ସ୍ପେଶାଲ

ପ୍ରକୃତିରାଣୀର ନିଖୁଣ କାରିଗରୀ ଲାଲ ଟୁକୁଟୁକୁ ସାଧବବୋହୂ, ଦେଖିଲେ ପୂରି ଉଠେ ମନ

କାକଟପୁର: ବିଭିନ୍ନ ଜୀବମାନଙ୍କୁ ନେଇ ସୃଷ୍ଟି ହୋଇଛି ସୁନ୍ଦର ଜୀବଜଗତ । ନାନା ରଙ୍ଗବେରଙ୍ଗର ଫୁଲଫଳ,ଗଛଲତା,ନଦନଦୀ, ଓ ବିଶାଳ ସମୁଦ୍ର , ଏ ସବୁ ସୃଷ୍ଟି ଭିତରେ ସ୍ରଷ୍ଟାଙ୍କର ଗୋଟେ ଗୋଟେ ସୁନ୍ଦର କାରିଗରୀ । ଏହାରି ଭିତରେ ଆଉ ଏକ ସୃଷ୍ଟି ହେଉଛି ଲାଲଟୁକୁଟୁକୁ ସାଧବବୋହୂ ।

ସ୍ରଷ୍ଟାଙ୍କର ସୃଷ୍ଟିରେ ତିଆରି ହୋଇଛି ପିମ୍ପୁଡି ଠାରୁ ଆରମ୍ଭ କରି ବିଶାଳ ଜୀବ ହାତୀ। ଏମାନଙ୍କୁ ନେଇ ଆମ ଜୀବଜଗତ ଗଠିତ । ଏହି ଜୀବମାନଙ୍କ ବଞ୍ଚି ରହିବା ପାଇଁ  ଗଛଲତା,ଫୁଲଫଳ,ନଦନଦୀ,ଝରଣା,ପାହାଡ ଓ ସମୁଦ୍ର ନୀହାତି ଆବଶ୍ଯକ । ଏ ଜୀବଜଗତକୁ ଉପହାର ଦେଇଛି ପ୍ରକୃତିରାଣୀ । ଏ ସବୁଭିତରେ ପ୍ରକୃତିକୁର ସୌନ୍ଦର୍ଜ୍ୟକୁ ଦ୍ବିଗୁଣିତ କରିଥାଏ ରଙ୍ଗବେରଙ୍ଗର ଫୁଲଫଳ,ପାହାଡ ପର୍ବତ,କୀଟପତଙ୍ଗ,ଓ ରଙ୍ଗବେରଙ୍ଗର ଜାତିର ପକ୍ଷୀ । ସେଥିମଧ୍ୟରୁ ଲାଲଟୁକୁଟୁକୁ ସାଧବବୋହୂ ଅନ୍ୟତମ ।

ଲାଲଟୁକୁଟୁକୁ ସାଧବବୋହୁ ନାମରେ ପରିଚିତ ଥିବା ଏହି ଛୋଟ କୀଟଟିର ରୂପ ଲ।ବଣ୍ୟ ସମସ୍ତଙ୍କୁ ବିମୋହିତ କରିଥାଏ । ଲାଲ ଭେଲଭେଟର ମସୃଣ ଶରୀର ଧରିଥିବା ଏହି କୁନି କୀଟଟି ଉପରେ । ଯେତେବେଳେ ସେ ସବୁଜ ଘାଶଗାଲିଚ ଉପରେ ତାର ଲାଜକୁଳୀ ଚାଲି ଚାଲିଥାଏ ସେତେବେଳେ କବି ଆଉ ଲେଖକଙ୍କ କଲମରୁ ଝରିପଡେ କେତେ ଜେ କବିତା ।

ପହିଲି ଆଷାଢର ପହିଲି ବରଷାଧାରା ମାଟିକୁ ସ୍ପର୍ଶ କରିବାପରେ ଧରଣୀ ରାଣୀର କୋଳରୁ ସୃଷ୍ଟି ହୁଏ ଏହି ସାଧବବୋହୂ । ବର୍ଷାଭିଜା ନରମ ମାଟିର ବାସନା ପାଇ ଧରଣୀରାଣୀର ବୁକୁଚିରି ନାଲିରଙ୍ଗର ପସରାଧରୀ ପଦାକୁ ଆସିଥାଏ ସାଧବବୋହୂ । ଏହି ସାଧବବୋହୁର ସୌନ୍ଦର୍ଯ୍ଯ  ଦେଖିଲେ ଲାଗେ ସତେ ଯେମିତି ପ୍ରକୃତି ତାର ସମସ୍ତ ଦୁଆତର ରଙ୍ଗକୁ ଢାଳିଦେଇଛି ଏହି ସାଧବବୋହୂ ଉପରେ ।

ସାଧବବୋହୂ କୀଟଟି ପୃଥିବୀର ବରଫାବୃତ ଅଞ୍ଚଳକୁ ଛାଡିଦେଲେ କାନାଡାଠାରୁ ଆଫ୍ରିକା ଦେଶ ପର୍ଯ୍ୟନ୍ତ ସବୁ ସ୍ଥାନରେ ଦେଖିବାକୁ ମିଳନ୍ତି । ଏମାନେ ଅତିବେଶିରେ ଦୁଇ ସେଣ୍ଟିମିଟର ପର୍ଯ୍ୟନ୍ତ ବଢିଥାନ୍ତି । ଏମାନଙ୍କର ଜୀବନଶୈଳୀମଧ୍ୟ ନିଆରା ।ଏମାନେ ମାଟିରୁ ଜନ୍ମନେଇଥାନ୍ତି ଏବଂ ସେଇମାଟିରେ ଲିନହୋଇଥାନ୍ତି । ମାଟିରେ ମିଶିସାରିବାପରେ ଏମାନଙ୍କ ଶରୀରର ବିଭିନ୍ନ ଅଂଶ ମାଟିରେ ମିଶି ରହିଥାଏ ।

ବର୍ଷର ପ୍ରଥମ ମୌସୁମୀବର୍ଷା ମାଟିକୁ ଛୁଇଁବାପରେ ପୂର୍ବରୁ ମାଟି ସହିତ ମିଶି ରହିଥିବା ଦେହାବଶେଷ ଏକ ଲ।ର୍ଭ।ରେ ପରିଣତ ହୋଇଥାଏ । ଏବଂ ଏହିଲାର୍ଭ।ରୁ ଅଣ୍ଡା ସୃଷ୍ଟି ହୋଇଥାଏ । ଅଣ୍ଡାସୃଷ୍ଟି ହେବାର ଦୁଇସପ୍ତାହ ପରେ ସେହି ଅଣ୍ଡାରୁ ସାଧବ ବୋହୂ ଜନ୍ମନିଏ ଏବଂ ମାଟିଭିତରୁ ଗର୍ତ ସୃଷ୍ଟି କରି ବାହାରକୁ ବାହାରିଥାଏ । ଏହି ସାଧବବୋହୂର ଆୟୁଷ ମାତ୍ର ତିନିଦିନ ହୋଇଥାଏ । ଏହାପରେ ତାର ମୃତ୍ୟୁ ହୋଇଥାଏ । ମାଟିଭିତରୁ ବାହାରକୁ ଆସିବାପରେ ବହୁତ ଭୋକିଲା ରହିଥାଏ ଏହି କୁନି କୀଟଟି । ତେଣୁ ପଡିଆରେ ରହିଥିବା ସବୁଜ କଅଁଳ ଘଷାପତ୍ରକୁ ଏହି ପୋକଟି ଖାଇ ତାର କ୍ଷୁଧା ମେଣ୍ଟାଇଥାଏ ।

ତେବେ ଆଜିର ଆଧୁନିକ ଯୁଗରେ ମାତ୍ରାଧିକ ପରିମାଣର କୀଟନାଶକ ଓ ରାସାୟନିକ ସାରର ପ୍ରୟୋଗ ,କଳକାରଖାନାରୁ ନିର୍ଗତ ବିଭିନ୍ନ ରାସାୟନିକ ବର୍ଜ୍ୟବସ୍ତୁ ଓ ଅସ୍ବାଭାବିକ ପରିବେଶ ପ୍ରଦୂଷଣ ଏହି ସାଧବବୋହୂ ଲୋପ ପାଇବାକୁ ବସିଲାଣି କହିଲେ ଭୁଲ୍ ହେବନି।

Sonalisa

Recent Posts

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

3 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

15 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

21 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

25 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

26 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago