Honda ବହୁତ ଜଲଦି ଆଣିବାକୁ ଯାଉଛି ନିଜ ଏଣ୍ଟ୍ରି ଲେବଲ ବାଇକ, ଗ୍ରାମାଞ୍ଚଳରେ ଦେଖାଇବ ନିଜର ଖାସିୟତ

ନିଜ ଏଣ୍ଟ୍ରି ଲେବଲ ବାଇକକୁ ଆଣିବାକୁ ଯାଉଛି ହୋଣ୍ଡା। ଗ୍ରାମାଞ୍ଚଳରେ ଗଡିବ ହୋଣ୍ଡାର ଏହି ଦମଦାର ବାଇକ। ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଦେଶରେ ଅଧିକ କ୍ଷମତାଯୁକ୍ତ ବାଇକ ଏବଂ ସ୍କୁଟରରେ ନିଜ ଉପସ୍ଥିତି ଜାହିର କରିବା ପରେ ଏବେ ପ୍ରାରମ୍ଭିକ ସ୍ତର ଅର୍ଥାତ ଏଣ୍ଟ୍ରୀ ଲେଭଲ ମୋଟରସାଇକେଲ ଉପରେ କାମ କରୁଛି।

କମ୍ପାନୀ ଦେଶର ଦ୍ୱିତୀୟ ସର୍ବବୃହତ ଦୁଇଚକିଆ ନିର୍ମାଣକାରୀ କମ୍ପାନୀ ଏବେ ଗ୍ରାମୀଣ ତଥା ଅର୍ଦ୍ଧଶହରୀ ଅଞ୍ଚଳରେ ନିଜର ଯୋଗଦାନ ପାଇବା ପାଇଁ ୧୧୦cc ରୁ କମ୍‌ ଇଞ୍ଜିନ କ୍ଷମତା ରଖୁଥିବା ନିଜ ଏଣ୍ଟ୍ରି ଲେବଲ ମୋଟର ସାଇେକେଲ ଆଣିବାକୁ ପ୍ରସ୍ତୁତି କରୁଛି।

ଏମଏଚଏସଆଇର ନିର୍ଦ୍ଦେଶକ ୟଦବିନ୍ଦର ସିଂହ ଗୁଲେରିୟା କହିଛନ୍ତି, ଆମେ ବହୁତ ଖୁସି ଅନୁଭବ କରୁଛୁ ଏହି ବାଇକର ପ୍ରାରମ୍ଭିକ ସ୍ତରର ବାଇକ ଆଣୁଛୁ ଏବଂ ଏହା ଉପରେ କାମ ପ୍ରଗତିରେ ଅଛି। ସେ ଜଣାଇଛନ୍ତି ଯେ ଏହି ବାଇକ ଉପରେ ଏବେ କାମ ଜାରି ରହିଛି। ବହୁତ ଜଲଦି ଏହା ବଜାରକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.