ସ୍ପେଶାଲ

ଯୁବପିଢିଙ୍କୁ କିମିଆ କରିଛି ‘ପାରା’ ଉଡା ପ୍ରତିଯୋଗିତା, ଓଡ଼ିଶାକୁ ବିଶ୍ଵ ଦରବାରରେ ପରିଚିତ କରାଇବାକୁ ରଖିଛନ୍ତି ଲକ୍ଷ୍ୟ

ଭୁବନେଶ୍ୱର(କେନ୍ୟୁଜ୍): ପାରାଟିଏ ଯେତେବେଳେ ଉଚ୍ଚ ଆକାଶେ ଉଡୁଥାଏ କାହାରି ଆଖି ପାଏନି ତାକୁ ଦେଖିବାକୁ । ସେମାନେ ମେଳି ଵାନ୍ଧି ଯେତେବେଳେ ଦୁର ଆକାଶରରେ ଉଡିଥାନ୍ତି ଆକାଶର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଇଥାଏ । ପାରାଙ୍କ ଉପରେ ଅନେକ କିମ୍ବଦନ୍ତୀ ଦେଖିବାକୁ ମିଳେ । ତେବେ ସେହି ପାରାଙ୍କୁ ନେଇ ଆଜିର ଏହି ଖବର ।

ଆଜିର ଯୁବପିଢ଼ିଙ୍କ ଭିତରେ ପାରା ଉଡ଼ା ସତରେ ଯେମିତି ଗୋଟିଏ ନିଶା ପାଲଟି ଯାଇଛି । ସମସ୍ତଙ୍କୁ ଦେଖିବାକୁ ମିଳୁଛି ନିଜ ଘରେ ପାରା ରଖି ସେମାନଙ୍କ ପାଇଁ ସୁନ୍ଦର ଘର ତିଆରି କରି ସେମାନଙ୍କର ଯତ୍ନ ନେଉଛନ୍ତି । ଖାଲି ସେତିକି ନୁହେଁ ପାରା ଗୁଡିକୁ ପ୍ରତିଯୋଗି କ୍ଷମତା ସମ୍ପର୍ଣ୍ଣ କରାଉଛନ୍ତି । ଆଉ ସେମାନଙ୍କୁ ଆକାଶରେ ଉଡାଇ ପ୍ରତିଯୋଗିତାର ମଜା ନେଉଛନ୍ତି । ଏସବୁ ଯେମିତି ଏକ ନିଶା ପାଲଟି ଯାଇଛି ।

ପାରା ଗୁଡିକୁ ଏମାନେ ତାଲିମ ଦେବା ପାଇଁ ଦିନ ରାତି ଏକ କରି ଦିଅନ୍ତି କେବଳ ଏହି ପ୍ରତିଯୋଗୀତା ପାଇଁ । ପାରା ଗୁଡିକ ପିଛା ଅନେକ ଟଙ୍କା ଖର୍ଚ୍ଚ ହୁଏ ସମୟ ନଷ୍ଟ ହୁଏ । ତଥାପି ଯେକୌଣସି ପରିସ୍ଥିତିରେ ବି ଏମାନେ ପାରାଙ୍କର ଯତ୍ନ ନେବାରେ ଟିକେବି ହେଳା କରନ୍ତିନାହିଁ । ତେବେ ପାରା ଉପରେ ଏସବୁ କଥା କହିବା ପଛରେ କାରଣ ହେଉଛି ନିକଟରେ ଭୁବନେଶ୍ୱର ଏବଂ ଆଖ ପାଖ ଉପକଣ୍ଠ ଅଞ୍ଚଳରେ କିଛି ଯୁବକ ମାନଙ୍କ ଭିତରେ ପାରା ଉଡ଼ା ପ୍ରତିଯୋଗିତା ହୋଇଥିଲା ।

ଏଥିରେ ପୁରୁଣା ଭୁବନେଶ୍ୱରର ମହାରଣା ବ୍ରଦର୍ସ ଶୁଭକାନ୍ତ ମହାରଣା, ଧଉଳି ଗୋପୀନାଥ ପୁରୁ ଗ୍ରାମର ବିକାଶ ପରିଡା , ଶିଶୁପାଳଗଡ଼ ଅଂଚଳର ଉମାକାନ୍ତ ଦାସ ଆଇନୀଜୀବୀ ନାରାୟଣ ଜେନା, ସୁନ୍ଦରପଦା ଅଞ୍ଚଳର କିଛି ବ୍ୟକ୍ତିମାନେ ମିଶି ପାରା ଉଡାଇବା ପ୍ରତିଯୋଗିତାର ଆୟୋଜନ କରିଥିଲେ । ଏପ୍ରତିଯୋଗିତା ନିଜ ନିଜ ଘର ପାଖରେ ହୋଇଥିଲା । ପ୍ରତିଯୋଗିତା ଦିନ ସକାଳୁ ପାରା ମାନଙ୍କୁ ଆକାଶରେ ଛାଡି ଦିଆଯାଇଥିଲା । ବିଭିନ୍ନ ପ୍ରକାରର ଓ ବିଭିନ୍ନ କିସମର ପାରାକୁ ଆକାଶରେ  ଛଡାଯାଇଥିଲା ।

କେବଳ ଯେ ଓଡି଼ଶାର ଲୋଟଣି ପାରା ତାହା ନୁହେଁ , ବାହାର ରାଜ୍ୟରୁ ପାରା କିଣି ଆଣି ତାକୁ ଉପଯୁକ୍ତ ତାଲିମ ଦେଇ ଆକାଶକୁ ପ୍ରତିଯୋଗିତା ପାଇଁ ଛଡାଯାଇଥିଲା । ଏହି ପାରା ଗୁଡିକ ମଧ୍ୟରୁ ଯାହା ପାରା ଆକାଶରେ ଅଧିକ ସମୟ ଉଡିବ ସିଏ ପ୍ରଥମ ହୋଇ ପୁରସ୍କାର ବିଜେତା ହେବାର ନିୟମ ଥିଲା । ତେବେ ଏମାନଙ୍କ ମଧ୍ୟରେ ଓ଼ଲ୍ଡ ଟାଉନ ଅଂଚଳ ର ମହାରଣା ବ୍ରଦର୍ସଙ୍କ ପାରା ଆକାଶ ରେ ଅଧିକ ସମୟ ଉଡ଼ିପାରିଥିଲା । ପାଖାପାଖି ସାତ ଘଣ୍ଟା ଧରି ଉଡିଲା ପରେ ତଳକୁ ଓହ୍ଲାଇ ଥିଲେ ପାରାମାନେ । ଏଥିପାଇଁ ମହାରଣା ବ୍ରଦର୍ସର ଶୁଭକାନ୍ତ ମହାରଣା ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।

ତେବେ ଏଥିପାଇଁ ଖରା ବର୍ଷା କିଛି ମାନନ୍ତିନି ଏହି ପାରାମାନଙ୍କ ମାଲିକ ମାନେ। ପାରା ଉଡିବା ପୂର୍ବରୁ ସେମାନଙ୍କୁ ଚି଼ହ୍ନଟ କରାଯାଇ ତାପରେ ଉଡିବାକୁ ଛଡାଯାଇଥାଏ । ଆକାଶକୁ ଛାଡ଼ିବା ସମୟ ଓ ପାରାମାନେ ଆକାଶରୁ ଓହ୍ଲାଇବା ସମୟକୁ ଦେଖି ସମୟ ନିର୍ଘଣ୍ଟ ହୋଇଥାଏ ।

Sonalisa

Recent Posts

ନିଜ ସ୍ଥାନ ବଜାୟ ରଖିଛନ୍ତି ତିନି ମନ୍ତ୍ରୀ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…

2 hours ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…

2 hours ago

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

2 hours ago

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…

3 hours ago

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

3 hours ago

ଓଜନ କମ୍‌ କରିବା ସହ ହାଡ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିବ ଅଳସୀ ମଞ୍ଜି, ଏହି ଉପାୟରେ କରନ୍ତୁ ବ୍ୟବହାର

ଛୋଟ ଛୋଟ ବ୍ରାଉନ୍ କଲର ଅଳସୀ ମଞ୍ଜି ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ । ଅଳସୀରେ ପ୍ରୋଟିନ ଭରପୂର…

5 hours ago