ନବରଙ୍ଗପୁର ଉମରକୋଟର ପୋଡାଗଡ ଐତିହାସିକ ସ୍ଥଳୀ, ଜାଣନ୍ତୁ ଏହାର କିମ୍ବଦନ୍ତୀ ଓ ଐତିହ୍ୟ

ଉମରକୋଟ୍ : ବେଳେ ବେଳେ କିମ୍ବଦନ୍ତୀ କଥାବସ୍ତୁକୁ ନେଇ ଅନେକ ପ୍ରାମାଣିକ ଐତିହାସିକ ତଥ୍ୟ ଲୁଚି ରହିଥାଏ । ଯାହା ଉପରେ କେବେ ଦୃଷ୍ଟିପଡିନଥାଏ । ଯାହାଫଳରେ ଅନେକ ମୂଲ୍ୟବାନ ସମ୍ପଦ ଲୁକ୍କାୟିତ ହୋଇ ରହିଯାଇଥାଏ । ଯାହାର ଏକ ଜ୍ୱଳନ୍ତ ପ୍ରମାଣ ହେଉଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ୍ ଭଣ୍ଡାରିଗୁଡା ପଞ୍ଚାୟତର ପୋଡାଗଡ ଐତିହାସିକ ସ୍ଥାନ।

podagadaନବରଙ୍ଗପୁର ଜିଲ୍ଲା ଉମରକୋଟ୍ ବ୍ଳକ୍ ଅଧିନସ୍ଥ ଭଣ୍ଡାରିଗୁଡା ପଞ୍ଚାୟତର ପୋଡାଗଡ ଦର୍ଶନୀୟ ସ୍ଥଳୀ । ପୋଡାଗଡର ପଥର ଗଛଲତା ପାହାଡ ତଳେ ଶୋଭା ପାଉଛି ପ୍ରକୃତିର ଶାନ୍ତ ପରିବେଶ । ଏହି ପରିବେଶ ଭିତରେ ଶୋଭାପାଉଛନ୍ତି ମାଁ ଭୈରବ ମନ୍ଦିର। ଏଠାକୁ ବହୁ ଦୂରଦୂରାନ୍ତରୁ ବଣଭୋଜୀ କରିବା ଉଦ୍ଦେଶ୍ୟରେ ଅନେକ ଦର୍ଶକ ଆସିଥାନ୍ତି । ଏଠାକାର ଲୋକକଥା ଏବଂ କିମ୍ବଦନ୍ତୀ ବୟାନ କରୁଛି ହଜାର ହଜାର ବର୍ଷ ତଳେ ଏଠାରେ ନଳରାଜାଙ୍କ ରାଜଧାନୀ ଥିଲା । ପାହାଡର ପଥର ଚଟାଣ ଛପରେ ନଳରାଜା ସୈନିକ ମାନଙ୍କୁ ଓ ସାଧାରଣ ପ୍ରଜାଙ୍କୁ ନେଇ ଦରବାର କରିଆସୁଥିଲେ । ନଳରାଜା ଉଭୟ ଶକ୍ତି ଓ ଭକ୍ତିର ପୂଜାରୀ ଥିଲେ । ଯାହାଫଳରେ ସେ ଅନେକ ସ୍ଥାନରେ ଦେବାଦେବୀ ମନ୍ଦିର ନିର୍ମାଣ କରି ପ୍ରଜାଙ୍କ ସେବା କରିଆସୁଥିବା କିମ୍ବଦନ୍ତୀ ରହିଛି ।

padagada1ଦିନେ ବାହ୍ୟ ଶତ୍ରୁ ଆକ୍ରମଣ ନେଇ ନିଜ ପୋଷା ଶୁଆ ଚଢେଇ ଠାରୁ ସୂଚନା ପାଇ ରାଜା ପାହାଡର ଗୁମ୍ଫା ଭିତରେ ରାଜାରାଣୀଙ୍କ ସହିତ ଆତ୍ମଗୋପନ କରି ଅନ୍ତର୍ଧ୍ୟାନ ହୋଇଥିବା ମଧ୍ୟ  ଶୁଣିବାକୁ ମିଳେ । ଏହି ଗୁମ୍ଫାକୁ ଶତାଧିକ ପର୍ଯ୍ୟଟକ ଦେଖିବାକୁ ଆସିଥାନ୍ତି । ଏବେବି ସ୍ଥାନୀୟ ଲୋକଙ୍କ ଦ୍ୱାରା ମା ଭୈରବୀ ଦେବୀ ନଳରାଜାଙ୍କ ଇଷ୍ଟ ଦବୀ ଭାବେ ପୂଜା ପାଉଛନ୍ତି । ଅନେକ ସ୍ଥାନରେ ଭଙ୍ଗା ଦେବାଦେବୀଙ୍କ ପଥର ଖୋଦେଇ ମୂର୍ତ୍ତି ପଡିରହିଥିବାର ଦେଖି ଗ୍ରାମାବସୀମାନେ ସେସବୁକୁ ସଂଗ୍ରହ କରି ସାଇତି ରଖିଛନ୍ତି ।

nabarangpurତେବେ ଅନେକ ମୂର୍ତ୍ତି ଚୋରି ହୋଇଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି । ଗ୍ରାମରେ ମୂର୍ତ୍ତି ସଂଗ୍ରାଳୟ କେନ୍ଦ୍ର ଥିଲେ ମଧ୍ୟ ରକ୍ଷଣା ବେକ୍ଷଣା ଅଭାବରୁ ଏହା ପ୍ରାୟତଃ ନଷ୍ଟ ହେବାକୁ ବସିଲାଣି । କିମ୍ବଦନ୍ତୀ ଏବଂ ଐତିହ୍ୟର ସମସ୍ତ ପ୍ରକାର ବଳିଷ୍ଠ ପ୍ରମାଣ ରହିଆସିଥିଳେ ମଧ୍ୟ ଆଜିବି କେଉଁଠି ନା କେଉଁଠି ପୁରୁଣା ସଭ୍ୟତା ଉପରେ ଆମର ଦୃଷ୍ଟିକୋଣ ଏଠାରେ ପହଁଚି ପାରିନାହିଁ । ଫଳରେ ଏହା ଆଜି ବି ସେମିତି ନୀରବ ହୋଇ ରହିଛି ।

ଉମରକୋଟ୍ ରୁ ପ୍ରଶାନ୍ତ କୁମାର ସାହୁ, କେନ୍ୟୁଜ୍‌

Leave A Reply

Your email address will not be published.