ରାଜ୍ୟ

୨୫ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ କଲା କମିଶନରେଟ୍‌ ପୋଲିସ୍ , ବେପାରୀ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): କମିଶନରେଟ୍‌ ପୋଲିସ କବ୍‌ଜାରେ ବ୍ରାଉନସୁଗର ବେପାରୀ। ୨୫୪ ଗ୍ରାମ ବ୍ରାଉନସୁଗର ଜବତ। ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ। ଆନନ୍ଦ କୁମାର ନାମକ ଜଣେ ବେପାରୀକୁ ଗିରଫ କରିଛି ପୋଲିସ। ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ହାଇଟେକ୍‌ ଛକରେ ଡିଲ୍‌ ବେଳେ ମାଡି ବସିଲେ ଏୟାର ଫିଲ୍‌ଡ ଥାନା ପୋଲିସ। ଆନନ୍ଦ କୁମାର ନିକଟରୁ ୭୬୧୦ ଟଙ୍କା ସହ ଗୋଟିଏ ମୋବାଇଲ୍‌ ଜବତ ହୋଇଛି। ଟାର୍ଗେଟ୍‌ରେ ଥିଲେ ଯୁବକ , କଲେଜ ଛାତ୍ର । ଆନନ୍ଦ କୁମାରଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡିଛି।

ଅବକାରୀ ବିଭାଗକୁ ମିଳିଥିଲା ବଡ଼ ସଫଳତା:

ସୂଚନା ଥାଉକି, ଗତକାଲି ୨୨ ତାରିଖ ଦିନ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଥିଲା । ୨ କିଲୋ ଏକ ଶହ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଥିଲା। ବ୍ରାଉନସୁଗର ସହ ୧ ଲକ୍ଷ ୭୫ ହଜାର ଟଙ୍କା ଜବତ କରିଥିଲା ବିଭାଗ। ଏହି ଘଟଣାରେ ଅବକାରୀ ବିଭାଗ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଗିରଫ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ କର୍ମଚାରୀଙ୍କୁ ଆକ୍ରମଣ କରି ଜଣେ ଅଭିଯୁକ୍ତକୁ ଛଡାଇ ନେବାରେ ସକ୍ଷମ ହୋଇଥିଲେ। ବିଭାଗ କବଜାରୁ ଫେରାର ହୋଇଥିବା ଅଭିଯୁକ୍ତ ହେଉଛି ଏସ କେ ସଲିମ। ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶ କ୍ରମେ ବସ୍ତା ଥାନା ବିଦ୍ୟାଧରପୁରରେ ଚଢ଼ାଉ କରିଥିଲା ଅବକାରୀ ବିଭାଗ।

ହି ଚୋରା ବ୍ୟବସାୟର ରାଣୀ କାର୍ପେଟଦାର ଭାବେ ପରିଚିତ ନୁର ଯାହାନ ବିବି ଓ ତାର ଭାଇ ଏସକେ ଆଶାଦୁଲ କାଦରି ଗିରଫ କରିଥିଲା। ଏମାନଙ୍କ ସହ ଅନ୍ୟତମ ଅଭିଯୁକ୍ତ ଏସ କେ ସଲିମକୁ ଗିରଫ କରି ଆଣୁଥିବା ବେଳେ ଅବକାରୀ ବିଭାଗର କର୍ମଚାରୀ ଓ ଗାଡିକୁ ଆକ୍ରମଣ କରିଥିଲେ ସଲିମର ସମ୍ପର୍କୀୟ। ଗାଡିକୁ ଭଙ୍ଗାରୁଜା କରିଥିବା ବେଳେ ୪ ଜଣ ଅବକାରୀ କର୍ମଚାରୀ ଆହତ ହୋଇଥିଲେ। ଏଭଳି ଆକ୍ରମଣ ଓ ଅଭିଯୁକ୍ତକୁ ଛଡାଇ ନେବା ସଂକ୍ରାନ୍ତରେ ବସ୍ତା ଥାନାରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ଦାୟର ମଧ୍ୟ ହୋଇଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Sonalisa

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

12 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

24 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

34 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

37 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago