ସାଇକେଲ ଚଲାଇବା ବେଳେ ସାଧାରଣତଃ ଚକରେ ପର୍ଯ୍ୟାପ୍ତ ପବନ ଅଛି କି ନାହିଁ, ତାହାକୁ ନେଇ ସବୁବେଳେ ଚିନ୍ତା ଲାଗିରହିଥାଏ। କିନ୍ତୁ ନାସା ଏବେ ଏମିତି ଏକ ଟେକ୍ନିକ୍ ବାହାର କରିଛି, ଯେଉଁଥିରେ ସାଇକେଲରେ ପବନ ଭରିବାର କୌଣସି ଆବଶ୍ୟକତା ନାହିଁ। ନାସା ଚନ୍ଦ୍ର ଏବଂ ମଙ୍ଗଳ ରୋଭର ମିଶନ ପାଇଁ ଏହି ଟେକ୍ନିକ୍ ବାହାର କରିଛି। ଏହା ଜରିଆରେ ଏବେ ଏମିତି ଟାୟର ତିଆରି କରାଯିବ, ଯାହା ରବର ଭଳି ଇଲାଷ୍ଟିକ୍ ରହିବ ଏବଂ ଟାଇଟେନିୟମ୍ ଯେତିକି ମଜଭୁତ୍ ହେବ। ଏହା ବିନା ଚେପ୍ଟା ହୋଇ ସାଇକ୍ଲିଙ୍ଗ୍ର ବଢ଼ିଆ ଅନୁଭବ ଦେବ।
ଏହି ଆଡ୍ଭାନ୍ସ ଟାୟର ସୁନେଲି, ସିଲ୍ଭର ଏବଂ ମେଟାଲିକ୍ ବ୍ଲ୍ୟୁ ରଙ୍ଗରେ ଉପଲବ୍ଧ ହେବ। ନାସା ଏକ ଷ୍ଟାର୍ଟଅପ୍ ସ୍ମାର୍ଟ ଟାୟର କମ୍ପାନୀ ସହିତ ମିଶି ଉକ୍ତ ଟାୟର ପ୍ରସ୍ତୁତ କରୁଛି। ତେବେ ଏହି ଖାସ୍ ଟାୟରଯୁକ୍ତ ସାଇକେଲ ପାଇଁ ସାଇକ୍ଲିଷ୍ଟଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
କମ୍ପାନୀର ସିଇଓ ଅର୍ଲ କୋଲେ ଏକ ବୟାନରେ କହିଛନ୍ତି କି, ଏହି ସ୍ପେସ୍-ଏଜ୍ ଟାୟର ଖୁବ୍ଶୀଘ୍ର ଉପଲବ୍ଧ ହେବ। ଏଥିରେ ପବନ ନ ଥିଲେ ବି ଏହା ଫ୍ଲାଟ୍ ହେବ ନାହିଁ। କୋଲେଙ୍କ କହିବା ହେଲା, ଆଡ୍ଭାନ୍ସ ମ୍ୟାଟେରିଆଲ୍ର ମିଶ୍ରଣରେ ତିଆରି ହେବାକୁ ଥିବା ଏହି ଟାୟର ପରିବେଶ ଅନୁକୂଳ ରହିବ, ଯାହାକି କ୍ରାନ୍ତକାରୀ ପ୍ରମାଣିତ ହେବ।
ଭୁବନେଶ୍ୱର (କେନ୍ୟୁଜ): ନୂଆ ବିଧାୟକଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ବିଧାନସଭା । ଆଜି ଓ ଆସନ୍ତାକାଲି ଶପଥ ନେବେ ନବନିର୍ବାଚିତ…
ବାଲେଶ୍ବର (କେନ୍ୟୁଜ); ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ପୌରପାଳିକାରେ କର୍ଫ୍ୟୁ ଜାରି। ସହରରେ ସ୍କୁଲ, କଲେଜ ଓ…
ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…