ଆଜି ରାଜ୍ଯରେ ୨୨୭୫ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୭ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯର ୩୦ଟି ଜିଲ୍ଲାରୁ ୨୨୭୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରେ କ୍ୱାରେଣ୍ଟାଇନ୍‌ରୁ ୧୩୧୮ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୯୫୭। ଖୋର୍ଦ୍ଧାରୁ ସର୍ବାଧିକ ୩୬୪ ପଜିଟିଭ୍‌ ରହିଛନ୍ତି। ସୁନ୍ଦରଗଡ଼ରୁ ୧୫୦, କଟକ, ୧୪୪, ଅନୁଗୁଳରୁ ୧୩୬, ବାଲେଶ୍ୱରରୁ ୧୧୧ ଓ ମୟୁରଭଞ୍ଜରୁ ୧୧୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୨,୫୬,୯୩୭କୁ ବୃଦ୍ଧି ପାଇଛି। ରାଜ୍ୟରେ ୨୫ ହଜାର ୬୩୫ ଚିକିତ୍ସିତ ହେଉଥିବା ବେଳେ ୨ ଲକ୍ଷ ୩୦ ହଜାର ୧୯୨ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଆଜି ରାଜ୍ଯରେ କରୋନା ନେଇଛି ୧୭ଜଣଙ୍କ ଜୀବନ । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା  ୧୦୫୭ରେ ପହଁଚିଛି। ମୃତକଙ୍କ ଭିତରେ ମୟୂରଭଞ୍ଜରେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ, ଭୁବନେଶ୍ୱରରୁ ୩ ଜଣଙ୍କର ମୃତ୍ୟୁ ଘଟିଛି।

ସେହିପରି ପୁରୀ, ସୁନ୍ଦରଗଡରୁ ୨ ଜଣ ଲେଖାଏ କରୋନ ରୋଗୀ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷେ ବାଲେଶ୍ୱର, ବଲାଙ୍ଗୀର, ଜଗତସିଂହପୁର, ଝାରସୁଗୁଡା, କେନ୍ଦ୍ରାପଡାରେ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.