ଏକସଙ୍ଗେ ବସି ପୁରା ପରିବାର ଗାଉଛନ୍ତି କିଶୋର କୁମାରଙ୍କ ଗୀତ, ଯାହା ଇଣ୍ଟରନେଟରେ ହେଉଛି ଭାଇରଲ.. ଲୋକେ କରୁଛନ୍ତି ପ୍ରଶଂସା
କରୋନା କାଳରେ ଘରେ ରହିବା ଦ୍ୱାରା କିଛି ଲାଭ ହେଉ କି ନହେଉ କିନ୍ତୁ ନିଜ ପରିବାର ସହିତ ସମୟ ବିତାଇବା ପାଇଁ ଏକ ଭଲ ସୁଯୋଗ ଥିଲା । ଏହି ସମୟରେ ଘରେ ପରିବାର ସହିତ ଲୁଡୋ ଖେଳିବା କିମ୍ବା ଅନ୍ତାକ୍ଷରୀ ଖେଳିବା ଯେପରି ଏକ ନିତିଦିନିଆ କାମ ପାଲଟି ଯାଇଥିଲା କିଛି ଘର ମାନଙ୍କରେ । ତେବେ ନିକଟରେ ଏକ ପରିବାରର ଭିଡିଓ ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ପୁରା ପରିବାର ବସି ଗୀତ ଗାଉଥିବା ଦେଖିବାକୁ ମିଳିଛି ।
ଏହି ଭିଡିଓରେ ପୁରା ପରିବାର ଗୋଟିଏ ସ୍ଥାନରେ ବସିଥିବାର ଦେଖିବାକୁ ମିଳିଛି । ପୁରା ପରିବାର ଗୋଟିଏ ସ୍ଥାନରେ ବସି 1970 ମସିହାର କିଶୋର କୁମାରଙ୍କ ହିଟ ସଙ୍ଗ ‘ଫୁଲୋ କେ ରଙ୍ଗ ସେ’ ଗାଉଛନ୍ତି । ଚଳଚ୍ଚିତ୍ର ‘ପ୍ରେମ ପୂଜାରୀ’ର ଏହି ଗୀତ ଗାଈ ଗାଈ ପୁରା ପରିବାର ମଜା ଉଠାଉଥିବା ଦେଖିବାକୁ ମିଳିଛି ।
video courtesy ‘youtube’
ଏଥିରେ ପରିବାରର ଅନ୍ୟ ସଦସ୍ୟ ମାନେ ଗୀଟାର ବଜାଉଥିବା ବେଳେ ଜଣେ କୁନି ସଦସ୍ୟ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଭିଡ଼ିଓଟି ଆଭାସ ଶ୍ରେୟାସ ନାମକ ଜଣେ ୟୁଜରଙ୍କ ଦ୍ୱାରା ୟୁଟ୍ୟୁବରେ ଅପଲୋଡ଼ କରାଯାଇଥିଲା । ଯାହାକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି । କେବଳ ସେତିକି ନୁହେଁ ଏହି ଭିଡିଓରେ ଲୋକମାନେ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ଦେଉଛନ୍ତି ।