Below header

ଆପଣଙ୍କ ବେଡ଼ରୁମ ଠାରୁ ବି ଆଲିଶାନ ଏହି ଜେଲ କୋଠରୀ, ଥରେ ପକାନ୍ତୁ ନଜର

ଜେଲ ନାଁ ଶୁଣିଲେ ଛାତିରେ ଯେମିତି ଛନକା ପଶେ । ଏମିତି ବି କୁହାଯାଏ ଜେଲ ରହଣୀ କୌଣସି ନର୍କ ଯନ୍ତ୍ରଣା ଠାରୁ କମ ନୁହେଁ । କିନ୍ତୁ ନିକଟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା କିଛି ଫଟୋ ଆପଣଙ୍କ ଏହି ଧାରଣାକୁ ବଦଳେଇ ଦେବ । ପ୍ରକୃତରେ ଟ୍ୱିଟରରେ ନରଡିକ ଦେଶ ( ଡେ଼ନମାର୍କ, ନରୱେ , ସ୍ୱିଡ଼େନ, ଫିନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ) ଜେଲ ଗୁଡିକର ଫଟୋ ଖୁବ ଭାଇରଲ ହୋଇଛି । ଆଉ ଏହି ଫଟୋ ଗୁଡିକୁ ଯିଏ ପ୍ରଥମ ଥର ଦେଖିବ ସିଏ ନିଶ୍ଚିନ୍ତ ରୂପେ ଭ୍ରମରେ ପଡିଯିବ ଇଏ ଜେଲ ନା କୌଣସି ଫାଇଭଷ୍ଟାର ହୋଟେଲ । ଏଠି ଯିଏ ଥରେ ରହିଛି ସିଏ କହିଛି, ଏହି ଜେଲରେ ରହିବା ଘରେ ରହିବା ଠାରୁ ଢେର ଗୁଣା ଭଲ । ଏଠି ରହୁଥିବା କଏଦୀ ମାନଙ୍କୁ ସବୁ ପ୍ରକାରର ଆଲିଶାନ ସୁବିଧା ଯୋଗାଇ ଦିଆ ଯାଇଥାଏ । ଯେମିତିକି ସେମାନେ ଜେଲରେ ରହି ବି ଅଏସରେ ଦିନ କାଟି ପାରିବେ । ଏଠି ସବୁ ପ୍ରକାରର ସୁଖ ସୁବିଧା ପୂର୍ବରୁ ହିଁ ମହଜୂତ ଥାଏ । ଜେଲ କତ୍ତୃପକ୍ଷ ନିଜେ ଏଗୁଡିକର ତଦାରଖ ଦାୟିତ୍ୱରେ ଥାଆନ୍ତି ।

rooms of nordic jail

Darrel Owens ନାମକ ଜଣେ ଟ୍ୱିଟର ୟୁଜର ହିଁ ଏହି ଆଲୀସାନ ଜେଲ ଗୁଡିକର ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରଥମେ ପୋଷ୍ଟ କରିଥିଲେ । ଫଟୋ ଗୁଡିକୁ ସେୟାର କରିବା ସହ ଏହାର କ୍ୟାପ୍ସନରେ ସେ ଲେଖିଥିଲେ, “ଏହି ଜେଲରେ ଗୋଟେ ରାତି କାଟିବା ସାନଫ୍ରାନସିସ୍କୋର ପ୍ରତି ମାସ ୨.୨ ଲକ୍ଷ ଟଙ୍କା ଭଡା ଦିଆଯାଉଥିବା ଆପାର୍ଟମେଣ୍ଟରେ ରହିବା ସହ ସମାନ” । ଖାଲି ସେତିକି ନୁହେଁ Darrel ସ୍ୱିଡ଼େନ ଓ ଆମେରିକାର କେତେକ ଜେଲ ଗୁଡିକର ଫଟୋ ସେୟାର କରିବା ସହ ଏହାର କ୍ୟାପ୍ସନରେ ଲେଖିଛନ୍ତି “ଥରେ ଭାବନ୍ତୁ ତ ଏହି ଜେଲର ବାତାବରଣ କେମିତି ହୋଇଥିବ” । ଏହି ଟ୍ୱିଟ ଟିକୁ କିଛି ଘଣ୍ଟା ଭିତରେ ୪୪୦୦ରୁ ଅଧିକ ଥର ରିଟ୍ୱିଟ ବି କରାଯାଇଛି । ଆଉ ଖୁବ କମ ସମୟ ଭିତରେ ହିଁ ଏହି ଫଟୋ ଗୁଡିକ ଭାଇରାଲ ହୋଇଯାଇଥିଲା । ଖାଲି ସେତିକି ନୁହେଁ ଟ୍ୱିଟର ୟୁଜର ମାନେ ବି ନିଜ ନିଜ ପ୍ରତିକ୍ରିୟା ରଖିଥିବା ଜଣାଯାଇଛି । କିଛି ଜଣ ତ ନିଜ ଘରର ତୁଳନା ଏହି ଜେଲ ସହ କରିଛନ୍ତି ।

କିଛି ଜଣ ଫଟୋ ଗୁଡିକୁ ଦେଖିବା ପରେ ମତ ରଖିଛନ୍ତି, “ଯଦି ଜେଲରେ ଦଣ୍ଡ ଭୋଗୁଥିବା କଏଦୀ ମାନଙ୍କୁ ଏମିତି ସୁଖ ସୁବିଧା ମିଳେ ତାହାହେଲେ ପ୍ରାୟ ସମସ୍ତେ ଜେଲ ଯିବାକୁ ଚାହିଁବେ” । ଆଉ ଏମିତି ହେଲେ ଅପରାଧ ସଂଖ୍ୟା ବି ଦିନ କୁ ଦିନ ବଢି ବଢି ଚାଲିବ ସିନା କମିବ ନାହିଁ । ଯେତେ ଦୂର ସମ୍ଭବ ଜେଲ ଗୁଡିକୁ ଯଥାଶୀଘ୍ର ବନ୍ଦ କରିଦେବା ଉଚିତ । ଖାଲି ସେତିକି ନୁହେଁ କିଛି ସ୍କୁଲ ଛାତ୍ର ମାନେ ବି ଏହି ଟ୍ୱିଟକୁ ନେଇ ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେମାନେ ରହୁଥିବା ହଷ୍ଟେଲ ରୁମ ଠାରୁ ଏହି ଜେଲ ଗୁଡିକ ଅନେକ ଗୁଣା ଭଲ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.