Categories: ସ୍ପେଶାଲ

ଘରେ ରହୁଛି ବିରାଟ ଅଜଗର, ଆଠ ବର୍ଷ ଭିତରେ ୮ ଇଞ୍ଚରୁ ହେଲାଣି ୧୮ ଫୁଟ, ମାଲିକ କିନ୍ତୁ ବେଶ୍‌ ଖୁସି

ଦୁନିଆଁର ସବୁଠାରୁ ବୁଦ୍ଧିମାନ ଜୀବ ହେଉଛି ମଣିଷ । ହେଲେ ଏଇ ମଣିଷର ସବୁ ଅଜବ ନିଶା ଥାଏ । କିଏ କୁକୁର ପାଳିଥାଏ ତ କିଏ ଘୋଡ଼ା କି ହାତୀ । ଆଉ କିଏ ଅନ୍ୟ ପଶୁ ପକ୍ଷୀ ଘରେ ରଖି ପାଳନ କରନ୍ତି । ହେଲେ ଏମିତି ଜଣେ ଲୋକ ଅଛନ୍ତି ଯିଏ ଘରେ ଗୋଟିଏ ଯମଦୂତକୁ ପାଳିଛନ୍ତି । ଏଇ ଯମଦୂତଟି ତାଙ୍କ ପରିବାର ସହ ରହୁଛି ।

ଇଂଲଣ୍ଡ ଗ୍ଲସେଷ୍ଟାରସାୟାର ଟେକ୍ସବରୀ ସହରରେ ରୁହନ୍ତି ୩୧ ବର୍ଷ ବୟସ୍କ ମାର୍କସ ହବ୍‌ସ । ସେ ଗୋଟିଏ ୧୮ ଫୁଟ ଲମ୍ବର ଅଜଗରକୁ ଘରେ ରଖି ପାଳୁଛନ୍ତି । ସାପଟି ଖାଲି ପିଞ୍ଜରା ଭିତରେ କି ଖୁଆଡ଼ରେ ନାହିଁ । ସେ ଘରେ ବୁଲୁଛି ଓ ମାର୍କସଙ୍କ ସହ ବେଡ୍‌ରେ ଶୋଉଛି ମଧ୍ୟ । ଏହି ମାଈ ଅଜଗର ନାଁ ଦିଆଯାଇଛି ହେକ୍ସି । ଯିଏକି ହରିଣ, ଠେକୁଆ ଓ ଘୁଷୁରୀ ଆଦିକୁ ଖାଏ । ହବ୍ସ ରହୁଥିବା ଅଞ୍ଚଳରେ ଯେଉଁ ଚାଷୀମାନେ ରହୁଛନ୍ତି ସେମାନେ ଏହି ଅଜଗର ପାଇଁ ଖାଦ୍ୟ ଯୋଗାଡ଼ କରନ୍ତି । ତେବେ ତାର ମଳ ମଧ୍ୟ ସେହି ପରିମାଣରେ ବହୁତ ଅଧିକ । ତେଣୁ ତାକୁ ଜମା କରିବାକୁ ବଡ଼ ପଲିଥିନ୍‌ ବ୍ୟାଗ୍‌ ବ୍ୟବହାର କରାଯାଉଛି । ହେକ୍ସିକୁ ପାଳିବାରେ ମାର୍କସଙ୍କୁ ଖର୍ଚ୍ଚ କରିବାକୁ ପଡୁଛି ବେଶ୍‌ କେତେ ହଜାର ପାଉଣ୍ଡ । ୟା ଭିତରେ ହେକ୍ସି ଏତେ ବଡ଼ ଓ ଶକ୍ତିଶାଳୀ ହୋଇଗଲାଣି ଯେ ସେ ଚାହିଁଲେ ଗୋଟିଏ ମଣିଷକୁ ଖୁବ୍‌ ସହଜରେ ଗିଳି ଦେଇ ପାରିବ । ତେବେ ମାର୍କସଙ୍କ ବିଶ୍ୱାସ ହେକ୍ସି ଏଭଳି କରିବ ନାହିଁ ।

video courtesy:New York Post

ମାର୍କସ ଏକ ଆଇଟି କମ୍ପାନୀରେ କାମ କରନ୍ତି । ସେ ୮ ବର୍ଷ ତଳେ ଏହି ଅଜଗରଟିକୁ କିଣିଥିଲେ । ସେତେବେଳେ ତାର ଲମ୍ବ ଥିଲା ମାତ୍ର ୮ ଇଞ୍ଚ । ଏବେ ତାର ଲମ୍ବ ୧୮ ଫୁଟ ଏବଂ ଓଜନ ୧୦୦ କିଲୋ ହୋଇଛି । ସେ ପରିବାର ଭିତରେ ରହି ପିଲାଙ୍କ ସହ ମଧ୍ୟ ଚଳପ୍ରଚଳ କରୁଛି । ମାର୍କସଙ୍କ ପିଲାମାନେ ମଧ୍ୟ ସାପକୁ ଡରୁ ନାହାନ୍ତି ଏବଂ ତା ସହିତ ଅଭ୍ୟସ୍ତ ହୋଇଯାଇଛନ୍ତି ।

ହେକ୍ସି ହେଉଛି ବର୍ମିଜ ପ୍ରଜାତିର ଅଜଗର । ମାର୍କସଙ୍କ ପରିବାର ସହ ମଣ୍ଟି ନାମକ ଏକ ଛୋଟ ସାପ ଏବଂ ସିଲୋ ନାମକ ଏକ କୁକୁର ମଧ୍ୟ ଘରେ ଅଛନ୍ତି । ବିଶେଷଜ୍ଞଙ୍କ କହିବା କଥା ହେକ୍ସି ହେଉଛି ବିଶ୍ୱର ସବୁଠାରୁ ବଡ଼ ବର୍ମିଜ୍‌ ଅଜଗର । ଏହା ଗିନିଜ୍‌ ବିଶ୍ୱ ରେକର୍ଡ଼ରେ ମଧ୍ୟ ସ୍ଥାନ ପାଇପାରେ । ହେଲେ ମାର୍କସ ଏ ନେଇ ଆଗ୍ରହୀ ନୁହନ୍ତି । ସେ ରେକର୍ଡ଼ ବୁକ୍‌ ବାଲାଙ୍କୁ ଡାକି ହେକ୍ସିକୁ ମାପ କରିବାକୁ ଚାହୁଁ ନାହାନ୍ତି ।
ମାର୍କସଙ୍କ ପତ୍ନୀ ଏମୀ ମଧ୍ୟ ପ୍ରାଣୀମାନଙ୍କୁ ଭଲ ପାଆନ୍ତି । ତେବେ ଏଭଳି ବଡ଼ ଅଜଗରକୁ ନୁହେଁ । ତଥାପି ମାର୍କସଙ୍କ ପସନ୍ଦ ହୋଇଥିବାରୁ ସେ ହେକ୍ସି ସହିତ ଅଭ୍ୟସ୍ତ ହୋଇଗଲେଣି ବୋଲି କହିଛନ୍ତି ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

26 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

45 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

53 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago