Categories: ସ୍ପେଶାଲ

ହିନ୍ଦୁ ମନ୍ଦିର ନେଇ ଦଶା ଭୋଗୁଛି ପାକିସ୍ତାନ, ଏବେ କରିବ ହସ୍ତାନ୍ତର

ପାକିସ୍ତାନ ତରଫରୁ ହିନ୍ଦୁ ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ସେଠାରେ ଥିବା ହିନ୍ଦୁ ମନ୍ଦିର ଗୁଡିକୁ  ପୁନରୁଦ୍ଧାର କରିବା ନେଇ ନିଷ୍ପତି ନେଇଛନ୍ତି ପାକିସ୍ତାନ ସରକାର। କବଳ  ପୁନରୁଦ୍ଧାର ନୁହେଁ  ଏହାକୁ ମଧ୍ୟ  ହିନ୍ଦୁ ସମ୍ପ୍ରଦାୟ ଲୋକ ମାନଙ୍କୁ ହସ୍ତାନ୍ତର କରିଦେବ | ଏହି  ପ୍ରକ୍ରିୟା ଶିଆଲକୋଟ ସ୍ଥିତ ଜଗନ୍ନାଥ ମନ୍ଦିର ଓ ପେଶୱାର ସ୍ଥିତ ୧୦୦୦ ବର୍ଷ ପୁରୁଣା ଶିବାଳୟ  ସିଂ ମନ୍ଦିରରୁ  ରୁ ହିଁ   ଆରମ୍ଭ କରାଯିବ | ୧୯୯୨ ର  ବାବ୍ରି ମସଜିତ ଆକ୍ରମଣ ପରେ କୌଣସି ହିନ୍ଦୁ ପେଶୱାର ମନ୍ଦିରକୁ ଯାଇନାହାନ୍ତି |

  ଏହା ସହ ପାକିସ୍ତାନ କୋର୍ଟ  ଗୋରଖନାଥ ମନ୍ଦିରକୁ ପୁନରୁଦ୍ଧାର କରିବା ସହ ଏହାକୁ  ଏକ ଐତିହାସିକ ସ୍ଥାନରେ ପରିଣତ କରିବାକୁ ନିର୍ଦେଶ ଦେଇଛନ୍ତି। ବର୍ତମାନଠାରୁ ପ୍ରତିବର୍ଷ ୨ ରୁ ୩ ଟି ଐତିହାସିକ ସ୍ଥାନକୁ  ପାକିସ୍ତାନ ସରକାର ପୁନରୁଦ୍ଧାର କରିବାକୁ ନିଷ୍ପତି ନେଇଛି।  ମିଳିଥିବା ତଥ୍ୟ ଅନୁସାରେ ସିନ୍ଧୁ ପ୍ରଦେଶର ୧୧ ଟି ମନ୍ଦିର , ପଞ୍ଜାବର ୪ ଟି ମନ୍ଦିର , ବେଲୁଚିସ୍ଥାନର ୩ଟି ମନ୍ଦିର ଖଇବର ୨ ଟି ମନ୍ଦିରରେ  ଏହି ବର୍ଷ ହିଁ କାମ ଆରମ୍ଭ କରାଯିବ |

ନିକଟରେ ପାକିସ୍ତାନ  ହିନ୍ଦୁ ଅଧିକାର ସଂଗଠନ ତରଫରୁ ଦେଶସାରା  ଏକ ସର୍ବେକ୍ଷଣ କରାଯାଇଥିବା ବେଳେ ପରେ ଏହାର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଦେଶ  ବିଭାଜନ ପରେ ବହୁ ହିନ୍ଦୁ ସେପଟେ ରହିଯାଇଥିଲେ | କିନ୍ତୁ ସେଠାକାର ହିନ୍ଦୁଙ୍କୁ  ବେଖାତିର କରି ମୁସଲମାନ ସମ୍ପ୍ରଦାୟ ବ୍ୟକ୍ତିମାନେ ମନ୍ଦିର ସ୍ଥାନ ମାନଙ୍କୁ ଅକ୍ତିଆର କରିନେଇଥିଲେ |ପରବର୍ତ୍ତୀ ସମୟରେ  ମୁସଲମାନ ସମ୍ପ୍ରଦାୟ  ବହୁ ମନ୍ଦିରକୁ ମଦ୍ରାସାରେ ପରିଣତ କରିଥିଲେ।

ଜାତୀୟ ଗଣମାଧ୍ୟମ ତରଫରୁ କରାଯାଇଥିବା ଏକ  ସର୍ବେକ୍ଷଣ ଅନୁଯାୟୀ, ଭାରତ ପାକିସ୍ଥାନ ବିଭାଜନ ସମୟରେ ସମୁଦାୟ ୪୨୮ଟି ହିନ୍ଦୁ ମନ୍ଦିର ପାକିସ୍ତାନ ପଟେ ରହିଯାଇଥିଲା | କିନ୍ତୁ ବର୍ଷ  ୧୯୯୦ ପରେ  ସେଥିମଧ୍ୟରୁ ପ୍ରାୟ  ୪୦୮ଟି ମନ୍ଦିରକୁ  ବିଭିନ୍ନ ଖେଳନା ସୋରୁମ, ରେସ୍ତୋରାଁ, ସରକାରୀ ଅଫିସ, ବିଦ୍ୟାଳୟ ଆଦିରେ ପରିଣତ କରାଯାଇଥିଲା। ୧୯୪୭ ରେ  ଦୁଇ ଦେଶର  ବିଭାଜନ ପରେ ପାକିସ୍ତାନ ତରଫରୁ  ହିନ୍ଦୁ ସମ୍ପ୍ରଦାୟ  ପାଇଁ  ଏପରି ଏକ  ନିଷ୍ପତି ନେବା ହୁଏତ  ପ୍ରଥମ ଥର ପାଇଁ ହୋଇଛି। ତେଣୁ ବିଭିନ୍ନ ଜାତୀୟ ସ୍ତରର ପତ୍ର ପତ୍ରିକ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ଏହି ସପକ୍ଷେରେ ଲେଖିଛନ୍ତି।

 

 

 

KNews Bureau

Recent Posts

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

15 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

1 hour ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

2 hours ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago

ଆଜିର ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ମୂଲ୍ୟ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 hours ago