Categories: ସ୍ପେଶାଲ

ନବରଙ୍ଗପୁର ଉମରକୋଟର ପୋଡାଗଡ ଐତିହାସିକ ସ୍ଥଳୀ, ଜାଣନ୍ତୁ ଏହାର କିମ୍ବଦନ୍ତୀ ଓ ଐତିହ୍ୟ

ଉମରକୋଟ୍ : ବେଳେ ବେଳେ କିମ୍ବଦନ୍ତୀ କଥାବସ୍ତୁକୁ ନେଇ ଅନେକ ପ୍ରାମାଣିକ ଐତିହାସିକ ତଥ୍ୟ ଲୁଚି ରହିଥାଏ । ଯାହା ଉପରେ କେବେ ଦୃଷ୍ଟିପଡିନଥାଏ । ଯାହାଫଳରେ ଅନେକ ମୂଲ୍ୟବାନ ସମ୍ପଦ ଲୁକ୍କାୟିତ ହୋଇ ରହିଯାଇଥାଏ । ଯାହାର ଏକ ଜ୍ୱଳନ୍ତ ପ୍ରମାଣ ହେଉଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ୍ ଭଣ୍ଡାରିଗୁଡା ପଞ୍ଚାୟତର ପୋଡାଗଡ ଐତିହାସିକ ସ୍ଥାନ।

ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ବ୍ଳକ୍ ଅଧିନସ୍ଥ ଭଣ୍ଡାରିଗୁଡା ପଞ୍ଚାୟତର ପୋଡାଗଡ ଦର୍ଶନୀୟ ସ୍ଥଳୀ । ପୋଡାଗଡର ପଥର ଗଛଲତା ପାହାଡ ତଳେ ଶୋଭା ପାଉଛି ପ୍ରକୃତିର ଶାନ୍ତ ପରିବେଶ । ଏହି ପରିବେଶ ଭିତରେ ଶୋଭାପାଉଛନ୍ତି ମାଁ ଭୈରବ ମନ୍ଦିର। ଏଠାକୁ ବହୁ ଦୂରଦୂରାନ୍ତରୁ ବଣଭୋଜୀ କରିବା ଉଦ୍ଦେଶ୍ୟରେ ଅନେକ ଦର୍ଶକ ଆସିଥାନ୍ତି । ଏଠାକାର ଲୋକକଥା ଏବଂ କିମ୍ବଦନ୍ତୀ ବୟାନ କରୁଛି ହଜାର ହଜାର ବର୍ଷ ତଳେ ଏଠାରେ ନଳରାଜାଙ୍କ ରାଜଧାନୀ ଥିଲା । ପାହାଡର ପଥର ଚଟାଣ ଛପରେ ନଳରାଜା ସୈନିକ ମାନଙ୍କୁ ଓ ସାଧାରଣ ପ୍ରଜାଙ୍କୁ ନେଇ ଦରବାର କରିଆସୁଥିଲେ । ନଳରାଜା ଉଭୟ ଶକ୍ତି ଓ ଭକ୍ତିର ପୂଜାରୀ ଥିଲେ । ଯାହାଫଳରେ ସେ ଅନେକ ସ୍ଥାନରେ ଦେବାଦେବୀ ମନ୍ଦିର ନିର୍ମାଣ କରି ପ୍ରଜାଙ୍କ ସେବା କରିଆସୁଥିବା କିମ୍ବଦନ୍ତୀ ରହିଛି ।

ଦିନେ ବାହ୍ୟ ଶତ୍ରୁ ଆକ୍ରମଣ ନେଇ ନିଜ ପୋଷା ଶୁଆ ଚଢେଇ ଠାରୁ ସୂଚନା ପାଇ ରାଜା ପାହାଡର ଗୁମ୍ଫା ଭିତରେ ରାଜାରାଣୀଙ୍କ ସହିତ ଆତ୍ମଗୋପନ କରି ଅନ୍ତର୍ଧ୍ୟାନ ହୋଇଥିବା ମଧ୍ୟ  ଶୁଣିବାକୁ ମିଳେ । ଏହି ଗୁମ୍ଫାକୁ ଶତାଧିକ ପର୍ଯ୍ୟଟକ ଦେଖିବାକୁ ଆସିଥାନ୍ତି । ଏବେବି ସ୍ଥାନୀୟ ଲୋକଙ୍କ ଦ୍ୱାରା ମା ଭୈରବୀ ଦେବୀ ନଳରାଜାଙ୍କ ଇଷ୍ଟ ଦବୀ ଭାବେ ପୂଜା ପାଉଛନ୍ତି । ଅନେକ ସ୍ଥାନରେ ଭଙ୍ଗା ଦେବାଦେବୀଙ୍କ ପଥର ଖୋଦେଇ ମୂର୍ତ୍ତି ପଡିରହିଥିବାର ଦେଖି ଗ୍ରାମାବସୀମାନେ ସେସବୁକୁ ସଂଗ୍ରହ କରି ସାଇତି ରଖିଛନ୍ତି ।

ତେବେ ଅନେକ ମୂର୍ତ୍ତି ଚୋରି ହୋଇଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି । ଗ୍ରାମରେ ମୂର୍ତ୍ତି ସଂଗ୍ରାଳୟ କେନ୍ଦ୍ର ଥିଲେ ମଧ୍ୟ ରକ୍ଷଣା ବେକ୍ଷଣା ଅଭାବରୁ ଏହା ପ୍ରାୟତଃ ନଷ୍ଟ ହେବାକୁ ବସିଲାଣି । କିମ୍ବଦନ୍ତୀ ଏବଂ ଐତିହ୍ୟର ସମସ୍ତ ପ୍ରକାର ବଳିଷ୍ଠ ପ୍ରମାଣ ରହିଆସିଥିଳେ ମଧ୍ୟ ଆଜିବି କେଉଁଠି ନା କେଉଁଠି ପୁରୁଣା ସଭ୍ୟତା ଉପରେ ଆମର ଦୃଷ୍ଟିକୋଣ ଏଠାରେ ପହଁଚି ପାରିନାହିଁ । ଫଳରେ ଏହା ଆଜି ବି ସେମିତି ନୀରବ ହୋଇ ରହିଛି ।

ଉମରକୋଟ୍ ରୁ ପ୍ରଶାନ୍ତ କୁମାର ସାହୁ, କେନ୍ୟୁଜ୍‌

Sonalisa

Recent Posts

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

4 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

21 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

2 hours ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

2 hours ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago