କରୋନା ପଜିଟିଭ ଯାତ୍ରୀଙ୍କ ପାଇଁ ସ୍ପାଇସଜେଟ୍ ଆଣିଲା ନୂଆ ଅଫର, ଜାଣନ୍ତୁ କ’ଣ ହେବ ଫାଇଦା

କେବେ ଭାବିଛନ୍ତି କି? ଆପଣ କେଉଁଆଡେ ଯିବା ପାଇଁ ପ୍ରସ୍ତୁତ ହୋଇ ଏୟାରପୋର୍ଟ ଯାଇଥିବେ, ଆଉ ଠିକ୍ ଏତିକି ବେଳେ ଆପଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିବ।, ତେବେ ଆପଣ ନିଶ୍ଚିତ ଆଉ ଯାତ୍ରା କରିପାରିବେ ନାହିଁ। ଆଉ ବିମାନ ଭଡା ମଧ୍ୟ ଆପଣଙ୍କର ବରବାଦ ହୋଇଯିବ। ଆପଣ ଏମିତି ଭାବୁଛନ୍ତି, ତେବେ ଏମିତି ଆଉ ହେବନି। ଯଦି ଆପଣ ସ୍ପାଇସଜେଟରୁ ଟିକେଟ ବୁକ୍ କରିଛନ୍ତି ତ ?

ସ୍ପାଇସଜେଟ ଏୟାରଲାଇନ୍ ନିଜର ଯାତ୍ରୀଙ୍କ ପାଇଁ ଖାସ୍ ସୁବିଧା ଆଣିଛି। ଯଦି କୌଣସି ବ୍ଯକ୍ତି ଫ୍ଲାଇଟ ଟେକଅପ୍ କରିବା ପୂର୍ବରୁ କୋଭିଡ ପଜିଟିଭି ହୁଅନ୍ତି, ତେବେ ଆପଣଙ୍କ ଟିକେଟ ଦାମ୍ ଆପଣ ଫେରି ପାଇବେ। ତେଣୁ ଏଥିପାଇଁ ଆପଣ RT-PCR ଟେଷ୍ଟକୁ SpiceHealth.com ସହିତ ବୁକ କରିବାକୁ ହେବ।

ସ୍ପାଇସ ଜେଟ ଏହି ସୁବିଧା ଦିଲ୍ଲୀ, ଗୁରୁଗାଁଓ ଏବଂ ମୁମ୍ବାଇରେ ଦେଉଛି। ଯାତ୍ରୀମାନଙ୍କ ଘରୁ ସାମ୍ପଲ କଲେକ୍ସନ କରିବର ବିକଳ୍ପ ମଧ୍ୟ ରହିଛି। ଯେଉଁ ଯାତ୍ରୀ ନିଜର ଯାତ୍ରା ପୂର୍ବରୁ କରୋନା ଟେଷ୍ଟ କରିବାକୁ ଚାହୁଁଛନ୍ତି, ତେବେ ସେମାନେ SpiceHealth.com କୁ ଯାଇ ଟେଷ୍ଟ ପାଇଁ ବୁକିଂ କରିପାରିବେ।

spicejet

ସ୍ପାଇସହେଲଥ ଆରଟି-ପିସିଆର ଟେଷ୍ଟ କେବଳ ୨୯୯ ଟଙ୍କାରେ ଏହି ସୁବିଧା ଦେଉଛି। ବଜାରରେ ଏହି ଟେଷ୍ଟ ଦାମ୍ ୮୫୦ ଟଙ୍କା ରହିଛି। ସ୍ପାଇସହେଲଥ ଏକ ହେଲଥ କେୟାର କମ୍ପାନୀ। ଯାହା ନଭେମ୍ବର ୨୦୨୦ରୁ ଆରଟି ପିସିଆର ଟେଷ୍ଟ କରିବାର ସୁବିଧା ଦେଉଛି। ଏହି ସେବା ମହାରାଷ୍ଟ୍ର, ହରିଆନା, ଉତ୍ତରାଖଣ୍ଡ ଏବଂ ମହାରାଷ୍ଟ୍ର ସହିତ ୫ଟି ରାଜ୍ଯରେ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.