Below header

ବାଂଶପାଳର ସୁନା ଝିଅ ନନ୍ଦିନୀ, ଆତ୍ମନିର୍ଭରଶୀଳର ଦିଗନ୍ତ ଉଦାହରଣ

ବାଂଶପାଳ: ଝିଅ ବି କୌଣସି ଗୁଣରେ କମ୍ ନୁହଁନ୍ତି । ଏ ଉକ୍ତିର ପ୍ରମାଣ ଦେବା ଆଉ ଆଜିକା ସମୟରେ ଆବଶ୍ଯକତା ହିଁ ନାହିଁ। କାହିଁକି ନା ଆଜି ନାରୀ ନିଜର ପାରଦର୍ଶିତା ସବୁ ସ୍ଥାନରେ ଦେଖାଇସାରିଛି। ତେବେ ଆଜି ଏମିତି ଏକ କାହାଣୀ ଆମେ ଆପଣଙ୍କୁ ଜଣାଇବୁ ଯାହାକୁ ଦେଖିବା ପରେ ଆପଣ ନିଶ୍ଚିତ କହିବେ ସାବାସ୍ …

nandiniକେନ୍ଦୁଝର ଜିଲ୍ଲା ଆଦିବାସୀ ବହୁଳ ବାଂଶପାଳ ବ୍ଲକ ଆମୁଣି ଗାଁର ନନ୍ଦିନୀ ଦେହୁରୀ। ଯିଏ ଯୁବପୀଢିଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ଏଠି ସେଠି ହାତ ନପତାଇ ନିଜେ ସ୍ବାଧୀନତାର ସହ ପକାଇଛନ୍ତି ଧାନ କଳ। ଅଧିକ ରୋଜଗାର ସହ ହୋଇଛନ୍ତି ଆତ୍ମନିର୍ଭରଶୀଳ। ଆଦିବାସୀ ଅଞ୍ଚଳର ହୋଇ ମଧ୍ଯ ସେ ନିଜ ଗାଁରେ ରହି କିଛି କରିବାକୁ ଚାହିଁଥିଲେ। ଆଉ ସେବେଠାରୁ ସେ ପରିଶ୍ରମ କରିଚାଲିଛନ୍ତି । ଯାହା ତାଙ୍କୁ ସଫଳତାର ପାହାଚ ଚଢାଇ ଚାଲିଛି। ଅନ୍ୟ ମାନଙ୍କ ପରି ମୂଲ ମଜୁରୀ ବଦଳରେ ଆତ୍ମନିର୍ଭର ହେବାର ଅନୁକୂଳ ରାସ୍ତା ବାହାର କରିଛନ୍ତି । ବ୍ୟାଙ୍କରୁ ଋଣ ଆଣି ଗାଁରେ ଧାନ କଳ ପକାଇଛନ୍ତି । ଖାଲି ଏତିକି ନୁହେଁ ଗାଁ ରେ ଏକ ତେଜରାତି ଦୋକାନ ମଧ୍ଯ ଦେଇଛନ୍ତି ନନ୍ଦିନୀ। ଏହି ଦୁଇଟି ସଂସ୍ଥାରୁ ମାସକୁ ୩୦ହଜାର ରୁ ଅଧିକ ରୋଜଗାର କରି ଆତ୍ମ ନିର୍ଭର ହୋଇଛନ୍ତି।

girlତା ସହ ଗୋଟେ ଯାତାୟାତ ପାଇଁ ମଟର ସାଇକେଲଟେ ମଧ୍ୟ କରିଛନ୍ତି । ଆଉ ବୟସର ଅପରାହ୍ନରେ ଥିବା ବାପାଙ୍କର ସହାରା ପାଲଟିଛନ୍ତି । ପୁଅ ଭଳି ନିଜର କର୍ତ୍ତବ୍ଯ ସମ୍ପାଦନ କରୁଛନ୍ତି । ଆଗକୁ ନୂତନ କିଛି ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ନନ୍ଦିନୀ । ନିଜର ଇଛାଶକ୍ତି ଓ ଉଦ୍ୟମ ବଳରେ ଏହି ଆଦିବାସୀ ଝିଅଟି ସଫଳତା ହାସଲ କରିଛି ସତ ହେଲେ ସରକାର ପ୍ରୋତ୍ସାହନ ମିଳିଲେ ଆହୁରି ଆଗକୁ ଅଗ୍ରସର ହୋଇପାରନ୍ତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.