Categories: ସ୍ପେଶାଲ

୨.୬ କୋଟିର ବ୍ୟାଗ୍ ଧରି ବୁଲୁଛନ୍ତି ନୀତା ଅମ୍ବାନୀ, ଏତିକି ଟଙ୍କା ତ ଜଣେ ସାଧାରଣ ବ୍ୟକ୍ତି ପୁରା ଜୀବନରେ ଆୟ କରି ପାରିବନି

କୌଣସି ପରିଚୟର ଅଧୀନ ନୁହଁନ୍ତି ନୀତା ଅମ୍ବାନୀ । ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ପତ୍ନୀ ନୀତା । ଦେଶର ବଡ଼ ବିଜନେସ୍ ୱିମେନଙ୍କ ମଧ୍ୟରେ ଆସେ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ନୀତାଙ୍କ ନାଁ । ତେବେ ସାଧାରଣ ଲୋକଙ୍କଠୁ ବେଶ୍ ଅଲଗା ଧନୀ ଲୋକଙ୍କ ଲାଇଫ୍ ଷ୍ଟାଇଲ୍ । ସେମାନଙ୍କର ରହିବା ,ଖାଇବା ,ଚାଲିଚଳନ ସବୁ ସ୍ୱତନ୍ତ୍ର । ସଉକ ବି ପୂରା ଅଲଗା । ସେମାନଙ୍କ ଗୋଟିଏ ଦିନର ଖର୍ଚ୍ଚ କୌଣସି ସାଧାରଣ ବ୍ୟକ୍ତିର ବାର୍ଷିକ ଦରମାଠୁ ମଧ୍ୟ ଅଧିକ ହୋଇଥାଏ । ସେହି ଦାମୀ ଲାଇଫଷ୍ଟାଇଲ୍ ମେଣ୍ଟେନ୍ କରୁଥିବା ମହିଳା ହେଉଛନ୍ତି ନୀତା ।

ନିଜ ପରିବାର ସହ ଛୁଟି ମନାଇବାକୁ ନିକଟରେ ଲଣ୍ଡନ ଯାଇଥିଲେ କରୀନା ଏବଂ କରୀଶ୍ମା । ଆଉ ଏହି ସମୟରେ ଅନେକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ କରୀଶ୍ମା । ଯେଉଁଥିରେ ଗୋଟିଏ ଫଟୋରେ ଅଛନ୍ତି ନୀତା । ଯାହା ଖୁବ୍ ଭାଇରାଲ୍ ହୋଇଥିଲା । ଆଉ ଏହି ଭାଇରାଲ୍ ପଛର କାରଣ ହେଉଛି ନୀତାଙ୍କ ବ୍ୟାଗ୍ । ଚର୍ଚ୍ଚାର ବିଷୟ ପାଲଟି ଯାଇଛି ନୀତାଙ୍କ ଏହି ବ୍ୟାଗ୍ ।

ଏହା ସହ ପଢନ୍ତୁ ଏହା ହେଉଛି ବିଶ୍ବର ପାଂଚ ରହସ୍ୟମୟୀ ଜିନିଷ, ଯାହାର ସତ୍ୟତା ଆଜି ଯାଏ ବି କେହି ଜାଣିପାରିଲେନି

Hermès Himalaya Birkin Bag ବ୍ୟବହାର କରୁଛନ୍ତି ନୀତା । ଯାହାର ଦାମ୍ ହେଉଛି ୩ ଲକ୍ଷ ଡଲାର୍ ଅର୍ଥାତ୍ ୨.୬ କୋଟି ଟଙ୍କା । ଯେଉଁଥିରେ ଗୋଟିଏ କି ଦୁଇଟା ନୁହେଁ ବରଂ ଲାଗିଛି ୨୪୦ ଡାଇମଣ୍ଡ । ଏହା ସହ ୧୮ କ୍ୟାରେଟ୍ ସୁନାରେ ନିର୍ମିତ ଏହି ଏହି ବ୍ୟାଗ୍ । କୁହାଯାଏ ବର୍ତ୍ତମାନ ପର‌୍ୟ୍ୟନ୍ତ ସବୁଠାରୁ ମହଙ୍ଗା ବ୍ୟାଗ୍ ହେଉଛି ଧଳା ହିମାଲୟାନ୍ କ୍ରୋକୋଡାଇଲ୍ ଛାଲରେ ନିର୍ମିତ ଏହି ବ୍ୟାଗ୍ । ତେବେ ନୀତାଙ୍କ ଏହି ମହଙ୍ଗା ସଉକରେ ନକରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଛି ସୋସିଆଲ୍ ମିଡିଆରେ । ଅନେକ ୟୁଜର୍ କହିଛନ୍ତି ଶାହାକାରୀ ହୋଇ କୁମ୍ଭୀର ଛାଲରେ ନିର୍ମିତ ବ୍ୟାଗ୍ କେମିତି ବ୍ୟବହାର କରୁଛନ୍ତି ନୀତା ।

ସେହିପରି ନୀତା ଅମ୍ବାନୀ ସକାଳର ଚା’ ଜାପାନର ସବୁଠୁ ପୁରୁଣା କ୍ରୋକେରୀ ବ୍ରାଣ୍ଡ ନୋରିଟେକର କପରେ ପିଇଥାନ୍ତି । ଯେଉଁଥିରେ ଏହି ଗୋଟେ କପ୍ ଚା’ର ଦାମ ୩ ଲକ୍ଷ ଟଙ୍କା । ଖାଲି ଦାମୀ ଚା’ ନୁହେଁ , ଦାମୀ ଷ୍ଟାଇଲିଷ୍ଟ ଜୋତା ମଧ୍ୟ ପିନ୍ଧିଥାନ୍ତି। ପୁଣି ଏହି ଜୋତାକୁ ସେ ଥରେ ମାତ୍ର ବ୍ୟବହାର କରିଥାନ୍ତି । ନୀତା ଅମ୍ବାନୀ ପିନ୍ଧୁଥିବା ଜୋତା ଗୁଡିକର ଦାମ୍ ୧ ଲକ୍ଷରୁ ଆରମ୍ଭ ହୋଇଥାଏ ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago