ସ୍ପେଶାଲ

କରୋନା ପରେ ପୃଥିବୀ ଆଡକୁ ମାଡିଆସୁଛି ୮ଟି ଉଲ୍‌କାପିଣ୍ଡ, ନାସା ଜାରି କଲା ସତର୍କତା

କରୋନା ଭାଇରସ ଯୋଗୁଁ ସମସ୍ତେ ଅଣନିଶ୍ୱାସୀ ହୋଇଗଲେଣି। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ। ଏହାଛଡା ପୃଥିବୀ ଅନେକ ବାତ୍ୟା, ଭୂମିକମ୍ପର ସାମ୍ନା ମଧ୍ୟ କରୁଛି। ଏବେ ଏସବୁ ଛାଡି ପୃଥିବୀ ଆଡକୁ ଆଉ ୮ଟି ଉଲ୍‌କାପିଣ୍ଡ ମାଡିଆସୁଛି। ଯାହାକୁ ନେଇ ନାସା ସତର୍କତା ସୂଚନା ଜାରି କରିଛି। ଏମାନଙ୍କ ମଧ୍ୟରେ କେତେକ ଛୋଟ ଆଉ କେକେ ବଡ ରହିଛନ୍ତି, ତାହା ବିଷୟରେ ନାସା ପତ୍ତା ଲଗାଇବା ବହୁତ କଷ୍ଟକର ବୋଲି ଜଣାଇଛି।

ପୃଥିବୀ ଆଡକୁ ମାଡି ଆସୁଛି ଉଲ୍‌କାପିଣ୍ଡ। ଯାହାଯୋଗୁଁ ଅନ୍ତରୀକ୍ଷ ଏଜେନ୍ସୀ ନାସା ସତର୍କ ସୂଚନା ଦେଇଛି। ନାସା କହିଛି, ୮ଟି ବସ୍ତୁ ପୃଥିବୀ ନିକଟରେ ଗତି କରିବ। ଜୁନ ୫ ତାରିଖ ସକାଳ ୪.୪୪ ମିନିଟରେ ଗୋଟେ ଉଲ୍‌କାପିଣ୍ଡ ଗତି କରିସାରିଛି। ଯାହାର ଗତି ୧୨.୬୬ କିଲୋମିଟର ପ୍ରତି ସେକେଣ୍ଡ ରହିଥିଲା। ଏହା ପୃଥିବୀ ଠାରୁ ୬୧ ଲକ୍ଷ କିଲୋମିଟର ଦୂରରେ ଗତି କରିଥିଲା। ଏହାଛଡା ଆଜି ସନ୍ଧ୍ୟା ୫.୪୧ରେ ପୃଥିବୀ ଠାରୁ ମାତ୍ର ୪୪ ଲକ୍ଷ କିଲୋମିଟର ଦୂରରେ ଗତି କରିବ। ଯାହାର ସ୍ପିଡ ୪୧,୬୫୨ କିଲୋମିଟର ପ୍ରତି ଘଣ୍ଟା ରହିଛି।
ଏହାପରେ ଜୁନ ୬ ତାରିଖ ସକାଳ ୮.୫୦ ମିନିଟରେ ୨୦୦୨ ଏନଏନ ୪ ପୃଥିବୀ ନିକଟରେ ଗତି କରିପାରେ। ଯାହାର ଗତି ୪୦,୧୪୦ କିଲୋମିଟର ପ୍ରତି ଘଣ୍ଟା ରହିଛି। ନାସା କହିବାନୁସାରେ ଏହି ଉଲ୍‌କାପିଣ୍ଡର ବ୍ୟାସ ୫୭୦ ମିଟର ରହିବ।

ସେହିପରି ଜୁନ ୬ ରାତି ୧୧.୦୮ ସମୟରେ ଆଉ ଏକ ଉଲ୍କାପିଣ୍ଡ ୨୦୨୦ କେକ୍ୟୁ ୧ ଗତି କରିବ। ଯାହାର ଗତି ୨୧,୯୩୦ କିମି ପ୍ରତି ଘଣ୍ଟା ରହିଛି। ସେହିପରି ୮.୪୫ରେ ପୃଥିବୀ ଠାରୁ ୧୪.୩୧ ଲକ୍ଷ କିଲୋମିଟର ଦୂରରେ ଆଉ ଏକ ଉଲକାପିଣ୍ଡ ଗତି କରିବ।

ଜୁନ ୫ ଓ ୬ ତାରିଖ ପରେ ୭ ତାରିଖ ୧୨.୦୩ରେ ପୃଥିବୀ ନିକଟରେ ଉଲ୍‌କାପିଣ୍ଡ ୨୦୨୦କେଏ୭ ଅତିକ୍ରମ କରିବ। କରିବ। ଯାହାର ଗତି ୨୬,୪୨୪ କିମି ପ୍ରତି ଘଣ୍ଟା ରହିଛି। ଏହି ଉଲ୍‌କାପିଣ୍ଡ ଗତି କରିବାର ମାତ୍ର ୪୦ ମିନିଟ୍‌ ପରେ ଆଉ ଏକ ଉଲ୍‌କାପିଣ୍ଡ ପୃଥିବୀ ନିକଟରେ ଗତି କରିବ। ଯାହା ପୃଥିବୀ ନିକଟରୁ ୬୮.୦୨ ଲକ୍ଷ କିଲୋମିଟର ଦୂରରେ ଗତି କରିବ। କିନ୍ତୁ ଏହି ଉଲ୍‌କାପିଣ୍ଡ ସବୁ ପୃଥିବୀର ନିକଟରେ ଗତି କଲେ ମଧ୍ୟ ପୃଥିବୀକୁ କୌଣସି କ୍ଷତି ପହଞ୍ଚିବ ନାହିଁ।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago