Categories: ସ୍ପେଶାଲ

ଶହେ କୌରବରେ ୯୯ ପୁଅ, ଆଉ ଝିଅଟି କିଏ ଥିଲେ ଜାଣନ୍ତି କି ?

ଦ୍ୱାପର ଯୁଗର ପ୍ରସିଦ୍ଧ ମହାଭାରତ କାହାଣୀ କେବଳ ଭାରତରେ ପ୍ରସିଦ୍ଧି ଲାଭ କରିନି ବିଦେଶରେ ମଧ୍ୟ ବେଶ୍‌ ଆଦୃତ । ବହୁ ବଡ଼ବଡ଼ ଗବେଷକମାନେ ଏହି ଶାସ୍ତ୍ର ବାସ୍ତବିକତା ଜାଣିବା ପାଇଁ ଗବେଷଣା କରି ଆସୁଛନ୍ତି । ପ୍ରକୃତରେ କହିବାକୁ ଗଲେ ମହାଭାରତ ଏକ ଧର୍ମ ଯୁଦ୍ଧର କାହାଣୀ । ସାଧାରଣରେ ବିଶ୍ୱାସ କରାଯାଏ ଯେ ସବୁ ସମୟରେ ଯୁଦ୍ଧ ଏକ ବଡ ବିନାଶର କାରଣ ପାଲଟି ଥାଏ । କିନ୍ତୁ ଯଦି ସତ୍ୟ ଓ ଧର୍ମ ପ୍ରତିଷ୍ଠାର ପ୍ରଶ୍ନ ଉଠେ ତେବେ ଯୁଦ୍ଧ କରିବାରେ କୌଣସି ଦୋଷ ନ ଥାଏ । ଏହି ଗ୍ରନ୍ଥରେ କୌରବ ଓ ପାଣ୍ଡବଙ୍କ ବ୍ୟତୀତ ଅନେକ ଅନ୍ୟ ଚରିତ୍ରମାନଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି । ସେମାନଙ୍କ ମଧ୍ୟରୁ ଅନ୍ୟତମ ଚରିତ୍ର ହେଉଛନ୍ତି ଦୁଃଶାଳା । ଯାହାଙ୍କ ବିଷୟରେ ଖିବ୍‌ କମ୍‌ ଜଣାଥିବ ସମସ୍ତଙ୍କୁ । ଆସନ୍ତୁ ଜାଣିବା ତାଙ୍କରି ବିଷୟରେ ।

ଦୁଃଶାଳାଙ୍କ କାହାଣୀ :

ମହାଭାରତର ମୁଖ୍ୟ ଚରିତ୍ର ଧୃତରାଷ୍ଟ୍ର, ପଂଡୁ, ଗାନ୍ଧାରୀ, କୁନ୍ତୀ ଆଦିଙ୍କ ସମ୍ବନ୍ଧରେ ସାଧାରଣରେ ଚର୍ଚ୍ଚା କରାଯାଇଥାଏ । କିନ୍ତୁ ପାଣ୍ଡବ ଆଉ କୌରବଙ୍କ ଏକ ମାତ୍ର ଭଉଣୀ ଦୁଃଶାଳାଙ୍କ ବିଷୟରେ ବହୁତ କମ୍‌ ଲୋକ ଜାଣନ୍ତି । ସମସ୍ତଙ୍କର ଏକ ଧାରଣା ଅଛି ଯେ କୌରବ କେବଳ ୧୦୦ ଭାଇ ଥିଲେ । ହେଲେ ପ୍ରକୃତରେ ସେମାନେ ଥିଲେ ୯୯ ଓ ସେମାନଙ୍କର ଜଣେ ଭଭଉଣୀ ମିଶି ଧୃତରାଷ୍ଟ୍ରଙ୍କର ସନ୍ତାନ ଥିଲେ ୧୦୦ । ତାଙ୍କ ଜନ୍ମ କେବେ ହୋଇଥିଲା, କିପରି ହୋଇଥିଲା ଓ ତାଙ୍କ ଚରିତ୍ରର ଗଭୀରତା କେତେ ଥିଲା ତାହା ଏକ ପ୍ରଶ୍ନ ବାଚୀ ହୋଇ ରହିଛି ।

ପ୍ରକୃତରେ ମହର୍ଷି ବ୍ୟାସଦେବ ଧୃତରାଷ୍ଟ୍ରଙ୍କ ପତ୍ନୀ ଗାନ୍ଧାରୀଙ୍କୁ ୧୦୦ ପୁତ୍ର ପ୍ରାପ୍ତିର ବର ଦେଇଥିଲେ । କିନ୍ତୁ ଗାନ୍ଧରୀ ଯେତେବେଳେ ଗର୍ଭବତୀ ହେଲେ ଦୁଇ ବର୍ଷ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ଜନ୍ମ ହୋଇନଥିଲେ । ଦିନେ ଧର୍ଯ୍ୟ ହରା ହୋଇ ସେ ନିଜ ଗର୍ଭକୁ ଆଘାତ ଦେବାରୁ ଏକ ଲୁହା ପିଣ୍ଡୁଳା ବାହାରକୁ ବାହାରି ଆସିଥିଲା । ପରେ ଗାନ୍ଧାରୀ ଲୋକ ଲଜ୍ଜା ଭୟରେ ପିଣ୍ଡୁଳାଟିକୁ ଫିଙ୍ଗି ଦେବେ ବୋଲି ସ୍ଥିର କରିଥିଲେ । ସେହି ସମୟରେ ମହର୍ଷି ବ୍ୟାସଦେବ ଆସି ଲୁହା ପିଣ୍ଡୁଳାକୁ ୧୦୦ଟି ଛୋଟ ଛୋଟ ଖଣ୍ଡ କରି ଅଲଗା ଅଲଗା ମାଠିଆରେ ରଖିଥିଲେ । କିଛି ସମୟ ପରେ ଯେବେ ଏହି ମାଠିଆ ଗୁଡିକୁ ଭଙ୍ଗା ଯାଇଥିଲା ତା ଭିତରୁ କୌରବମାନଙ୍କର ଜନ୍ମ ହୋଇଥିଲା ବୋଲି କଥିତ ଅଛି । ହେଲେ ବ୍ୟାସଦେବ ଯେତେବେଳେ ଲୁହା ପିଣ୍ଡୁଳାକୁ ଛୋଟ ଖଣ୍ଡ କରୁଥିଲେ ଗୋଟିଏ ଖଣ୍ଡ ଭୁଲ ବଶତଃ ରହିଯାଇଥିଲା । ଏହି ଖଣ୍ଡଟିରୁ ହିଁ କୌରବଙ୍କ ଏକମାତ୍ର ଭଉଣୀ ଦୁଃଶାଳାଙ୍କର ଜନ୍ମ ହୋଇଥିଲା ।

କୁରୁ ବଂଶର ଏକମାତ୍ର ଝିଅ ହୋଇଥିବା କାରଣରୁ ଦୁଃଶାଳା ବହୁତ ଗେହ୍ଲାରେ ବଢ଼ିଥିଲେ । ପିଲାଟି ବେଳୁ ସବୁ ପ୍ରକାରର ସୁଖ ସୁବିଧା ତାଙ୍କୁ ମିଳିଥିଲା । କିନ୍ତୁ ବିବାହ ପରେ ହିଁ ତାଙ୍କ ଜୀବନର ପ୍ରକୃତ ସଙ୍କଟ ମୁହୂର୍ତ୍ତ ଆରମ୍ଭ ହୋଇଥିଲା । କୌରବଙ୍କ ଏହି ଏକ ମାତ୍ର ଗେହ୍ଲୀ ଭଉଣୀର ବିବାହ ସିନ୍ଧୁ ରାଜ୍ୟର ରାଜା ଜୟଦ୍ରଥଙ୍କ ସହ ହୋଇଥିଲା । ଜୟଦ୍ରଥ ଯୁଦ୍ଧ ବିଦ୍ୟାରେ ଖୁବ୍‌ ନିପୁଣ ଥିଲେ ମଧ୍ୟ ମହିଳାଙ୍କ ପ୍ରତି ତାଙ୍କର ବ୍ୟବହାର ଅତ୍ୟନ୍ତ ନିମ୍ନମାନର ଥିଲା । ପତିଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିଲେ ମଧ୍ୟ ଦୁଃଶାଳା ନିଜ କଷ୍ଟ ବିଷୟରେ କାହା ପାଖରେ ପ୍ରକାଶ କରି ପାରିନଥିଲେ । ଦୁଃଶାଳାଙ୍କ ପ୍ରତି ଅମାନୁଷିକତାର ସମସ୍ତ ସୀମା ସେତେବେଳେ ପାର କରିଯାଇଥିଲେ ଜୟଦ୍ରଥ, ଯେତେବେଳେ ସେ ଦ୍ରୌପଦୀଙ୍କ ଅପହରଣ କରିଥିଲେ । ଦ୍ରୌପଦୀଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ପାଣ୍ଡବମାନେ ତାଙ୍କର ସଂହାର କରିବାକୁ ଆଗେଇ ଆସିଥିଲେ । ସେହି ସମୟରେ ଦ୍ରୌପଦୀ ଜୟଦ୍ରଥଙ୍କୁ କ୍ଷମା କରି ଦୁଃଶାଲାଙ୍କ ସିନ୍ଦୂରର ରକ୍ଷା କରିଥିଲେ । ତେବେ ପାଣ୍ଡବମାନେ ତାଙ୍କୁ ଲଣ୍ଡ କରି ଦେଇଥିଲେ ।

ଅପମାନିତ ହୋଇ ଜୟଦ୍ରଥଏହା ପରେ ମହାଦେବଙ୍କ ତପସ୍ୟା କରିଥିଲେ ଓ ପପରୁ ମୁକ୍ତି ପାଇଁ କହିଥିଲେ। ଏହା ସହିତ ମହାଦେବଙ୍କ ଠାରୁ କିଛି ବର ମଧ୍ୟ ପାଇଥିଲେ । ପରବର୍ତ୍ତୀ ସମୟରେ ମହାଭାରତ ଯୁଦ୍ଧରେ କୌରବଙ୍କ ପକ୍ଷରୁ ଲଢ଼ିଥିଲେ କେବଳ ପ୍ରତିଶୋଧ ନେବା ପାଇଁ । ଯୁଦ୍ଧରେ ସେ ଛଳନା କରି ଅର୍ଜୁନ ପୁତ୍ର ଅଭିମନ୍ୟୁଙ୍କର ହତ୍ୟା କରିଥିଲେ । ତେଣୁ ପାଣ୍ଡବମାନେ ପ୍ରତିଶୋଧ ପରାୟଣ ହୋଇ ଶ୍ରୀକୃଷ୍ଣଙ୍କ ସହାୟତାରେ ଜୟଦ୍ରଥଙ୍କ ମୁଣ୍ଡ କାଟ କରିଥିଲେ । ମହାଭାରତ ଯୁଦ୍ଧ ପରେ ପାଣ୍ଡବଙ୍କ ଅଶ୍ୱମେଧ ଯଜ୍ଞ ବେଳେ ଅଶ୍ୱକୁ ଅଟକାଇ ଥିଲେ ଦୁଃଶାଳାଙ୍କ ପୁତ୍ର ସୁରଧା । ସେତେବେଳେ ସେ ସିନ୍ଧୁ ପ୍ରଦେଶର ରାଜା ଥିଲେ । ଅର୍ଜୁନଙ୍କ ସହିତ ତାଙ୍କର ଯୁଦ୍ଧ ହୋଇଥିଲା ଓ ତାଙ୍କୁୁ ବି ସେ ହତ୍ୟା କରିଥିଲେ । ତେବେ ସ୍ୱାମୀ ଓ ପୁତ୍ରର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ଦୁଃଶାଳାଙ୍କୁ ସାନ୍ତ୍ୱନା ଦେଇ ଅର୍ଜୁନ ଦୁଃଶାଳାଙ୍କ ନାତିକୁ ସିନ୍ଧୁ ପ୍ରଦେଶର ସମ୍ରାଟ୍‌ ଭାବେ ଅଭିଷିକ୍ତ କରିଥିଲେ ।

KNews Bureau

Recent Posts

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

6 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

18 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

25 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

27 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

45 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

1 hour ago