Categories: ସ୍ପେଶାଲ

ଆପଣଙ୍କ ବେଡ଼ରୁମ ଠାରୁ ବି ଆଲିଶାନ ଏହି ଜେଲ କୋଠରୀ, ଥରେ ପକାନ୍ତୁ ନଜର

ଜେଲ ନାଁ ଶୁଣିଲେ ଛାତିରେ ଯେମିତି ଛନକା ପଶେ । ଏମିତି ବି କୁହାଯାଏ ଜେଲ ରହଣୀ କୌଣସି ନର୍କ ଯନ୍ତ୍ରଣା ଠାରୁ କମ ନୁହେଁ । କିନ୍ତୁ ନିକଟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା କିଛି ଫଟୋ ଆପଣଙ୍କ ଏହି ଧାରଣାକୁ ବଦଳେଇ ଦେବ । ପ୍ରକୃତରେ ଟ୍ୱିଟରରେ ନରଡିକ ଦେଶ ( ଡେ଼ନମାର୍କ, ନରୱେ , ସ୍ୱିଡ଼େନ, ଫିନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ) ଜେଲ ଗୁଡିକର ଫଟୋ ଖୁବ ଭାଇରଲ ହୋଇଛି । ଆଉ ଏହି ଫଟୋ ଗୁଡିକୁ ଯିଏ ପ୍ରଥମ ଥର ଦେଖିବ ସିଏ ନିଶ୍ଚିନ୍ତ ରୂପେ ଭ୍ରମରେ ପଡିଯିବ ଇଏ ଜେଲ ନା କୌଣସି ଫାଇଭଷ୍ଟାର ହୋଟେଲ । ଏଠି ଯିଏ ଥରେ ରହିଛି ସିଏ କହିଛି, ଏହି ଜେଲରେ ରହିବା ଘରେ ରହିବା ଠାରୁ ଢେର ଗୁଣା ଭଲ । ଏଠି ରହୁଥିବା କଏଦୀ ମାନଙ୍କୁ ସବୁ ପ୍ରକାରର ଆଲିଶାନ ସୁବିଧା ଯୋଗାଇ ଦିଆ ଯାଇଥାଏ । ଯେମିତିକି ସେମାନେ ଜେଲରେ ରହି ବି ଅଏସରେ ଦିନ କାଟି ପାରିବେ । ଏଠି ସବୁ ପ୍ରକାରର ସୁଖ ସୁବିଧା ପୂର୍ବରୁ ହିଁ ମହଜୂତ ଥାଏ । ଜେଲ କତ୍ତୃପକ୍ଷ ନିଜେ ଏଗୁଡିକର ତଦାରଖ ଦାୟିତ୍ୱରେ ଥାଆନ୍ତି ।

Darrel Owens ନାମକ ଜଣେ ଟ୍ୱିଟର ୟୁଜର ହିଁ ଏହି ଆଲୀସାନ ଜେଲ ଗୁଡିକର ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରଥମେ ପୋଷ୍ଟ କରିଥିଲେ । ଫଟୋ ଗୁଡିକୁ ସେୟାର କରିବା ସହ ଏହାର କ୍ୟାପ୍ସନରେ ସେ ଲେଖିଥିଲେ, “ଏହି ଜେଲରେ ଗୋଟେ ରାତି କାଟିବା ସାନଫ୍ରାନସିସ୍କୋର ପ୍ରତି ମାସ ୨.୨ ଲକ୍ଷ ଟଙ୍କା ଭଡା ଦିଆଯାଉଥିବା ଆପାର୍ଟମେଣ୍ଟରେ ରହିବା ସହ ସମାନ” । ଖାଲି ସେତିକି ନୁହେଁ Darrel ସ୍ୱିଡ଼େନ ଓ ଆମେରିକାର କେତେକ ଜେଲ ଗୁଡିକର ଫଟୋ ସେୟାର କରିବା ସହ ଏହାର କ୍ୟାପ୍ସନରେ ଲେଖିଛନ୍ତି “ଥରେ ଭାବନ୍ତୁ ତ ଏହି ଜେଲର ବାତାବରଣ କେମିତି ହୋଇଥିବ” । ଏହି ଟ୍ୱିଟ ଟିକୁ କିଛି ଘଣ୍ଟା ଭିତରେ ୪୪୦୦ରୁ ଅଧିକ ଥର ରିଟ୍ୱିଟ ବି କରାଯାଇଛି । ଆଉ ଖୁବ କମ ସମୟ ଭିତରେ ହିଁ ଏହି ଫଟୋ ଗୁଡିକ ଭାଇରାଲ ହୋଇଯାଇଥିଲା । ଖାଲି ସେତିକି ନୁହେଁ ଟ୍ୱିଟର ୟୁଜର ମାନେ ବି ନିଜ ନିଜ ପ୍ରତିକ୍ରିୟା ରଖିଥିବା ଜଣାଯାଇଛି । କିଛି ଜଣ ତ ନିଜ ଘରର ତୁଳନା ଏହି ଜେଲ ସହ କରିଛନ୍ତି ।

କିଛି ଜଣ ଫଟୋ ଗୁଡିକୁ ଦେଖିବା ପରେ ମତ ରଖିଛନ୍ତି, “ଯଦି ଜେଲରେ ଦଣ୍ଡ ଭୋଗୁଥିବା କଏଦୀ ମାନଙ୍କୁ ଏମିତି ସୁଖ ସୁବିଧା ମିଳେ ତାହାହେଲେ ପ୍ରାୟ ସମସ୍ତେ ଜେଲ ଯିବାକୁ ଚାହିଁବେ” । ଆଉ ଏମିତି ହେଲେ ଅପରାଧ ସଂଖ୍ୟା ବି ଦିନ କୁ ଦିନ ବଢି ବଢି ଚାଲିବ ସିନା କମିବ ନାହିଁ । ଯେତେ ଦୂର ସମ୍ଭବ ଜେଲ ଗୁଡିକୁ ଯଥାଶୀଘ୍ର ବନ୍ଦ କରିଦେବା ଉଚିତ । ଖାଲି ସେତିକି ନୁହେଁ କିଛି ସ୍କୁଲ ଛାତ୍ର ମାନେ ବି ଏହି ଟ୍ୱିଟକୁ ନେଇ ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେମାନେ ରହୁଥିବା ହଷ୍ଟେଲ ରୁମ ଠାରୁ ଏହି ଜେଲ ଗୁଡିକ ଅନେକ ଗୁଣା ଭଲ ବୋଲି କହିଛନ୍ତି ।

KNews Bureau

Recent Posts

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମରେ ବାଜିଲା ମୋହର

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମରେ ବାଜିଲା ମୋହର । ସବୁ କଳ୍ପନାଜଳ୍ପନାର…

31 mins ago

ଘର ଗାଡ଼ି ଭତ୍ତା ସବୁକିଛି ମିଳେ ଫ୍ରିରେ, ଜାଣନ୍ତୁ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଆଉ କଣ ସବୁ ସୁବିଧା ପାଆନ୍ତି ଏମାନେ

ଲୋକସଭା ନିର୍ବାଚନ ପରେ ନୂଆ ସରକାର ଗଠନ ହୋଇ ସାରିଛି । ପ୍ରଧାନମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳରେ ମୋଟ ୭୨ ଜଣ…

34 mins ago

ନକଲି ଭୋଟର କାର୍ଡ କରି ଲୋକସଭା ନିର୍ବାଚନରେ ଦେଇଥିଲେ ଭୋଟ, ୪ ବାଂଲାଦେଶୀଙ୍କୁ ଧରିଲା ଏଟିଏସ

ମହାରାଷ୍ଟ୍ର ଏଟିଏସ୍‌ ୪ ଜଣ ବାଂଲାଦେଶୀଙ୍କୁ ମୁମ୍ବାଇରୁ ଗିରଫ କରିଛି । ଏମାନେ କିଛିଦିନ ହେଲାଣି ଅବୈଧ ଭାବେ ଜାଲ୍‌…

46 mins ago

ସରକାରୀ କର୍ମଚାରୀଙ୍କୁ ୩୦ ଜୁନ ଯାଏ ଛୁଟି ମନା, ସରାକାରୀ ଛୁଟିରେ ବି ରହିବେ ଉପସ୍ଥିତ

କେନ୍ୟୁଜ (ବ୍ୟୁରୋ)  : ସରକାରୀ କର୍ମଚାରୀଙ୍କ ପାଇଁ ଏଥର ରଜ ଫିକା । କାରଣ ଜୁନ ୩୦ ଯାଏ କୌଣସି…

52 mins ago

ପ୍ରେମିକାକୁ ହତ୍ୟା କରି ଥାନାରେ ଆତ୍ମ ସମର୍ପଣ କଲେ ପ୍ରେମିକ, ପୋଲିସର ତନାଘନା

ରାୟଗଡା : କୁହନ୍ତି ପ୍ରେମ ଅନ୍ଧ । କିନ୍ତୁ ଏହି ପ୍ରେମ ବେଳେବେଳେ ଏମିତି ରୂପ ନେଇଥାଏ ଯାହା ବିଷୟରେ…

1 hour ago

ଗ୍ୟାଙ୍ଗଷ୍ଟର୍‌ ଅବୁ ସଲେମ୍‌ଙ୍କ ଜୀବନ ପ୍ରତି ବିପଦ ! ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ନ କରିବାକୁ କୋର୍ଟଙ୍କୁ ନିବେଦନ

ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରିଛନ୍ତି କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ଅବୁ ସଲେମ୍‌ । ବର୍ତ୍ତମାନ ସେ ଜେଲ୍‌ରେ ଅଛନ୍ତି…

1 hour ago