ସ୍ପେଶାଲ

ହଳଦିଆ କ୍ୟାଟଫିସ୍‌ ! ଲ୍ୟୁସିମ୍ସ(leucism) ରୋଗ ଯୋଗୁଁ ଜୀବଙ୍କ ଶରୀରରେ ଦେଖାଦିଏ ଏପରି ପରିବର୍ତ୍ତନ

ଅଧିକାଂଶ ଲୋକ ନିଜ ପରିବାରର ଭରଣପୋଷଣ ପାଇଁ ମାଛ ଧରିବାକୁ ବୃତ୍ତି ଭାବେ ଆପଣାଇଥାନ୍ତି। ଆଉ କିଛି ଲୋକ ଏହାକୁ ସଉକ ଭାବେ ଗ୍ରହଣ କରିଥାନ୍ତି। ବହୁତ ସହଜ ଲାଗୁଥିବା ଏହି କାମଟି ପ୍ରକୃତରେ କିନ୍ତୁ ଏତେ ସହଜ ନୁହେଁ। ମାଛ ଧରି ପରିବାର ଚଳାଉଥିବା ଲୋକଟି ବର୍ଷା, ଝଡକୁ ଖାତିର ନ କରି ଗଭୀର ସମୁଦ୍ର ମଧ୍ୟକୁ ଯାଇ ମାଛ ଧରିଥାଏ। ମାଛ ଧରିବା ପାଇଁ ଅଭ୍ୟାସ ଏବଂ ଧୈର୍ଯ୍ୟ ନିହାତି ଦରକାର। ନଚେତ ଆପଣ ମାଛ ଧରିବାର କୌଶଳ ପାଇପାରିବେ ନାହିଁ। ଗାଁ ଗହଳିରେ ହୁଏତ ଆପଣ ନଈ, ପୋଖରୀରୁ ମାଛ ଧରିଥିବେ ନିଶ୍ଚିତ। ବେଳେ ବେଳେ ଜାଲରେ ବିଭିନ୍ନ ପ୍ରକାର ଅଦ୍ଭୁତ ମାଛ ପଡିଥିବା ଆପଣ ଦେଖିଥିବେ ନିଶ୍ଚିତ। ଆଉ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚିତ। ଠିକ୍‌ ଏମିତି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ନେଦରଲାଣ୍ଡର ଜଣେ ଯୁବକ ଏବେ ଏମିତି ଏକ ମାଛକୁ ନେଇ ଚର୍ଚ୍ଚାରେ। ଯୁବକ ଜଣକ ନଦୀକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ତାଙ୍କ କଣ୍ଟାରେ ଏକ ଦୁଲର୍ଭ ମାଛ ଫସିଯାଇଥିଲା। ମାର୍ଟିନ ଗ୍ଲାଟଜ ନାମକ ଏହି ବ୍ୟକ୍ତି ମାଛ ଧରିବା ପାଇଁ ନଦୀକୁ ଯାଇଥିଲେ। ମାଛ ଧରିବା ପାଇଁ ପକାଇଥିବା ବଂସୀ କଣ୍ଟାରେ ଏକ ମାଛ ଲାଗିଥିଲା। ବଂସୀ କଣ୍ଟାକୁ ଭିଡି ଯାହା ସେ ଦେଖିଥିଲେ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ। ତାଙ୍କ କଣ୍ଟାରେ ଏକ କଳଦିଆ ରଙ୍ଗର ଦୁର୍ଲଭ କ୍ୟାଟଫିସ୍‌ ଲାଗିଥିଲା। ଯାହା କେବଳ ୟୁରୋପର ନଦୀ କିମ୍ବା ହ୍ରଦରେ ଦେଖିବାକୁ ମିଳିଥାନ୍ତି।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି ୟୁରୋପରେ ନଦୀ କିମ୍ବା ହ୍ରଦରେ ଦେଖିବାକୁ ମିଳୁଥିବା ଏହି ମାଛ ଦୁର୍ଲଭ କପରି ? କିନ୍ତୁ ମାର୍ଟିନ ଯେଉଁ ମାଛକୁ ଧରିଥିଲେ ସେଥିରେ ଏକ ଖାସ୍‌ ପ୍ରକାରର ଜେନେଟିକ ରୋଗ ଥିଲା। ଏହି ରୋଗର ନାମ ଲ୍ୟୁସିମ୍ସ(leucism) । ଯାହା କାରଣ ଯୋଗୁଁ ମାଛର ରଙ୍କ ହଳଦିଆ ହୋଇଯାଇଥିଲା।

ଲ୍ୟୁସିମ୍ସ(leucism) ରୋଗ ଏକ ପ୍ରକାର ଜେନେଟିକ ଡିସଅର୍ଡର ରୋଗ। ଯାହା କାରଣରୁ ଜୀବଙ୍କ ଶରୀର ହଳଦିଆ ରଙ୍ଗରେ ପରିବର୍ତ୍ତନ ହୋଇଯାଏ। ସ୍କିନ ଏବଂ ଚୁଟିରେ ପିଗମେଣ୍ଟେସନ ଶେଷ ହୋଇଯାଏ ଏବଂ ଶରୀରର ପ୍ରକୃତ ରଙ୍ଗ ଉଡିଯାଏ। ଏହାପୂର୍ବରୁ ୨୦୧୭ରେ ଆମେରିକାର ଆୟୋବା ସ୍ଥିତ ମିସିସିପି ନଦୀରେ ଏମିତି ହଳଦିଆ ରଙ୍ଗର କ୍ୟାଟଫିସ୍‌ ଦେଖିବାକୁ ମିଳିଥିଲା।

Swagatika

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

36 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

44 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

59 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago