ଜେଟ୍ ଏୟାରୱେଜ୍ ପରେ ଏବେ ସମସ୍ୟା ଘେରରେ ଏୟାର ଇଣ୍ଡିଆ, କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ ନାହିଁ ଅର୍ଥ

ଜେଟ୍ ଏୟାରୱେଜ୍ ପରେ ଏବେ ଏୟାର ଇଣ୍ଡିଆ ମଧ୍ୟ ଆର୍ଥିକ ସମସ୍ୟା ଦେଇ ଗତି କରୁଛି । ଅକ୍ଟୋବର ପରଠାରୁ ଏୟାର ଇଣ୍ଡିଆ ପାଖରେ ନିଜର କର୍ମଚାରୀ ମାନଙ୍କୁ ବେତନ ଦେବାକୁ ମଧ୍ୟ ଅର୍ଥ ନାହିଁ । ମାମଲା ସହିତ ଜଡିତ ଜଣେ ଅଧିକାରୀ କହିଛନ୍ତି କି, ସରକାର ଏୟାର ଇଣ୍ଡିଆକୁ ସାତ ହଜାର କୋଟି ଟଙ୍କାର ସାଁବରନ୍ ଗ୍ୟାରେଣ୍ଟି ଦେଇଥିଲେ । ଯାହାଦ୍ବାରା କମ୍ପାନୀ ପାଖରେ ଏବେ ମାତ୍ର ୨,୫୦୦ କୋଟି ଟଙ୍କା ବଳିଛି । ଏହି ରାଶିର ବ୍ୟବହାର ସେମାନେ ବହୁତ ଶିଘ୍ର କରିବେ ।

ଖବର ମୁତାବକ ଅନ୍ୟ ଏକ ଅଧିକାରୀ କହିଛନ୍ତି କି, କମ୍ପାନୀ ଏହି ୨,୫୦୦ କୋଟି ଟଙ୍କାର ବ୍ୟବହାର ତେଲ କମ୍ପାନୀ ଏବଂ ବିମାନବନ୍ଦରର ସଂଚାଳନ ସମେତ ବିକ୍ରେତାଙ୍କ ବକେୟା ଅର୍ଥ ସୁଝିବା ଏବଂ କିଛି ମାସ ପାଇଁ ବେତନ ଦେବା ପାଇଁ କରିବ ।
ଏଠାରେ କହି ରଖୁଛୁ ଯେ ଏୟାର ଇଣ୍ଡିଆକୁ ଏକ ମାସରେ ୩୦୦ କୋଟି ଟଙ୍କା କର୍ମଚାରୀଙ୍କୁ ବେତନ ରୂପେ ଦେବାକୁ ପଡିଥାଏ । କେବଳ ଏତିକି ନୁହେଁ ମଇ ମାସରେ ମଧ୍ୟ ଏୟାର ଇଣ୍ଡିଆ ତାର କର୍ମଚାରୀମାନଙ୍କୁ  ୧୦ ଦିନ ଡେରିରେ ବେତନ ଦେଇଥିଲା ।

ଏହି ଆର୍ଥିକ ବର୍ଷ ଏୟାର ଇଣ୍ଡିଆ ୯,୦୦୦ କୋଟି ଟଙ୍କା କରଜ ସୁଝିବା ଉପରେ କାମ କରୁଛି । ଏଥିପାଇଁ କମ୍ପାନୀ ସରକାରଙ୍କ ସାହାର୍ଯ୍ୟ ମାଗିଛି । କିନ୍ତୁ ଏହାକୁ ସ୍ବୀକାର କରିବାର ସମ୍ଭାବନା କମ୍ ଥିଲା । ଏହି ପାଇଁ କାରଣ ସରକାର କମ୍ପାନୀରେ ୧୦୦ ପ୍ରତିଶତ ସେୟାର ବିକ୍ରି କରିବାକୁ ଯୋଜନା ବନାଉଛନ୍ତି ।

ଏହି ମାମଲା ଉପରେ ଅଧିକାରୀଙ୍କ କହିବା କଥା କି, କମ୍ପାନୀକୁ ଯେଉଁ କରଜ ସୁଝିବାର ଥିଲା ସେଥିରୁ ଅଧା ଅର୍ଥ ଆଗାମୀ ଆର୍ଥିକ ବର୍ଷରେ ସୁଝିବା ପାଇଁ ଚେଷ୍ଟା କରୁଛି । କିନ୍ତୁ ଏୟାର ଇଣ୍ଡିଆ ପ୍ରଥମ ଏମିତି ସରକାରୀ କମ୍ପାନୀ ନୁହେଁ ଯାହା ପାଖରେ କର୍ମଚାରୀଙ୍କୁ ବେତନ ଦେବା ପାଇଁ ଅର୍ଥ ନାହିଁ । ଯାହା ବିଷୟରେ ସରକାରଙ୍କୁ ସବୁ ଜଣାଥିବା ଜଣେ ଅଧିକାରୀ କହିଛନ୍ତି ।

Sonalisa

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

41 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

46 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago