Categories: ରାଜ୍ୟ

କଣ ପାଇଁ ଏସଡିପିଓଙ୍କ ସାମ୍ନାରେ ଲୋକଙ୍କ ଆକ୍ରୋଶର ଶିକାର ହେଲେ ବିଜେପୁର ଥାନା ଅଧିକାରୀ

ବରଗଡ (କେନ୍ୟୁଜ୍) : ଲୋକଙ୍କ ଆକ୍ରୋଶର ଶିକାର ହେଲେ ପୋଲିସ । ଜନସାଧାରଣଙ୍କ ଭିଡ଼ ଭିତରେ ପୋଲିସ ନିଜେ ଅପମାନ ହେଉଛି। ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ପୋଲିସ ଜଣକୁ ଆତ୍ମହତ୍ୟା କରିବା ପାଇଁ କହୁଛନ୍ତି ଉତ୍ୟକ୍ତ ଲୋକେ । ଜଣେ ପୋଲିସ ଅଧିକାରୀଙ୍କୁ ଲୋକେ ଘେରି ରହିଥିବା ବେଳେ ଅନ୍ୟ ପୋଲିସ ଅଧିକାରୀମାନେ ଉକ୍ତ ପୋଲିସକୁ ଉତ୍ୟକ୍ତ ଲୋକଙ୍କ ଠାରୁ ସୁରକ୍ଷା ଦେଉଥିବା ଦେଖାଯାଇଛି ଏହି ଭିଡ଼ିଓରେ ।

ତେବେ ଏହି ଭିଡ଼ିଓଟି ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଲାଉମୁଣ୍ଡା ଗ୍ରାମର ହୋଇଥିବା ବେଳେ ଉତ୍ୟକ୍ତ ଲୋକେ ବିଜେପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଆଲଙ୍କୁ ଘେରିଥିବା ଜଣାପଡିଛି । ଭିଡ଼ିଓରେ ପଦ୍ମପୁର ଏସଡିପିଓ ପ୍ରଦୀପ କୁମାର ସାହୁ ମଧ୍ୟ ଉପସ୍ଥିତ ରହିଥିବା ଦେଖାଯାଇଛି ଯିଏ କି ଲୋକଙ୍କୁ ବୁଝାସୁଝା କରି ବିଜେପୁର ଥାନା ଅଧିକାରୀ ଶ୍ରୀ ରାଜେନ୍ଦ୍ର ସିଆଳଙ୍କୁ ଲୋକଙ୍କ ଆକ୍ରୋଶରୁ ଉଦ୍ଧାର କରୁଥିବା ଦେଖାଯାଇଛି ।ତେବେ ଜଣେ ଉଚ୍ଚ ପଦାଧିକାରୀ ପୋଲିସ ଅଫିସର ସମ୍ମୁଖରେ ଜଣେ ଥାନା ଅଧିକାରୀଙ୍କୁ ଏତେ ଅପଦସ୍ତ କରିବା ସତ୍ତ୍ୱେ ପୋଲିସ ବିଭାଗ ପକ୍ଷରୁ ଉକ୍ତ ଲୋକଙ୍କ ବିରୁଦ୍ଧରେ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଲାଉମୁଣ୍ଡାର ସୁପାଲ ଭୋଇଙ୍କୁ ପ୍ରଥମେ ମାଡ଼ ମାରି ହତ୍ୟା ଧମକ ଦେଇଥିବା ଚିଙ୍କୁ ଶତପଥିଙ୍କ ବିରୋଧରେ ବିଜେପୁର ଥାନାରେ ଅଭିଯୋଗ କରାଯାଇଥିଲା ହେଲେ ପୋଲିସ ଏହି ଅଭିଯୋଗ ଉପରେ ଗୁରୁତ୍ୱ ଦେଇନଥିଲା ଏବଂ ଅପ୍ରେଲ ୨୯ ତାରିଖରେ ସୁପାଲ ନିଖୋଜ ଥିବା ବେଳେ ଦୀର୍ଘ ୩୫ ଦିନ ପରେ ସୁପାଳଙ୍କ ପରିତ୍ୟକ୍ତ ମୃତ ଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ତେବେ ଗ୍ରାମବାସୀ ଏହି ଘଟଣା ବିଷୟରେ ବିଜେପୁର ପୋଲିସକୁ ଖବର ଦେବାପରେ ଘଟଣା ସ୍ଥଳକୁ ପୋଲିସ ପହଞ୍ଚିଥିଲା । ତେବେ ପୋଲିସର ଅବହେଳା କାରଣରୁ ସୁପାଲଙ୍କ ହତ୍ୟା ହୋଇଥିବା ନେଇ ଗ୍ରାମବାସୀ ଉତ୍ୟକ୍ତ ହୋଇଉଠିଥିଲେ ଏବଂ ସମସ୍ତ ପୋଲିସ କର୍ମଚାରୀ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ।

 

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

27 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

32 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago