ଦେଶ ବିଦେଶ

ସକାଳ ୯ରୁ ୪ଟା କୋଚିଂ ସେଣ୍ଟର ବନ୍ଦ, ନ ମାନିଲେ କାର୍ଯ୍ୟାନୁଷ୍ଠାନ ନେବେ ରାଜ୍ୟ ସରକାର

ମନମାନି ଚାଲିଥିବା କୋଚିଂ ସେଣ୍ଟରରେ ରୋକ୍‌ ଲଗାଇଛନ୍ତି ବିହାର ସରକାର । ବିହାର ସରକାରର ଶିକ୍ଷା ବିଭାଗ ପକ୍ଷରୁ କୋଚିଂ ସେଣ୍ଟରରେ ଚାଲିଥିବା ମନମାନି ଉପରେ ରୋକ୍‌ ଲଗାଇଛନ୍ତି । ଛତୁ ଫୁଟିଥିବା କୋଚିଂ ସେଣ୍ଟରରେ ପିଲାଙ୍କୁ ପଢାଇବାକୁ କୌଣସି ସମୟ ଧାର୍ଯ୍ୟ କରାଯାଇନି । ତେଣୁ କୋଚିଂ ସେଣ୍ଟର ମନଇଚ୍ଛା ପାଠ ପଢାଉଛନ୍ତି । ସେଥିପାଇଁ ବିହାର ସରକାର ଏଥିପାଇଁ ସମୟ ଧାର୍ଯ୍ୟ କରିଛନ୍ତି । ଏବେ ସକାଳ ୯ ଟାରୁ ୪ ଟା ପର୍ଯ୍ୟନ୍ତ କୌଣସି କୋଚିଂ ସେଣ୍ଟରରେ ପଢାଯାଇ ପାରିବ ନାହିଁ । ଏ ନେଇ ବିହାର ଶିକ୍ଷା ବିଭାଗର ସଚିବ କେକେ ପାଠକ ନୂଆ ଆଦେଶ ନେଇ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।

ଚିଠିରେ ଉଲ୍ଲେଖ ରହିଛି କି, ସମସ୍ତ କୋଚିଂ ସେଣ୍ଟରର ସମୟ ସ୍କୁଲ ସମୟରେ ରହୁଛି । ସ୍କୁଲ ସକାଳ ୯ ଟାରୁ ୪ଟା ପର୍ଯ୍ୟନ୍ତ ରହିଛି । କିନ୍ତୁ ଏହି ସମୟରେ କୋଚିଂ ସେଣ୍ଟର ଚାଲୁଛି । ତେଣୁ ପିଲାମାନେ ସ୍କୁଲ ନ ଆସି କୋଚିଂ ସେଣ୍ଟର ଯାଉଛନ୍ତି । ସେଥିପାଇଁ ସ୍କୁଲରେ ପିଲାଙ୍କ ଅନୁପସ୍ଥିତି ରହୁଛି । କୋଚିଂ ସେଣ୍ଟରରେ ସରକାରୀ ଶିକ୍ଷକ ବିଦ୍ୟାଳୟ ସମୟରେ ଯାଇ ପଢାଉଥିବାର ନଜିର ରହିଛି ।

ରାଜ୍ୟରେ ବିହାର କୋଚିଂ ଇନଷ୍ଟିଚ୍ୟୁଟ୍‌ ଆକ୍ଟ ୨୦୨୦ ପୂର୍ବରୁ ଲାଗୁ ହୋଇଛି । କିନ୍ତୁ ଏହି ଅଧିନିୟମ ଅନୁସାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ତେଣୁ ସବୁ ଜିଲ୍ଲାର ଶିକ୍ଷା ଅଧିକାରୀ କୋଚିଂ ସେଣ୍ଟରର ଗତିବିଧି ଉପରେ ନଜର ରଖିବା ଜରୁରୀ ।

ଯେଉଁମାନେ ନିୟମ ମାନୁନାହାନ୍ତି, ସେମାନଙ୍କ କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ଚିଠିରେ କୁହାଯାଇଛି । ଏହାଛଡା ଯେଉଁମାନେ ସରକାରୀ ଶିକ୍ଷାନୁଷ୍ଠାନରେ ପଢାଉଛନ୍ତି, ସେମାନଙ୍କୁ କୋଚିଂ ସେଣ୍ଟରରେ ନ ରଖିବାକୁ ଚିଠିରେ ଉଲ୍ଲେଖ ରହିଛି ।

Swagatika

Recent Posts

ଖୁସି ଖବର ! ଆଉ ଅତିରିକ୍ତ ଦରମା ଫେରାଇବେନି ସରକାରୀ କର୍ମଚାରୀ

ନୂଆ ସରକାର ଆସିବା ପରଠାରୁ ସରକାରଙ୍କ ଠାରୁ ବିଭିନ୍ନ ନୀତିରେ ପରିବର୍ତ୍ତନ ଆଶା କରାଯାଉଛି । ଏହାରି ଭିତରେ ପୁଣି…

7 mins ago

ଘାଟିରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ, ୩୫ ଆହତ

ବଣାଇ : ଘାଟିରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ, ୩୫ ଆହତ। ଗୁରୁଣ୍ଡୁଆ ଥାନାର ତାମଡ଼ା ଘାଟିରେ ଦୁର୍ଘଟଣା। ପଙ୍କଢ଼ିହିରୁ ବଣାଇ…

8 mins ago

ଜିଓର ୯୦ ଦିନିଆ ରିଚାର୍ଜ ପ୍ଲାନ, ୟୁଜର୍ସଙ୍କୁ ମିଳିବ ୨୦୦ GB ଡାଟା

ରିଲାଏନ୍ସ ଜିଓ ହେଉଛି ଦେଶର ସବୁଠାରୁ ବଡ ଟେଲିକମ୍ କମ୍ପାନୀ । ଟେଲିକମ୍ ସେକ୍ଟରରେ ଜିଓର ଅଧିକ ୟୁଜର ଅଛନ୍ତି…

31 mins ago

ଏଥର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିବେ ବଜେଟ ଉପସ୍ଥାପନ

ଭୁବନେଶ୍ୱର :   ଆଜି ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଏହି ସମୀକ୍ଷା ବୈଠକ ହେବ । ଆସନ୍ତା 100 ଦିନ ଭିତରେ…

39 mins ago

ଜାଣନ୍ତୁ, ଭୁବନେଶ୍ୱରରେ ଆଜିର ପେଟ୍ରୋଲ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

1 hour ago

ଜାଣନ୍ତୁ କେତେ ରହିଛି ଆଜି ସୁନା ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

2 hours ago