ସକାଳ ୯ରୁ ୪ଟା କୋଚିଂ ସେଣ୍ଟର ବନ୍ଦ, ନ ମାନିଲେ କାର୍ଯ୍ୟାନୁଷ୍ଠାନ ନେବେ ରାଜ୍ୟ ସରକାର

କୋଚିଂ ସେଣ୍ଟରକୁ ନେଇ ବଡ ନିଷ୍ପତ୍ତି ଶୁଣାଇଛନ୍ତି ବିହାର ସରକାର । ସକାଳ ୯ଟାରୁ ୪ ଟା ବନ୍ଦ ରହିବ କୋଚିଂ ସେଣ୍ଟର । କୋଚିଂ ସେଣ୍ଟରର ମନମାନି କ୍ଲାସ ଯୋଗୁଁ ପିଲାମାନେ ସ୍କୁଲରେ ଅନୁପସ୍ଥିତ ରହୁଛନ୍ତି । ସରକାରଙ୍କ ନିଷ୍ପତ୍ତିକୁ ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ମନମାନି ଚାଲିଥିବା କୋଚିଂ ସେଣ୍ଟରରେ ରୋକ୍‌ ଲଗାଇଛନ୍ତି ବିହାର ସରକାର । ବିହାର ସରକାରର ଶିକ୍ଷା ବିଭାଗ ପକ୍ଷରୁ କୋଚିଂ ସେଣ୍ଟରରେ ଚାଲିଥିବା ମନମାନି ଉପରେ ରୋକ୍‌ ଲଗାଇଛନ୍ତି । ଛତୁ ଫୁଟିଥିବା କୋଚିଂ ସେଣ୍ଟରରେ ପିଲାଙ୍କୁ ପଢାଇବାକୁ କୌଣସି ସମୟ ଧାର୍ଯ୍ୟ କରାଯାଇନି । ତେଣୁ କୋଚିଂ ସେଣ୍ଟର ମନଇଚ୍ଛା ପାଠ ପଢାଉଛନ୍ତି । ସେଥିପାଇଁ ବିହାର ସରକାର ଏଥିପାଇଁ ସମୟ ଧାର୍ଯ୍ୟ କରିଛନ୍ତି । ଏବେ ସକାଳ ୯ ଟାରୁ ୪ ଟା ପର୍ଯ୍ୟନ୍ତ କୌଣସି କୋଚିଂ ସେଣ୍ଟରରେ ପଢାଯାଇ ପାରିବ ନାହିଁ । ଏ ନେଇ ବିହାର ଶିକ୍ଷା ବିଭାଗର ସଚିବ କେକେ ପାଠକ ନୂଆ ଆଦେଶ ନେଇ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।

ଚିଠିରେ ଉଲ୍ଲେଖ ରହିଛି କି, ସମସ୍ତ କୋଚିଂ ସେଣ୍ଟରର ସମୟ ସ୍କୁଲ ସମୟରେ ରହୁଛି । ସ୍କୁଲ ସକାଳ ୯ ଟାରୁ ୪ଟା ପର୍ଯ୍ୟନ୍ତ ରହିଛି । କିନ୍ତୁ ଏହି ସମୟରେ କୋଚିଂ ସେଣ୍ଟର ଚାଲୁଛି । ତେଣୁ ପିଲାମାନେ ସ୍କୁଲ ନ ଆସି କୋଚିଂ ସେଣ୍ଟର ଯାଉଛନ୍ତି । ସେଥିପାଇଁ ସ୍କୁଲରେ ପିଲାଙ୍କ ଅନୁପସ୍ଥିତି ରହୁଛି । କୋଚିଂ ସେଣ୍ଟରରେ ସରକାରୀ ଶିକ୍ଷକ ବିଦ୍ୟାଳୟ ସମୟରେ ଯାଇ ପଢାଉଥିବାର ନଜିର ରହିଛି ।

ରାଜ୍ୟରେ ବିହାର କୋଚିଂ ଇନଷ୍ଟିଚ୍ୟୁଟ୍‌ ଆକ୍ଟ ୨୦୨୦ ପୂର୍ବରୁ ଲାଗୁ ହୋଇଛି । କିନ୍ତୁ ଏହି ଅଧିନିୟମ ଅନୁସାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ତେଣୁ ସବୁ ଜିଲ୍ଲାର ଶିକ୍ଷା ଅଧିକାରୀ କୋଚିଂ ସେଣ୍ଟରର ଗତିବିଧି ଉପରେ ନଜର ରଖିବା ଜରୁରୀ ।

ଯେଉଁମାନେ ନିୟମ ମାନୁନାହାନ୍ତି, ସେମାନଙ୍କ କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ଚିଠିରେ କୁହାଯାଇଛି । ଏହାଛଡା ଯେଉଁମାନେ ସରକାରୀ ଶିକ୍ଷାନୁଷ୍ଠାନରେ ପଢାଉଛନ୍ତି, ସେମାନଙ୍କୁ କୋଚିଂ ସେଣ୍ଟରରେ ନ ରଖିବାକୁ ଚିଠିରେ ଉଲ୍ଲେଖ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.