ସ୍ପେଶାଲ

ରାମ ଦୋଳିରେ ଏମିତି ଷ୍ଟଣ୍ଟ କଲେ ଯୁବକ, ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

ସମଗ୍ର ବିଶ୍ୱରେ, ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ପାଗାଳାମୀରେ କିଛି ବି କରିବସନ୍ତି । ଖାସ୍ କରି ଆଜିକାଲି ନିଜକୁ ଭାଇରାଲ କରିବା ପାଇଁ ଲୋକେ ନିଜ ଜୀବନକୁ ବାଜି ଲଗାଇ ବିଭିନ୍ନ ଧରଣର ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳୁଛି। ଠିକ୍ ଏମିତି ଏକ ଭିଡିଓ ଏବେ ଆପଣଙ୍କ ସାମ୍ନାରେ । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଆପଣ ତ ଜାଣିଛନ୍ତି ଆମ ଦେଶରେ ବିଭିନ୍ନ ସ୍ଥାନରେ ମେଳା ଆୟୋଜିତ ହୋଇଥାଏ। ଏହି ମେଳାରେ ବିଭିନ୍ନ ଦୋକାନ ବଜାର ସାଙ୍ଗକୁ ଝୁଲା ଦୋଳି ମଧ୍ଯ ଲାଗିଥାଏ। ଯେଉଁଥିରେ ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବସି ମଜା ଉଠାଇଥାନ୍ତି। ବିଶେଷ କରି ରାମ ଦୋଳିକୁ ସଭିଏଁ ପସନ୍ଦ କରନ୍ତି। ଏହା ପବନରେ ଖୋଲା ଆକାଶରେ ବୁଲିଲା ଭଳି ଅନୁଭବ ହୋଇଥାଏ। ପିଲାମାନେ ପ୍ରାୟତଃ ଏଥିରେ ବସିବାକୁ ଜିଦ୍ ଧରିଥାନ୍ତି। ତେବେ ବର୍ତ୍ତମାନ ଏହି ରାମ ଦୋଳିର ଏକ ଭିଡିଓ ଭାଇରାଲ ହେଉଛି ଯାହା ଉପରେ ଜଣେ ବ୍ୟକ୍ତି ଷ୍ଟଣ୍ଟ କରୁଥିବାର ନଜର ଆସୁଛନ୍ତି। ହଠାତ୍ ଏହି ଭିଡିଓଟିକୁ ଦେଖିଲେ ଛାତି ଥରି ଉଠିବ ।

ଭାଇରାଲ ହେଉଥିବା ଭିଡିଓରେ, ଜଣେ ବ୍ୟକ୍ତି ମେଳାରେ ଲାଗିଥିବା ଏକ ରାମ ଦୋଳିର ଅତି ନିକଟରେ ଛିଡା ହୋଇଛନ୍ତି ଏବଂ ଦୋଳିଟି ବୁଲୁଥିବା ସମୟରେ ସେ ଉତ୍ସାହିତ ହୋଇ ନିଜ ହାତ ଉପରକୁ ଉଠାଇ ଦୋଳିର ଏକ ବାଡକୁ ଧରି ଉପରକୁ ଉଠିଗଲେ। ଏବଂ ଦୋଳି ସହିତ ପୁଣି ତଳକୁ ଖସି ଆସି ଓହ୍ଲାଇ ପଡିଲେ । ଯାହା ଦେଖି ପାଖରେ ଥିବା ଲୋକେ ଡରିଯାଇଥିଲେ। ଯଦି ବ୍ଯକ୍ତି ଜଣକ ତଳେ ପଡିଯିବେ ତାହାହେଲେ ଅବସ୍ଥା ଯାହା ହେବ ନକହିବା ଭଲ ।

ଏଭଳି ଅନେକ ଦୁର୍ଘଟଣା ପୂର୍ବରୁ ଦେଖିବାକୁ ମିଳିଥିବା ସହିତ ଏଭଳି ଷ୍ଟଣ୍ଟ କରିବା ସମୟରେ ସାମାନ୍ୟ ଭୁଲ ହେତୁ ଜୀବନ ଯାଇଥିବା ମଧ୍ଯ ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି। ଏପରି ଷ୍ଟଣ୍ଟ ନକରିବାକୁ ପରାମର୍ଶ ଦେଉଛନ୍ତି ଅନେକ ୟୁଜର୍ସ।

ସତରେ ଟିକେ ଚିନ୍ତା କଲେ ଯଦି ବ୍ଯକ୍ତି ଜଣଙ୍କର ହାତ ହଠାତ୍ ଖସିଯାଇଥାନ୍ତି କିମ୍ବା ଦୋଳିଟିର ବାଡା ହଠାତ୍ ଭାଙ୍ଗଯାଇଥାନ୍ତା ତାହେଲେ ଅବସ୍ଥା କଣ ହେରଇଥାନ୍ତା? ତେଣୁ ଏଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ବ୍ଯକ୍ତିଙ୍କୁ ଅନୁରୋଧ କିଛି ସମୟର ମଜାମସ୍ତି ପାଇଁ ଏମିତି ରିସ୍କ ନିଅନ୍ତୁ ନାହିଁ ଯେଉଁଥିରେ ଆପଣଙ୍କ ଜୀବନ ବି ଚାଲିଯାଇପାରେ ।

 

 

 

 

Sonalisa

Recent Posts

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

5 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

35 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

43 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago