ଆଜି ଏମିତି ଏକ କାହାଣୀ ଆମେ ଆପଣଙ୍କୁ ଜଣାଇବୁ ଯାହାକୁ ଦେଖିବା ପରେ ଆପଣ ନିଶ୍ଚିତ କହିବେ ସାବାସ୍ …

କେନ୍ଦୁଝର ଜିଲ୍ଲା ଆଦିବାସୀ ବହୁଳ ବାଂଶପାଳ ବ୍ଲକ ଆମୁଣି ଗାଁର ନନ୍ଦିନୀ ଦେହୁରୀ। ଯିଏ ଯୁବପୀଢିଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ଏଠି ସେଠି ହାତ ନପତାଇ ନିଜେ ସ୍ବାଧୀନତାର ସହ ପକାଇଛନ୍ତି ଧାନ କଳ। ଅଧିକ ରୋଜଗାର ସହ ହୋଇଛନ୍ତି ଆତ୍ମନିର୍ଭରଶୀଳ। ଆଦିବାସୀ ଅଞ୍ଚଳର ହୋଇ ମଧ୍ଯ ସେ ନିଜ ଗାଁରେ ରହି କିଛି କରିବାକୁ ଚାହିଁଥିଲେ। ଆଉ ସେବେଠାରୁ ସେ ପରିଶ୍ରମ କରିଚାଲିଛନ୍ତି । ଯାହା ତାଙ୍କୁ ସଫଳତାର ପାହାଚ ଚଢାଇ ଚାଲିଛି। ଅନ୍ୟ ମାନଙ୍କ ପରି ମୂଲ ମଜୁରୀ ବଦଳରେ ଆତ୍ମନିର୍ଭର ହେବାର ଅନୁକୂଳ ରାସ୍ତା ବାହାର କରିଛନ୍ତି । ବ୍ୟାଙ୍କରୁ ଋଣ ଆଣି ଗାଁରେ ଧାନ କଳ ପକାଇଛନ୍ତି । ଖାଲି ଏତିକି ନୁହେଁ ଗାଁ ରେ ଏକ ତେଜରାତି ଦୋକାନ ମଧ୍ଯ ଦେଇଛନ୍ତି ନନ୍ଦିନୀ। ଏହି ଦୁଇଟି ସଂସ୍ଥାରୁ ମାସକୁ ୩୦ହଜାର ରୁ ଅଧିକ ରୋଜଗାର କରି ଆତ୍ମ ନିର୍ଭର ହୋଇଛନ୍ତି।

ତା ସହ ଗୋଟେ ଯାତାୟାତ ପାଇଁ ମଟର ସାଇକେଲଟେ ମଧ୍ୟ କରିଛନ୍ତି । ଆଉ ବୟସର ଅପରାହ୍ନରେ ଥିବା ବାପାଙ୍କର ସହାରା ପାଲଟିଛନ୍ତି । ପୁଅ ଭଳି ନିଜର କର୍ତ୍ତବ୍ଯ ସମ୍ପାଦନ କରୁଛନ୍ତି । ଆଗକୁ ନୂତନ କିଛି ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ନନ୍ଦିନୀ । ନିଜର ଇଛାଶକ୍ତି ଓ ଉଦ୍ୟମ ବଳରେ ଏହି ଆଦିବାସୀ ଝିଅଟି ସଫଳତା ହାସଲ କରିଛି ସତ ହେଲେ ସରକାର ପ୍ରୋତ୍ସାହନ ମିଳିଲେ ଆହୁରି ଆଗକୁ ଅଗ୍ରସର ହୋଇପାରନ୍ତା ।

 

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

6 hours ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

7 hours ago

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

8 hours ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

8 hours ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

9 hours ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

10 hours ago