ଜେଟ୍ ଏୟାରୱେଜ୍ ପରେ ଏବେ ସମସ୍ୟା ଘେରରେ ଏୟାର ଇଣ୍ଡିଆ, କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ ନାହିଁ ଅର୍ଥ

ଜେଟ୍ ଏୟାରୱେଜ୍ ପରେ ଏବେ ଏୟାର ଇଣ୍ଡିଆ ମଧ୍ୟ ଆର୍ଥିକ ସମସ୍ୟା ଦେଇ ଗତି କରୁଛି । ଅକ୍ଟୋବର ପରଠାରୁ ଏୟାର ଇଣ୍ଡିଆ ପାଖରେ ନିଜର କର୍ମଚାରୀ ମାନଙ୍କୁ ବେତନ ଦେବାକୁ ମଧ୍ୟ ଅର୍ଥ ନାହିଁ । ମାମଲା ସହିତ ଜଡିତ ଜଣେ ଅଧିକାରୀ କହିଛନ୍ତି କି, ସରକାର ଏୟାର ଇଣ୍ଡିଆକୁ ସାତ ହଜାର କୋଟି ଟଙ୍କାର ସାଁବରନ୍ ଗ୍ୟାରେଣ୍ଟି ଦେଇଥିଲେ । ଯାହାଦ୍ବାରା କମ୍ପାନୀ ପାଖରେ ଏବେ ମାତ୍ର ୨,୫୦୦ କୋଟି ଟଙ୍କା ବଳିଛି । ଏହି ରାଶିର ବ୍ୟବହାର ସେମାନେ ବହୁତ ଶିଘ୍ର କରିବେ ।

airଖବର ମୁତାବକ ଅନ୍ୟ ଏକ ଅଧିକାରୀ କହିଛନ୍ତି କି, କମ୍ପାନୀ ଏହି ୨,୫୦୦ କୋଟି ଟଙ୍କାର ବ୍ୟବହାର ତେଲ କମ୍ପାନୀ ଏବଂ ବିମାନବନ୍ଦରର ସଂଚାଳନ ସମେତ ବିକ୍ରେତାଙ୍କ ବକେୟା ଅର୍ଥ ସୁଝିବା ଏବଂ କିଛି ମାସ ପାଇଁ ବେତନ ଦେବା ପାଇଁ କରିବ ।
ଏଠାରେ କହି ରଖୁଛୁ ଯେ ଏୟାର ଇଣ୍ଡିଆକୁ ଏକ ମାସରେ ୩୦୦ କୋଟି ଟଙ୍କା କର୍ମଚାରୀଙ୍କୁ ବେତନ ରୂପେ ଦେବାକୁ ପଡିଥାଏ । କେବଳ ଏତିକି ନୁହେଁ ମଇ ମାସରେ ମଧ୍ୟ ଏୟାର ଇଣ୍ଡିଆ ତାର କର୍ମଚାରୀମାନଙ୍କୁ  ୧୦ ଦିନ ଡେରିରେ ବେତନ ଦେଇଥିଲା ।

ଏହି ଆର୍ଥିକ ବର୍ଷ ଏୟାର ଇଣ୍ଡିଆ ୯,୦୦୦ କୋଟି ଟଙ୍କା କରଜ ସୁଝିବା ଉପରେ କାମ କରୁଛି । ଏଥିପାଇଁ କମ୍ପାନୀ ସରକାରଙ୍କ ସାହାର୍ଯ୍ୟ ମାଗିଛି । କିନ୍ତୁ ଏହାକୁ ସ୍ବୀକାର କରିବାର ସମ୍ଭାବନା କମ୍ ଥିଲା । ଏହି ପାଇଁ କାରଣ ସରକାର କମ୍ପାନୀରେ ୧୦୦ ପ୍ରତିଶତ ସେୟାର ବିକ୍ରି କରିବାକୁ ଯୋଜନା ବନାଉଛନ୍ତି ।

air indଏହି ମାମଲା ଉପରେ ଅଧିକାରୀଙ୍କ କହିବା କଥା କି, କମ୍ପାନୀକୁ ଯେଉଁ କରଜ ସୁଝିବାର ଥିଲା ସେଥିରୁ ଅଧା ଅର୍ଥ ଆଗାମୀ ଆର୍ଥିକ ବର୍ଷରେ ସୁଝିବା ପାଇଁ ଚେଷ୍ଟା କରୁଛି । କିନ୍ତୁ ଏୟାର ଇଣ୍ଡିଆ ପ୍ରଥମ ଏମିତି ସରକାରୀ କମ୍ପାନୀ ନୁହେଁ ଯାହା ପାଖରେ କର୍ମଚାରୀଙ୍କୁ ବେତନ ଦେବା ପାଇଁ ଅର୍ଥ ନାହିଁ । ଯାହା ବିଷୟରେ ସରକାରଙ୍କୁ ସବୁ ଜଣାଥିବା ଜଣେ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.