ସ୍ପେଶାଲ

ଖୁବଶୀଘ୍ର ଶେଷ ହୋଇଯିବ ପେଟ୍ରୋଲ ଓ ଡିଜେଲ, ରିପୋର୍ଟରେ ହେଲା ଖୁଲାସା

ସରିଯିବ ପେଟ୍ରୋଲ । ଟଙ୍କା ଦେଲେ ବି ମିଳିବନି ତେଲ । ଆପଣ ପ୍ରତ୍ୟେକ ଦିନ ଯିବା ଆସିବା ପାଇଁ ବ୍ୟବହାର କରୁଥିବା ପେଟ୍ରୋଲ ଓ ଡିଜେଲ ଶେଷ ହୋଇଯିବ । କଥା ଟା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ।  ଏପରି କିନ୍ତୁ ସତରେ ହେବାକୁ ଯାଉଛି । ପେଟ୍ରୋଲ କେତେ ବର୍ଷ ମଧ୍ୟରେ ଶେଷ ହେବ ସେନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ବିନା ପେଟ୍ରୋଲରେ ଆପଣ କିପରି ଗାଡ଼ି ଚଳାଇବେ ଏହା ଆପଣଙ୍କୁ ନିଶ୍ଚିତ ଚିନ୍ତାରେ ପକାଉଥିବ । ଗାଡ଼ି ଥାଇ ବି ଯଦି ପେଟ୍ରୋଲ ମଳିବନି ଆପଣଙ୍କ ଦାମୀ ଗାଡ଼ିର କିଛି ଲାଭ ରହିବ ନାହିଁ । ତେବେ ପେଟ୍ରୋଲ ଓ ଡିଜେଲ ଯେତେ ଅଧିକ ଦାମ ହେଲେ ମଧ୍ୟ ଲୋକମାନେ ଏହାକୁ ବ୍ୟବହାର କରିବା କମ କରିନାହାନ୍ତି ଏବଂ ଅତ୍ୟଧିକ ବ୍ୟବହାର ଫଳରେ ଏହା ସରିବାକୁ ବସିଛି । ତେବେ ଏହା କେତେ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଶେଷ ହୋଇଯିବ ତାହାର ଏକ ରିପୋର୍ଟ ସାମ୍ନାକୁ ଆସିଛି । ଆସନ୍ତୁ ଜାଣିବା କେବେ ସରିଯିବ ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ପେଟ୍ରୋଲ ଓ ଡିଜେଲ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ କି ଏନର୍ଜି ଇନଷ୍ଟିଚ୍ୟୁଟର ଷ୍ଟାଟିଷ୍ଟିକାଲ ରିଭ୍ୟୁ ଅଫ ଓ୍ଵାର୍ଲ୍ଡ ଏନର୍ଜି-୨୦୨୩ର ଏକ ରିପୋର୍ଟରେ କୁହାଯାଇଛି ଆସନ୍ତା ୫୦ ବର୍ଷରେ ପେଟ୍ରୋଲିୟମ ଜାତ ଦ୍ରବ୍ୟ ପୃଥିବୀରୁ ଶେଷ ହୋଇଯିବ । ଏହି ପେଟ୍ରୋଲ ସରିଯିବାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି । ଏହାର ବିକଳ୍ପ ବାହାର କରିବା ପାଇଁ ଚେଷ୍ଟା କରାଯାଉଛି । ଅନ୍ୟପଟେ କୋଇଲା ମଧ୍ୟ ଆଗାମୀ ୧୧୦ ବର୍ଷ ମଧ୍ୟରେ ପୃଥିବୀରୁ ଶେଷ ହୋଇଯିବା ନେଇ ତଥ୍ୟ ମିଳିଛି । ତେବେ ଗତବର୍ଷ ନିତିନ ଗଡ଼କରୀ କହିଥିଲେ ଯେ, ଆସନ୍ତା ୫ ବର୍ଷ ମଧ୍ୟରେ ଭାରତରେ ପେଟ୍ରୋଲ ଶେଷ ହୋଇଯିବ । ଏହା ଉପରେ ପ୍ରତିବନ୍ଧକ ଲଗାଯିବା ଆବଶ୍ୟକ ।

ଭାରତ ସମେତ ଅନେକ ଦେଶ ପେଟ୍ରୋଲର ବିକଳ୍ପ ବ୍ୟବସ୍ଥା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ଯେପରିକି ବର୍ତ୍ତମାନ ଅନେକ ଦେଶରେ ଇଲେକ୍ଟ୍ରିକ୍‌ ଗାଡ଼ି ମାର୍କେଟରେ ଉପଲବ୍ଧ ହେଉଛି । ଇଲେକ୍ଟ୍ରିକ ଗାଡ଼ି ଦ୍ୱାରା ପେଟ୍ରୋଲ ଏବଂ ଡିଜେଲର ବ୍ୟବହାର କମ ହୋଇଛି । ଏନେଇ ଆସନ୍ତା ସମୟରେ ପେଟ୍ରୋଲ ଏବଂ ଡିଜେଲ ଗାଡ଼ି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ ବୋଲି କୁହାଯାଉଛି । ଗଡ଼କରୀଙ୍କ କହିବା ଅନୁସାରେ ଆସନ୍ତା ୫ ବର୍ଷରେ ଦେଶରେ ପେଟ୍ରୋଲ ଉପରେ ପ୍ରତିବନ୍ଧକ ଲଗାଯିବ ଏବଂ ଦେଶରେ ଏହାର ଆବଶ୍ୟକତା ମଧ୍ୟ ରହିବ ନାହିଁ । ଗ୍ରୀନ ହାଇଡ୍ରୋଜେନ, ଇଥାନାଲ ଏବଂ ସବୁଜ ଇନ୍ଧନର ବ୍ୟବହାରକୁ ନେଇ ଜୋର ଦିଆଯାଉଛି । ଆପଣଙ୍କ ଚାରି ଚକିଆ ଏବଂ ଦୁଇ ଚକିଆ ଯାନ ଗ୍ରୀନ ହାଇଡ୍ରୋଜେନ, ଇଥାନାଲ , ସିଏନଜି ଏବଂ ଏଲଏନଜି ଉପରେ ଆଧାରିତ ହେବ ।

ତେବେ ଭବିଷ୍ୟତରେ ଶେଷ ହେବାକୁ ଥିବା ପେଟ୍ରୋଲ ଏବଂ ଡିଜେଲର ବିକଳ୍ପକୁ ନେଇ ବୈଜ୍ଞାନିକମାନେ ରିସର୍ଚ୍ଚ କରୁଛନ୍ତି । ବାୟୋ ଫ୍ୟୁଲ ବା ଜୈବ ଇନ୍ଧନ ଏହାର ଏକ ଭଲ ବିକଳ୍ପ । ବୈଜ୍ଞାନିକମାନେ ଜୈବ ଇନ୍ଧନ ଉପରେ ସନ୍ଧାନ ଜାରି ରଖିଛନ୍ତି । ଆଗାମୀ ସମୟରେ ପେଟ୍ରୋଲ ଏବଂ ଡିଜେଲ ଶେଷ ହୋଇଗଲେ ଏହାକୁ ବ୍ୟବହାର କରାଯାଇ ପାରିବ । ପେଟ୍ରୋଲ ଏବଂ ଡିଜେଲ ସୀମିତ ମାତ୍ରାରେ ଉପଲବ୍ଧ ହୋଇଥାଏ ଯାହା ଶେଷ ହୋଇଯାଏ କିନ୍ତୁ ଜୈବ ଇନ୍ଧନ କେବେ ମଧ୍ୟ ସରେ ନାହିଁ । କାରଣ ଏହାର ଉତ୍ପାଦନ ବନସ୍ପତିରୁ ହୋଇଥାଏ ଏବଂ ବନସ୍ପତି ଲଗାତାର ପ୍ରସ୍ତୁତ ହୋଇଥାଏ । ଜୈବ ଇନ୍ଧନରୁ ପରିବେଶ ସୁରକ୍ଷିତ ରହିଥାଏ କିନ୍ତୁ ପେଟ୍ରୋଲ ଏବଂ ଡିଜେଲ ଭଳି ଇନ୍ଧନରୁ ପରିବେଶ ପ୍ରଦୂଷିତ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲର ଅତ୍ୟଧିକ ବ୍ୟବହାର ଦ୍ୱାରା ଏହା ଶେଷ ହେବାକୁ ବସିଲାଣି କିନ୍ତୁ ଏହି ସମସ୍ତ ବିକଳ୍ପ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲର ଅଭାବକୁ ପୂରଣ କରାଯାଇ ପାରିବ ।

 

Subhalaxmi Das

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

15 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

25 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

36 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

2 hours ago