Below header

NASA ରୋଭର ଟେକ୍ନିକ୍‌ରୁ ତିଆରି ହେବ ୟୁନିକ୍‌ ସାଇକେଲ, ଯାହାର ଚକରେ ନ ଥିବ ପବନ

ସାଇକେଲ ଚଲାଇବା ବେଳେ ସାଧାରଣତଃ ଚକରେ ପର୍ଯ୍ୟାପ୍ତ ପବନ ଅଛି କି ନାହିଁ, ତାହାକୁ ନେଇ ସବୁବେଳେ ଚିନ୍ତା ଲାଗିରହିଥାଏ। କିନ୍ତୁ ନାସା ଏବେ ଏମିତି ଏକ ଟେକ୍ନିକ୍‌ ବାହାର କରିଛି, ଯେଉଁଥିରେ ସାଇକେଲରେ ପବନ ଭରିବାର କୌଣସି ଆବଶ୍ୟକତା ନାହିଁ। ନାସା ଚନ୍ଦ୍ର ଏବଂ ମଙ୍ଗଳ ରୋଭର ମିଶନ ପାଇଁ ଏହି ଟେକ୍ନିକ୍‌ ବାହାର କରିଛି। ଏହା ଜରିଆରେ ଏବେ ଏମିତି ଟାୟର ତିଆରି କରାଯିବ, ଯାହା ରବର ଭଳି ଇଲାଷ୍ଟିକ୍‌ ରହିବ ଏବଂ ଟାଇଟେନିୟମ୍‌ ଯେତିକି ମଜଭୁତ୍‌ ହେବ। ଏହା ବିନା ଚେପ୍‌ଟା ହୋଇ ସାଇକ୍ଲିଙ୍ଗ୍‌ର ବଢ଼ିଆ ଅନୁଭବ ଦେବ।

ଏହି ଆଡ୍‌ଭାନ୍ସ ଟାୟର ସୁନେଲି, ସିଲ୍‌ଭର ଏବଂ ମେଟାଲିକ୍‌ ବ୍ଲ୍ୟୁ ରଙ୍ଗରେ ଉପଲବ୍ଧ ହେବ। ନାସା ଏକ ଷ୍ଟାର୍ଟଅପ୍‌ ସ୍ମାର୍ଟ ଟାୟର କମ୍ପାନୀ ସହିତ ମିଶି ଉକ୍ତ ଟାୟର ପ୍ରସ୍ତୁତ କରୁଛି। ତେବେ ଏହି ଖାସ୍‌ ଟାୟରଯୁକ୍ତ ସାଇକେଲ ପାଇଁ ସାଇକ୍ଲିଷ୍ଟଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

କମ୍ପାନୀର ସିଇଓ ଅର୍ଲ କୋଲେ ଏକ ବୟାନରେ କହିଛନ୍ତି କି, ଏହି ସ୍ପେସ୍‌-ଏଜ୍‌ ଟାୟର ଖୁବ୍‌ଶୀଘ୍ର ଉପଲବ୍ଧ ହେବ। ଏଥିରେ ପବନ ନ ଥିଲେ ବି ଏହା ଫ୍ଲାଟ୍‌ ହେବ ନାହିଁ। କୋଲେଙ୍କ କହିବା ହେଲା, ଆଡ୍‌ଭାନ୍ସ ମ୍ୟାଟେରିଆଲ୍‌ର ମିଶ୍ରଣରେ ତିଆରି ହେବାକୁ ଥିବା ଏହି ଟାୟର ପରିବେଶ ଅନୁକୂଳ ରହିବ, ଯାହାକି କ୍ରାନ୍ତକାରୀ ପ୍ରମାଣିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.