ଶହେ କୌରବରେ ୯୯ ପୁଅ, ଆଉ ଝିଅଟି କିଏ ଥିଲେ ଜାଣନ୍ତି କି ?

ଦ୍ୱାପର ଯୁଗର ପ୍ରସିଦ୍ଧ ମହାଭାରତ କାହାଣୀ କେବଳ ଭାରତରେ ପ୍ରସିଦ୍ଧି ଲାଭ କରିନି ବିଦେଶରେ ମଧ୍ୟ ବେଶ୍‌ ଆଦୃତ । ବହୁ ବଡ଼ବଡ଼ ଗବେଷକମାନେ ଏହି ଶାସ୍ତ୍ର ବାସ୍ତବିକତା ଜାଣିବା ପାଇଁ ଗବେଷଣା କରି ଆସୁଛନ୍ତି । ପ୍ରକୃତରେ କହିବାକୁ ଗଲେ ମହାଭାରତ ଏକ ଧର୍ମ ଯୁଦ୍ଧର କାହାଣୀ । ସାଧାରଣରେ ବିଶ୍ୱାସ କରାଯାଏ ଯେ ସବୁ ସମୟରେ ଯୁଦ୍ଧ ଏକ ବଡ ବିନାଶର କାରଣ ପାଲଟି ଥାଏ । କିନ୍ତୁ ଯଦି ସତ୍ୟ ଓ ଧର୍ମ ପ୍ରତିଷ୍ଠାର ପ୍ରଶ୍ନ ଉଠେ ତେବେ ଯୁଦ୍ଧ କରିବାରେ କୌଣସି ଦୋଷ ନ ଥାଏ । ଏହି ଗ୍ରନ୍ଥରେ କୌରବ ଓ ପାଣ୍ଡବଙ୍କ ବ୍ୟତୀତ ଅନେକ ଅନ୍ୟ ଚରିତ୍ରମାନଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି । ସେମାନଙ୍କ ମଧ୍ୟରୁ ଅନ୍ୟତମ ଚରିତ୍ର ହେଉଛନ୍ତି ଦୁଃଶାଳା । ଯାହାଙ୍କ ବିଷୟରେ ଖିବ୍‌ କମ୍‌ ଜଣାଥିବ ସମସ୍ତଙ୍କୁ । ଆସନ୍ତୁ ଜାଣିବା ତାଙ୍କରି ବିଷୟରେ ।

ଦୁଃଶାଳାଙ୍କ କାହାଣୀ :

ମହାଭାରତର ମୁଖ୍ୟ ଚରିତ୍ର ଧୃତରାଷ୍ଟ୍ର, ପଂଡୁ, ଗାନ୍ଧାରୀ, କୁନ୍ତୀ ଆଦିଙ୍କ ସମ୍ବନ୍ଧରେ ସାଧାରଣରେ ଚର୍ଚ୍ଚା କରାଯାଇଥାଏ । କିନ୍ତୁ ପାଣ୍ଡବ ଆଉ କୌରବଙ୍କ ଏକ ମାତ୍ର ଭଉଣୀ ଦୁଃଶାଳାଙ୍କ ବିଷୟରେ ବହୁତ କମ୍‌ ଲୋକ ଜାଣନ୍ତି । ସମସ୍ତଙ୍କର ଏକ ଧାରଣା ଅଛି ଯେ କୌରବ କେବଳ ୧୦୦ ଭାଇ ଥିଲେ । ହେଲେ ପ୍ରକୃତରେ ସେମାନେ ଥିଲେ ୯୯ ଓ ସେମାନଙ୍କର ଜଣେ ଭଭଉଣୀ ମିଶି ଧୃତରାଷ୍ଟ୍ରଙ୍କର ସନ୍ତାନ ଥିଲେ ୧୦୦ । ତାଙ୍କ ଜନ୍ମ କେବେ ହୋଇଥିଲା, କିପରି ହୋଇଥିଲା ଓ ତାଙ୍କ ଚରିତ୍ରର ଗଭୀରତା କେତେ ଥିଲା ତାହା ଏକ ପ୍ରଶ୍ନ ବାଚୀ ହୋଇ ରହିଛି ।

GANDHARAIପ୍ରକୃତରେ ମହର୍ଷି ବ୍ୟାସଦେବ ଧୃତରାଷ୍ଟ୍ରଙ୍କ ପତ୍ନୀ ଗାନ୍ଧାରୀଙ୍କୁ ୧୦୦ ପୁତ୍ର ପ୍ରାପ୍ତିର ବର ଦେଇଥିଲେ । କିନ୍ତୁ ଗାନ୍ଧରୀ ଯେତେବେଳେ ଗର୍ଭବତୀ ହେଲେ ଦୁଇ ବର୍ଷ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ଜନ୍ମ ହୋଇନଥିଲେ । ଦିନେ ଧର୍ଯ୍ୟ ହରା ହୋଇ ସେ ନିଜ ଗର୍ଭକୁ ଆଘାତ ଦେବାରୁ ଏକ ଲୁହା ପିଣ୍ଡୁଳା ବାହାରକୁ ବାହାରି ଆସିଥିଲା । ପରେ ଗାନ୍ଧାରୀ ଲୋକ ଲଜ୍ଜା ଭୟରେ ପିଣ୍ଡୁଳାଟିକୁ ଫିଙ୍ଗି ଦେବେ ବୋଲି ସ୍ଥିର କରିଥିଲେ । ସେହି ସମୟରେ ମହର୍ଷି ବ୍ୟାସଦେବ ଆସି ଲୁହା ପିଣ୍ଡୁଳାକୁ ୧୦୦ଟି ଛୋଟ ଛୋଟ ଖଣ୍ଡ କରି ଅଲଗା ଅଲଗା ମାଠିଆରେ ରଖିଥିଲେ । କିଛି ସମୟ ପରେ ଯେବେ ଏହି ମାଠିଆ ଗୁଡିକୁ ଭଙ୍ଗା ଯାଇଥିଲା ତା ଭିତରୁ କୌରବମାନଙ୍କର ଜନ୍ମ ହୋଇଥିଲା ବୋଲି କଥିତ ଅଛି । ହେଲେ ବ୍ୟାସଦେବ ଯେତେବେଳେ ଲୁହା ପିଣ୍ଡୁଳାକୁ ଛୋଟ ଖଣ୍ଡ କରୁଥିଲେ ଗୋଟିଏ ଖଣ୍ଡ ଭୁଲ ବଶତଃ ରହିଯାଇଥିଲା । ଏହି ଖଣ୍ଡଟିରୁ ହିଁ କୌରବଙ୍କ ଏକମାତ୍ର ଭଉଣୀ ଦୁଃଶାଳାଙ୍କର ଜନ୍ମ ହୋଇଥିଲା ।

KOURAVAକୁରୁ ବଂଶର ଏକମାତ୍ର ଝିଅ ହୋଇଥିବା କାରଣରୁ ଦୁଃଶାଳା ବହୁତ ଗେହ୍ଲାରେ ବଢ଼ିଥିଲେ । ପିଲାଟି ବେଳୁ ସବୁ ପ୍ରକାରର ସୁଖ ସୁବିଧା ତାଙ୍କୁ ମିଳିଥିଲା । କିନ୍ତୁ ବିବାହ ପରେ ହିଁ ତାଙ୍କ ଜୀବନର ପ୍ରକୃତ ସଙ୍କଟ ମୁହୂର୍ତ୍ତ ଆରମ୍ଭ ହୋଇଥିଲା । କୌରବଙ୍କ ଏହି ଏକ ମାତ୍ର ଗେହ୍ଲୀ ଭଉଣୀର ବିବାହ ସିନ୍ଧୁ ରାଜ୍ୟର ରାଜା ଜୟଦ୍ରଥଙ୍କ ସହ ହୋଇଥିଲା । ଜୟଦ୍ରଥ ଯୁଦ୍ଧ ବିଦ୍ୟାରେ ଖୁବ୍‌ ନିପୁଣ ଥିଲେ ମଧ୍ୟ ମହିଳାଙ୍କ ପ୍ରତି ତାଙ୍କର ବ୍ୟବହାର ଅତ୍ୟନ୍ତ ନିମ୍ନମାନର ଥିଲା । ପତିଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିଲେ ମଧ୍ୟ ଦୁଃଶାଳା ନିଜ କଷ୍ଟ ବିଷୟରେ କାହା ପାଖରେ ପ୍ରକାଶ କରି ପାରିନଥିଲେ । ଦୁଃଶାଳାଙ୍କ ପ୍ରତି ଅମାନୁଷିକତାର ସମସ୍ତ ସୀମା ସେତେବେଳେ ପାର କରିଯାଇଥିଲେ ଜୟଦ୍ରଥ, ଯେତେବେଳେ ସେ ଦ୍ରୌପଦୀଙ୍କ ଅପହରଣ କରିଥିଲେ । ଦ୍ରୌପଦୀଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ପାଣ୍ଡବମାନେ ତାଙ୍କର ସଂହାର କରିବାକୁ ଆଗେଇ ଆସିଥିଲେ । ସେହି ସମୟରେ ଦ୍ରୌପଦୀ ଜୟଦ୍ରଥଙ୍କୁ କ୍ଷମା କରି ଦୁଃଶାଲାଙ୍କ ସିନ୍ଦୂରର ରକ୍ଷା କରିଥିଲେ । ତେବେ ପାଣ୍ଡବମାନେ ତାଙ୍କୁ ଲଣ୍ଡ କରି ଦେଇଥିଲେ ।

JAIDRATHA

ଅପମାନିତ ହୋଇ ଜୟଦ୍ରଥଏହା ପରେ ମହାଦେବଙ୍କ ତପସ୍ୟା କରିଥିଲେ ଓ ପପରୁ ମୁକ୍ତି ପାଇଁ କହିଥିଲେ। ଏହା ସହିତ ମହାଦେବଙ୍କ ଠାରୁ କିଛି ବର ମଧ୍ୟ ପାଇଥିଲେ । ପରବର୍ତ୍ତୀ ସମୟରେ ମହାଭାରତ ଯୁଦ୍ଧରେ କୌରବଙ୍କ ପକ୍ଷରୁ ଲଢ଼ିଥିଲେ କେବଳ ପ୍ରତିଶୋଧ ନେବା ପାଇଁ । ଯୁଦ୍ଧରେ ସେ ଛଳନା କରି ଅର୍ଜୁନ ପୁତ୍ର ଅଭିମନ୍ୟୁଙ୍କର ହତ୍ୟା କରିଥିଲେ । ତେଣୁ ପାଣ୍ଡବମାନେ ପ୍ରତିଶୋଧ ପରାୟଣ ହୋଇ ଶ୍ରୀକୃଷ୍ଣଙ୍କ ସହାୟତାରେ ଜୟଦ୍ରଥଙ୍କ ମୁଣ୍ଡ କାଟ କରିଥିଲେ । ମହାଭାରତ ଯୁଦ୍ଧ ପରେ ପାଣ୍ଡବଙ୍କ ଅଶ୍ୱମେଧ ଯଜ୍ଞ ବେଳେ ଅଶ୍ୱକୁ ଅଟକାଇ ଥିଲେ ଦୁଃଶାଳାଙ୍କ ପୁତ୍ର ସୁରଧା । ସେତେବେଳେ ସେ ସିନ୍ଧୁ ପ୍ରଦେଶର ରାଜା ଥିଲେ । ଅର୍ଜୁନଙ୍କ ସହିତ ତାଙ୍କର ଯୁଦ୍ଧ ହୋଇଥିଲା ଓ ତାଙ୍କୁୁ ବି ସେ ହତ୍ୟା କରିଥିଲେ । ତେବେ ସ୍ୱାମୀ ଓ ପୁତ୍ରର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ଦୁଃଶାଳାଙ୍କୁ ସାନ୍ତ୍ୱନା ଦେଇ ଅର୍ଜୁନ ଦୁଃଶାଳାଙ୍କ ନାତିକୁ ସିନ୍ଧୁ ପ୍ରଦେଶର ସମ୍ରାଟ୍‌ ଭାବେ ଅଭିଷିକ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.