Below header

ଘରେ ରହୁଛି ବିରାଟ ଅଜଗର, ଆଠ ବର୍ଷ ଭିତରେ ୮ ଇଞ୍ଚରୁ ହେଲାଣି ୧୮ ଫୁଟ, ମାଲିକ କିନ୍ତୁ ବେଶ୍‌ ଖୁସି

ଦୁନିଆଁର ସବୁଠାରୁ ବୁଦ୍ଧିମାନ ଜୀବ ହେଉଛି ମଣିଷ । ହେଲେ ଏଇ ମଣିଷର ସବୁ ଅଜବ ନିଶା ଥାଏ । କିଏ କୁକୁର ପାଳିଥାଏ ତ କିଏ ଘୋଡ଼ା କି ହାତୀ । ଆଉ କିଏ ଅନ୍ୟ ପଶୁ ପକ୍ଷୀ ଘରେ ରଖି ପାଳନ କରନ୍ତି । ହେଲେ ଏମିତି ଜଣେ ଲୋକ ଅଛନ୍ତି ଯିଏ ଘରେ ଗୋଟିଏ ଯମଦୂତକୁ ପାଳିଛନ୍ତି । ଏଇ ଯମଦୂତଟି ତାଙ୍କ ପରିବାର ସହ ରହୁଛି ।

SNAKE-2ଇଂଲଣ୍ଡ ଗ୍ଲସେଷ୍ଟାରସାୟାର ଟେକ୍ସବରୀ ସହରରେ ରୁହନ୍ତି ୩୧ ବର୍ଷ ବୟସ୍କ ମାର୍କସ ହବ୍‌ସ । ସେ ଗୋଟିଏ ୧୮ ଫୁଟ ଲମ୍ବର ଅଜଗରକୁ ଘରେ ରଖି ପାଳୁଛନ୍ତି । ସାପଟି ଖାଲି ପିଞ୍ଜରା ଭିତରେ କି ଖୁଆଡ଼ରେ ନାହିଁ । ସେ ଘରେ ବୁଲୁଛି ଓ ମାର୍କସଙ୍କ ସହ ବେଡ୍‌ରେ ଶୋଉଛି ମଧ୍ୟ । ଏହି ମାଈ ଅଜଗର ନାଁ ଦିଆଯାଇଛି ହେକ୍ସି । ଯିଏକି ହରିଣ, ଠେକୁଆ ଓ ଘୁଷୁରୀ ଆଦିକୁ ଖାଏ । ହବ୍ସ ରହୁଥିବା ଅଞ୍ଚଳରେ ଯେଉଁ ଚାଷୀମାନେ ରହୁଛନ୍ତି ସେମାନେ ଏହି ଅଜଗର ପାଇଁ ଖାଦ୍ୟ ଯୋଗାଡ଼ କରନ୍ତି । ତେବେ ତାର ମଳ ମଧ୍ୟ ସେହି ପରିମାଣରେ ବହୁତ ଅଧିକ । ତେଣୁ ତାକୁ ଜମା କରିବାକୁ ବଡ଼ ପଲିଥିନ୍‌ ବ୍ୟାଗ୍‌ ବ୍ୟବହାର କରାଯାଉଛି । ହେକ୍ସିକୁ ପାଳିବାରେ ମାର୍କସଙ୍କୁ ଖର୍ଚ୍ଚ କରିବାକୁ ପଡୁଛି ବେଶ୍‌ କେତେ ହଜାର ପାଉଣ୍ଡ । ୟା ଭିତରେ ହେକ୍ସି ଏତେ ବଡ଼ ଓ ଶକ୍ତିଶାଳୀ ହୋଇଗଲାଣି ଯେ ସେ ଚାହିଁଲେ ଗୋଟିଏ ମଣିଷକୁ ଖୁବ୍‌ ସହଜରେ ଗିଳି ଦେଇ ପାରିବ । ତେବେ ମାର୍କସଙ୍କ ବିଶ୍ୱାସ ହେକ୍ସି ଏଭଳି କରିବ ନାହିଁ ।

SNAKE-3

video courtesy:New York Post

ମାର୍କସ ଏକ ଆଇଟି କମ୍ପାନୀରେ କାମ କରନ୍ତି । ସେ ୮ ବର୍ଷ ତଳେ ଏହି ଅଜଗରଟିକୁ କିଣିଥିଲେ । ସେତେବେଳେ ତାର ଲମ୍ବ ଥିଲା ମାତ୍ର ୮ ଇଞ୍ଚ । ଏବେ ତାର ଲମ୍ବ ୧୮ ଫୁଟ ଏବଂ ଓଜନ ୧୦୦ କିଲୋ ହୋଇଛି । ସେ ପରିବାର ଭିତରେ ରହି ପିଲାଙ୍କ ସହ ମଧ୍ୟ ଚଳପ୍ରଚଳ କରୁଛି । ମାର୍କସଙ୍କ ପିଲାମାନେ ମଧ୍ୟ ସାପକୁ ଡରୁ ନାହାନ୍ତି ଏବଂ ତା ସହିତ ଅଭ୍ୟସ୍ତ ହୋଇଯାଇଛନ୍ତି ।

SNAKE-4

ହେକ୍ସି ହେଉଛି ବର୍ମିଜ ପ୍ରଜାତିର ଅଜଗର । ମାର୍କସଙ୍କ ପରିବାର ସହ ମଣ୍ଟି ନାମକ ଏକ ଛୋଟ ସାପ ଏବଂ ସିଲୋ ନାମକ ଏକ କୁକୁର ମଧ୍ୟ ଘରେ ଅଛନ୍ତି । ବିଶେଷଜ୍ଞଙ୍କ କହିବା କଥା ହେକ୍ସି ହେଉଛି ବିଶ୍ୱର ସବୁଠାରୁ ବଡ଼ ବର୍ମିଜ୍‌ ଅଜଗର । ଏହା ଗିନିଜ୍‌ ବିଶ୍ୱ ରେକର୍ଡ଼ରେ ମଧ୍ୟ ସ୍ଥାନ ପାଇପାରେ । ହେଲେ ମାର୍କସ ଏ ନେଇ ଆଗ୍ରହୀ ନୁହନ୍ତି । ସେ ରେକର୍ଡ଼ ବୁକ୍‌ ବାଲାଙ୍କୁ ଡାକି ହେକ୍ସିକୁ ମାପ କରିବାକୁ ଚାହୁଁ ନାହାନ୍ତି ।
ମାର୍କସଙ୍କ ପତ୍ନୀ ଏମୀ ମଧ୍ୟ ପ୍ରାଣୀମାନଙ୍କୁ ଭଲ ପାଆନ୍ତି । ତେବେ ଏଭଳି ବଡ଼ ଅଜଗରକୁ ନୁହେଁ । ତଥାପି ମାର୍କସଙ୍କ ପସନ୍ଦ ହୋଇଥିବାରୁ ସେ ହେକ୍ସି ସହିତ ଅଭ୍ୟସ୍ତ ହୋଇଗଲେଣି ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.