ସ୍ପେଶାଲ

ସଭିଙ୍କ ମୁହଁରେ ଗୋଟିଏ ଗୀତ; ରଜ ଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ…

ଭୁବନେଶ୍ୱର (କେନ୍ୟୁଜ): ରଜ ଆସିଲେ ମନେପଡେ ଦୋଳି କଥା । ସଭିଙ୍କ ମୁହଁରେ ଶୁଭେ ଗୋଟିଏ ଗୀତ ରଜ ଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ ଦିଶୁ ଥାଏ ଝଟମଟ। ଓଡ଼ିଆଙ୍କର ଖୁବ୍‌ ଆପଣାର ପର୍ବ ରଜ । ପ୍ରବଳ ତାତି ଭିତରେ କିଛି ସ୍ଥାନରେ ଆରମ୍ଭ ହୋଇଯାଇଛି ପ୍ରାକ୍ ମୌସୁମୀ ବର୍ଷା । ଜୀବ ଜଗତ ହୋଇ ଉଠିଛି ଚଳଚଂଚଳ । ତେବେ ଏହାରି ଭିତରେ ଆସିଯାଇଛି ରଜର ଅବସର । ପରମ୍ପରା, ଖାଦ୍ୟ ସଂସ୍କୃତି ସଜବାଜ ଆଉ ଖେଳ କୌତୁକରେ ଏହି ପର୍ବଟିରେ ରହିଛି ଅନେକ ସ୍ୱତନ୍ତ୍ରତା।

ବରଷକେ ଥରେ ଆସିଛି ଓଡ଼ିଆଙ୍କ ଏହି ଗଣପର୍ବ। ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ଗାଁଠୁ ସହର। ରଜ ପର୍ବର ବାସ୍ନାରେ ବିମୋହିତ ହେଉଛନ୍ତି ଗାଁର ଝିଅ-ବୋହୂ। ତେବେ ଆଜି ସଭିଏଁ ପାଳୁଛନ୍ତି ପହିଲି ରଜ । ଅଳତା, କୁଙ୍କୁମ, ମେହେନ୍ଦି ଲଗାଇ ସଜେଇ ହେଉଛନ୍ତି ଝିଅ ମାନେ। ରଜ ସଜବାଜ ହୋଇ ନୂଆ ଡ୍ରେସ୍‌ ପିନ୍ଧି ଗାଁ ବୁଲିବା ସହିତ ଦୋଳି ଖେଳିବା ପାଇଁ ଚାଲିଛି ପ୍ରସ୍ତୁତି। ଘରେ ଘରେ ପିଠାପଣାର ମହକ। ପୋଡପିଠା, ଚକୁଳି, ଇଡଲି, ଛୁଞ୍ଚିପତ୍ର, ଆରାସି, କାକରା ଭଳିକି ଭଳି ପିଠାପଣା ତିଆରି କରୁଛନ୍ତି ଘରର ମହିଳା ମାନେ। ତାସ୍‌, ଲୁଡୁ ଏବଂ ଚେସ୍‌ ଖେଳ ପାଇଁ ଆସିର ବି ଜମିଛି। ପ୍ରସ୍ତୁତ ହୋଇ ରହିଛି ରଜ ପାନ। ଘରେ ଘରେ ଜମିଛି ବନ୍ଧୁବାନ୍ଧବଙ୍କ ଭିଡ଼।

ଏପଟେ ମୌସୁମୀ ଆସିନି ସତ ହେଲେ କେଉଁଠି ଝିପିଝିପି ତ ଆଉ କେଉଁଠି ଅସରାଏ ବର୍ଷା ଭିଜାଇଛି ମାଟି । ସକାଳୁ ରଜ ପାଗ ଅନୁଭବ ବି ହେଉଛି। ଯେମିତି ଲାଗୁଛି ପହିଲି ରଜକୁ ସ୍ବାଗତ କରିଛି ବର୍ଷା । ଏହାରି ଭିତରେ ସଜେଇ ହୋଇଉଠିଛି ପୁରପଲ୍ଲୀ । ରଜଗୀତର ତାଳେତାଳେ ଚାଲିଛି ମଉଜ ମସ୍ତି । ରଜପାନର ମଜା, ଏପଟେ ଘରେ ଘରେ ପିଠା ମିଠାର ଆସର । ଗାଁ ଠୁ ସହର ସବୁଠି ରଜ ମଉଜ ।

ଧରିତ୍ରୀ ଏବେ ରଜସ୍ବଳା । ସେଥିପାଇଁ ରଜ ତିନିଧରି ମାଟି ଖୋଳା ଆଉ ଚାଷ କରିବା ଉପରେ ରହିଛି ବାରଣ । ଏଥିପାଇଁ ଚାଷ କାମ ବନ୍ଦ ଥିବାବେଳେ ମହିଳାମାନେ ମଧ୍ୟ କଟାବଟା କରନ୍ତି ନାହିଁ । ପହିଲି ରଜ, ରଜସଙ୍କ୍ରାନ୍ତି, ଶେଷ ରଜ- ତିନିଦିନ ଧରି ପିଲାଠୁ ବୟସ୍କ କାମଧନ୍ଦା ବନ୍ଦ କରି ସମସ୍ତେ ମାତିଯାଇଥାନ୍ତି ମଉଜରେ । ଖାସ୍ ସେଥିପାଇଁ ତ, ବର୍ଷ ବର୍ଷ ଧରି ରହି ଆସିଥିବା ଏଇ ପରମ୍ପରାକୁ ବରଷକ ଥରେ ପାଳିବାକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି ।

Sonalisa

Recent Posts

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିନ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

4 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

23 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

26 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

33 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

35 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago