Below header

ରିପବ୍ଲିକ ଟିଭି ଏବଂ ଟାଇମ୍ସ ନାଓ ସହ ୪ ସାମ୍ବାଦିକ ନାମରେ କୋର୍ଟକୁ ଗଲା ଏହି ୩୮ଟି ପ୍ରଡକ୍ସନ ହାଉସ୍‌

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡ ଇଣ୍ଡଷ୍ଟ୍ରୀରେ ହଇଚଇ ସୃଷ୍ଟି ହୋଇଛି। ସୁଶାନ୍ତଙ୍କ ଫ୍ୟାନ ବଲିଉଡକୁ ଦୋଷ ଦେଉଥିବା ବେଳେ ଆଉ କେତେକ ମିଡିଆ ହାଉସ ମଧ୍ୟ ଇଣ୍ଡଷ୍ଟ୍ରୀ ଛବି ଖରାପ କରିଥିବାରୁ ୩୮ଟି ଫିଲ୍ମ ପ୍ରଡକ୍ସନ ହାଉସ ଓ କମ୍ପାନୀ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ କିଛି ଗଣମାଧ୍ୟମ ବିରୋଧରେ ମାମଲା ଦାଏର କରାଯାଇଛି । ସେହିପରି ୪ଜଣ ସାମ୍ବାଦିକଙ୍କ ବିରୋଧରେ ମଧ୍ୟ କୋର୍ଟରେ ଆବେଦନ କରାଯାଇଛି । ଏହାସହ ଅପମାନଜନକ ଓ ବଦନାମ କରିବା ପାଇଁ ଷଡଯନ୍ତ୍ର ରଚୁଥିବା କିଛି ଟିଭି ଚ୍ୟାନେଲ୍ ଓ ସାମ୍ବାଦିକଙ୍କକୁ ରୋକିବା ପାଇଁ ଅପିଲ କରାଯାଇଛି । ଏହି ଆବେଦନ ଦାଖଲ କରିଥିବା ପ୍ରଡକ୍ସନ ହାଉସ୍ ମଧ୍ୟରେ ଶାହରୁଖ ଖାନ, ସଲମାନ ଖାନ, ଅମିର ଖାନ, ଅଜୟ ଦେବଗନଙ୍କ ହାଉସ୍ ରହିଛି ।

ଗତ ୪ ମାସରେ ଅନେକ ଗଣମାଧ୍ୟମ ରିପୋର୍ଟରେ ବଲିଉଡକୁ ନେଇ ଅନେକ କିଛି କୁହାଯାଉଛି। ବଲିଉଡ୍ ଡ୍ରଗ୍ସ ଲିଙ୍କରେ ଅନେକ ସେଲିବ୍ରିଟିଙ୍କୁ ଏଥିରେ ଯୋଡାଯାଇଛି। ଦିଲ୍ଲୀ ହାଇକୋର୍ଟରେ ଯେଉଁ ଆବେଦନ ହୋଇଛି ସେଥିରେ ରିପବ୍ଲିକ୍ ଟିଭି ଓ ଟାଇମ୍ସ ନାଓର ନାଁ ରହିଛି। ଏହାସହ ଅର୍ଣ୍ଣବ ଗୋସ୍ୱାମୀ, ପ୍ରଦୀପ ଭଣ୍ଡାରୀ, ରାହୁଲ ଶିବଶଙ୍କର ଓ ନାବିକା କୁମାରଙ୍କ ନାଁ ମଧ୍ୟ ରହିଛି । ଏହାସହ ନ୍ୟୁଜ୍ ଚ୍ୟାନେଲକୁ କିଛି କଣ୍ଟେଣ୍ଟ୍ ହଟାଇବାକୁ ମଧ୍ୟ ଦାବି କରାଯାଇଛି ।

ଅଭିଯୋଗ ହୋଇଛି ଯେ, ଏହି ଚ୍ୟାନେଲ ଗୁଡିକରେ ବଲିଉଡକୁ ନେଇ ଅନେକ ଅପଶବ୍ଦ ପ୍ରୟୋଗ କରାଯାଇଛି ।ଏହାପରେ ୩୪ଟି ବଡ ପ୍ରଡକ୍ସନ ହାଉସ ଓ ୪ଟି ପ୍ରଡକ୍ସନ ସଂସ୍ଥା ଏକାଠି ହୋଇ ସ୍ୱର ଉତ୍ତୋଳନ କରିଛନ୍ତି । ଏହି ତାଲିକାରେ, ଅମିର ଖାନ ପ୍ରଡକ୍ସନ ହାଉସ, ଶାହରୁଖ ଖାନଙ୍କ କମ୍ପାନୀ ରେଡ୍ ଚିଲିଜ୍, ସଲମାନ ଖାନ ଫିଲ୍ମସ, ଧର୍ମା ପ୍ରଡକ୍ସନ , ଆଡ୍ ଲ୍ୟାବ୍ସ ଫିଲ୍ମ, ଅଜୟ ଦେବଗନ ଫିଲ୍ମ, ଅନିଲ କପୁର ଫିଲ୍ମ ଆଣ୍ଡ କମ୍ୟୁନିକେସନ, ଅରବାଜ ଖାନ ପ୍ରଡକ୍ସନ, ଫରହାନ ଅଖତାରଙ୍କ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ୍, ଆମିର ଖାନ ପ୍ରଡକ୍ସନ, ଆଶୁତୋଷ ଗ୍ଵାରିଅକର ପ୍ରଡକ୍ସ, ୟଶରାଜ ଫିଲ୍ମସ, ରିଲାଏନ୍ସ ବିଗ୍‌ ଏଣ୍ଟରଟେନମେଣ୍ଟ, କବୀର ଖାନ ଫିଲ୍ମ, ବିନୋଦ ଚୋପ୍ରା ଫିଲ୍ମସ, ରାୟ କପୁର ପ୍ରଡକ୍ସନ, ବିଶାଲ ଭରଦ୍ୱାଜ ଫିଲ୍ମସ ଭଳି ଆଉ ଅନେକ ନାମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.