ବଦଳି ପାରେ ଅଙ୍କ, ସେମିଫାଇନାଲରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ମୁକାବିଲା

୩୦ ମଇରେ ଆରମ୍ଭ ହୋଇଥିବା ବିଶ୍ୱକପ୍‌ ୨୦୧୯ ଏବେ ଶେଷ ପର୍ଯ୍ୟାୟରେ ପହଁଚିସାରିଲାଣି। ସେମିଫାଇନାଲରେ ପହଁଚିବା ପାଇଁ ସବୁ ଟିମ ବିଜୟ ହାସଲ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି। ଏମିତି ଲାଗୁଥିଲା ଯେ ରବିବାର ଦିନ ଭାରତ ଇଂଲଣ୍ଡ ଠାରୁ ଜିତିବା ପରେ ସିଧାସଳଖ ସେମିଫାଇନାଲରେ ପହଁଚିଯିବ। କିନ୍ତୁ କର ବା ମର ମ୍ୟାଚରେ ଇଂଲଣ୍ଡକୁ ମିଳିଥିବା ବିଜୟ ଦ୍ୱାରା ଏବେ ସେମିଫାଇନାଲ ୪ରେ ପହଁଚିବାକୁ ଥିବା ସମସ୍ତ ଟିମର ଅଙ୍କ ହିଁ ବଦଳିଗଲା। ଭାରତର ପରାଜୟ ଏବଂ ଇଂଲଣ୍ଡର ବିଜୟ ଦ୍ୱାରା ପଏଣ୍ଟ ଟେବୁଲରେ ହୋଇଥିବା ନୂଆ ସମୀକରଣ ହେତୁ ସେମିଫାଇନାଲରେ ଭାରତ ଓ ପାକିସ୍ତାନ ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି।

ପାକିସ୍ତାନକୁ ପ୍ରଥମେ ସେମିଫାଇନାଲକୁ ଯିବାକୁ ହେବ

ଅଷ୍ଟ୍ରେଲିଆ ପ୍ରଥମରୁ ହିଁ ବିଶ୍ୱ କପ୍‌ ୨୦୧୯ ସେମିଫାଇନାଲରେ ନିଜର ସ୍ଥାନ ବନାଇସାରିଛି। ଭାରତ ୭ଟି ମ୍ୟାଚରୁ  ୫ଟିରେ ବିଜୟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଭାରତର ଆହୁରି ଦୁଇଟି ମ୍ୟାଚ୍‌ ବାକି ରହିଛି। ସେହିପରି ନ୍ୟୁଜିଲାଣ୍ଡ ୮ଟି ମ୍ୟାଚରୁ ୬ଟି ବିଜୟ ସହିତ ତୃତୀୟ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡର ଆଉ ମାତ୍ର ଗୋଟିଏ ମ୍ୟାଚ ବାକି ଅଛି। ଦୁଇ ଟିମକୁ ନକଆଉଟକୁ ଯିବାକୁ ହେଲେ କେବଳ ଗୋଟିଏ ପଏଣ୍ଟ ଦରକାର। ସେହିଭଳି ପାକିସ୍ତାନକୁ ୪ର୍ଥ ସ୍ଥାନ ସେତେବେଳେ ମିଳିବ ଯେତେବେଳେ ଇଂଲଣ୍ଡ ଟିମ୍‌ ନ୍ୟୁଜିଲାଣ୍ଡକୁ ହରାଇବ।

matchଯଦି ଏପରି ହୁଏ ତେବେ ଇଂଲଣ୍ଡ ୧୨ ପଏଣ୍ଟ ସହିତ ତୃତୀୟ ସ୍ଥାନକୁ ପହଁଚିଯିବ। ସେହିପରି ପାକିସ୍ତାନ ଟିମ ଯଦି ବାଂଗଲାଦେଶକୁ ହରାଏ ତେବେ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନର ପଏଣ୍ଟ ସମାନ (୧୧-୧୧) ହୋଇଯିବ। କିନ୍ତୁ ସେହିଠାରୁ ପାକିସ୍ତାନକୁ ସେମିଫାଇନାଲରେ ପହଁଚିବାକୁ ହେଲେ କେବଳ ବିଜୟ ନୁହେଁ ବରଂ ବଡ ମାତ୍ରାର ବ୍ୟବଧାନରେ ବିଜୟ ହାସଲ କରିବାକୁ ହେବ। ପାକିସ୍ତାନ ଯଦି ନିଜର ରନରେଟକୁ ସୁଧାରିଦିଏ ତେବେ ନ୍ୟୁଜିଲାଣ୍ଡ ୧୧ ଅଙ୍କରେ ଥାଇବି ଟପ୍‌ ୪ ରୁ ବାହାରିଯିବ ଏବଂ ପାକିସ୍ତାନ ସେମିଫାଇନାଲକୁ ପହଁଚିଯିବ।

କେମିତି ସେମିଫାଇନାଲରେ ମୁହଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ

ସେମିଫାଇନାଲରେ ପ୍ରଥମ ସ୍ଥାନରେ ଥିବା ଟିମ ସହିତ ମୁକାବିଲା ହେବ ଚତୁର୍ଥ ସ୍ଥାନରେ ଥିବା ଟିମ ସହିତ। ସେହିଭଳି ଦ୍ୱିତୀୟ ସ୍ଥାନରେ ଥିବା ଟିମ ସହିତ ତୃତୀୟ ସ୍ଥାନରେ ଥିବା ଟିମ ସହିତ ମୁହାଁମୁହିଁ ହେବ। ପଏଣ୍ଟସ ଟେବୁଲରେ ଶୀର୍ଷରେ ରହିଥିବା ଅଷ୍ଟ୍ରେଲିଆର ଶେଷ ମ୍ୟାଚ ୬ ତାରିଖରେ ସାଉଥ୍‌ ଆଫ୍ରିକା ସହିତ ହେବ। ଏହି ମ୍ୟାଚରେ ଯଦି ଅଷ୍ଟ୍ରେଲିଆ ହାରିଯାଏ ଏବଂ ଭାରତ ନିଜର ବାକି ଦୁଇ ମୁକାବିଲା (ବାଙ୍ଗଲାଦେଶ ଏବଂ ଶ୍ରୀଲଙ୍କା)ରେ ଜିତି ଯାଏ ତେବେ ଭାରତ ପ୍ରଥମ ସ୍ଥାନରେ ପହଁଚିଂଯିବ। ଏହାସହିତ ଯଦି ପାକିସ୍ତାନ ବାଙ୍ଗଲାଦେଶକୁ ହରାଇ ସେମିଫାଇନାଲରେ ପହଁଚେ ତେବେ ତାର ମୁକାବିଲା ପ୍ରଥମ ସ୍ଥାନରେ ଥିବା ଟିମ ସହିତ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.