ସବୁ ଆଡେ ବର୍ଷା: ଦେବଗଡ଼ରେ ବୁଧ ଓ ଗୁରୁ ସ୍କୁଲ-ଅଙ୍ଗନୱାଡି ଛୁଟି ଘୋଷଣା

ଦେବଗଡ଼ ଜିଲ୍ଲାରେ ଗତକାଲି ଠାରୁ ଲାଗି ରହିଛି ଅବିଶ୍ରାନ୍ତ ବର୍ଷା l ବର୍ଷାକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତା କାଲି ଦୁଇଦିନ ଧରି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ବନ୍ଦ ଘୋଷଣା କଲା ଜିଲ୍ଲା ପ୍ରଶାସନ l

ଦେବଗଡ଼ (କେନ୍ୟୁଜ): ପ୍ରବଳ ବର୍ଷାରେ ବେହାଲ ସାରା ରାଜ୍ୟ । ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟର କିଛି ଜିଲ୍ଲାରେ ବନ୍ଦ ରହିଛି ସ୍କୁଲ ଓ କଲେଜ । ସେହିପରି ଦେବଗଡ଼ ଜିଲ୍ଲାରେ ଗତକାଲି ଠାରୁ ଲାଗି ରହିଛି ଅବିଶ୍ରାନ୍ତ ବର୍ଷା ।

ଗତକାଲି ସନ୍ଧ୍ୟାରୁ ଆଜି ସକାଳ ୮ଟା ଯାଏଁ ଜିଲ୍ଲାରେ ୨୩୨ ଏମଏମ ବର୍ଷା ରେକର୍ଡ କରାଯାଇଥିବା ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି। ବର୍ଷାକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତା କାଲି ଦୁଇଦିନ ଧରି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ବନ୍ଦ ଘୋଷଣା କଲା ଜିଲ୍ଲା ପ୍ରଶାସନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.