ସାମାନ୍ୟ ଆସ୍ୱସ୍ତିକର ଖବର ଦେଉଛି କରୋନା ! ଦେଶରେ ୨୪ ଘଣ୍ଟାରେ ୫୫,୩୪୨ ନୂଆ କେସ, ୭୦୬ ଲୋକଙ୍କର ଗଲା ପ୍ରାଣ

ନୂଆଦିଲ୍ଲୀ : ଦେଶରେ ଆସ୍ୱସ୍ତିକର ଖବର ଦେଉଛି କରୋନା, କମୁଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ କରୋନା ୫୫ ହଜାର ୩୪୨ ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୭୦୬ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

ନୂଆ କେସ ବିଷୟରେ କହିବା ତ ଏହି ସଂଖ୍ୟା ଗତ ଦୁଇ ମାସ ଭିତରେ ସବୁଠାରୁ କମ୍‌। ବିଗତ ୫ ସପ୍ତାହ ଧରି କ୍ରମାଗତ ଭାବେ କମୁଛି ସଂକ୍ରମିତଙ୍କ ସଂଖ୍ୟା। ଏବେ ଦେଶରେ ୯ ଲକ୍ଷ ତଳେ ସକ୍ରିୟ ରହିଛି କରୋନା ସଂକ୍ରମଣ ସଂଖ୍ୟା ।

ସୁସ୍ଥଙ୍କ ସଂଖ୍ୟା ବଢ଼ୁଥିବାରୁ ପଜିଟିଭ୍‌ ମାମଲା କମୁଛି । ବିଗତ ୫ ସପ୍ତାହର ଏକ ହାରାହାରି ସଂଖ୍ୟା ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଗତ ସପ୍ତାହରେ ଅର୍ଥାତ୍ ୭ରୁ ୧୨ ତାରିଖ ମଧ୍ୟରେ ସଂକ୍ରମଣର ହାରାହାରି ହାର ରହିଛି ୭୨ ହଜାର ୫୭୬ । ଏହା ପୂର୍ବରୁ ସେପଟେମ୍ବର ୯ରୁ ୧୫ ଭିତରେ ଏହି ସଂଖ୍ୟା ଥିଲା ୯୨ ହଜାର ୮୩୦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.