ରାଜଧାନୀରେ ମାତିଛନ୍ତି ଲୁଟେରା, ଘରଭଡା ବାହାନାରେ ବୃଦ୍ଧାଙ୍କ ଠାରୁ ସୁନା ଚେନ୍ ଲୁଟ୍‌

ଭୁବନେଶ୍ୱର (କେନ୍ୟୁଜ) : ସାବଧାନ୍ ରାଜଧାନୀରେ ମାତିଛନ୍ତି ଲୁଟେରା। ଘର ଭଡା ବାହାନାରେ ବୃଦ୍ଧାଙ୍କ ଠାରୁ ଚେନ୍ ଲୁଟିନେଲେ ଲୁଟେରା। ଭୁବନେଶ୍ୱର ପ୍ରଶାନ୍ତି ବିହାରରେ ଘର ଭଡା ଖୋଜିବା ବାହାନାରେ ଆସି ବୃଦ୍ଧାଙ୍କ ବେକରୁ ସୁନା ଚେନ ଲୁଟିନେଲେ ଦୁବୃର୍ତ୍ତ। ଏହି ଘଟଣାର ପୂରା ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି।

ବୃଦ୍ଧା ଜଣଙ୍କ ନିଜ ଘର ଆଗରେ ଥିବା ତୁଳସୀ ଚଉରାରେ ପାଣି ଦେଉଥିବା ବେଳେ ଏକ ବାଇକରେ ଆସି ପହଞ୍ଚିଥିଲେ ୨ ଯୁବକ । ଘରଭଡ଼ା ମିଳିବ କି ବୋଲି ଜଣେ ଯୁବକ ବୃଦ୍ଧାଙ୍କ ନିକଟକୁ ଯାଇ ପଚାରିଥିଲା । ଅନ୍ୟ ଜଣେ ଯୁବକ ବାଇକ ଷ୍ଟାର୍ଟରେ ରଖି ଗାଡ଼ିରେ ବସିରହିଥିଲା । କଥାବାର୍ତ୍ତା ଭିତରେ ହଠାତ୍‌ ବୃଦ୍ଧାଙ୍କ ସୁନା ଚେନ ଝାମ୍ପି ନେଇ ଦୁଇ ଯୁବକ ବାଇକରେ ଫେରାର ହୋଇଯାଇଥିଲେ । ଲୁଟ୍‌ ବେଳର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.