Below header

ସେଫ ଅଲ୍ଲୀ ଖାନଙ୍କର ରାଜ ଖୋଲିଲେ କରିନା, କହିଲେ ସେ ସବୁବେଳେ ମୋ ଉପରେ..

ବଲିଉଡ ଅଭିନେତ୍ରୀ କରିନା କପୁର ଆଜିକାଲି ‘ଗୁଡ଼ନ୍ୟୁଜ’ର ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଏହି ଫିଲ୍ମରେ କରିନା କପୁରଙ୍କ ସହିତ ଅକ୍ଷୟ କୁମାର, ଦିଲଜିତ ଏବଂ କିଆରା ଆଡ଼ଭାନୀ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ । ଯଦିଓ କରିନା ଆଜିକାଲି ଏହି ଫିଲ୍ମର ପ୍ରମୋସନରେ ଲାଗିପଡିଛନ୍ତି କିନ୍ତୁ ନିକଟରେ ଏକ ଭିଡିଓ ତାଙ୍କୁ ଚର୍ଚ୍ଚାର ପରିସରକୁ ନେଇ ଆସିଛି । ଏହି ଭିଡିଓରେ କରିନା କପୁର କହିଛନ୍ତି ଯେ ସେଫ ଅଲ୍ଲୀ ଖାନ ଏଭଳି ଜଣେ ମଣିଷ ଯିଏକି ସବୁବେଳେ ମୋ ଉପରେ ଗର୍ବ କରିଥାନ୍ତି । ଏବଂ ସେ ଚାହାନ୍ତି କି ମୋତେ ସେହି ସମସ୍ତ ଜିନିଷ ପ୍ରାପ୍ୟ ହେଉ ଯାହା ମୁଁ ଚାହେଁ । ଏହା ବ୍ୟତୀତ କରିନା କପୁର ଖାନ କହିଛନ୍ତି ଯେ ସେଫଙ୍କୁ ମନାଇବା ବହୁତ ମୁସ୍କିଲ ।

 

View this post on Instagram

 

#kareenakapoorkhan on convincing #saifalikhan to do a interview for her chat show #viralbhayani @viralbhayani

A post shared by Viral Bhayani (@viralbhayani) on


ଭିଡିଓରେ କରିନା କପୁର ନିଜର ଚାଟ ଶୋ ‘ଇସ୍କ’ ବିଷୟରେ କଥା ହବା ସମୟରେ କହିଛନ୍ତି ଯେ “ତାଙ୍କୁ (ସେଫ ଅଲ୍ଲୀ ଖାନଙ୍କୁ) ମନାଇବା ବହୁତ ମୁସ୍କିଲ । ସେ ମୋ ସ୍ୱାମୀ କିନ୍ତୁ ଚାଟ ଶୋକୁ ଆସିବା ପାଇଁ ଏତେ ଡ୍ରାମା କରୁଥିଲେ ଯେ , କାହିଁକି ଯିବି? କଣ କଥା ହେବା ? ତୁମେ ମୋତେ ନିଜ ଶୋକୁ କାହିଁକି ଡାକୁଛ, ଇତ୍ୟାଦି.. ତେବେ ସେ ମୋତେ ନେଇ ବହୁତ ଗର୍ବ କରନ୍ତି ଏବଂ ସେ ଚାଁହାନ୍ତି କି ମୋତେ ସେହି ସମସ୍ତ ଜିନିଷ ମିଳୁ ଯାହା ମୁଁ ଚାହେଁ” । କରିନା କପୁର ‘ଇସ୍କ’ ନାମକ ଏକ ରେଡ଼ିଓ ଶୋ ହୋଷ୍ଟ କରନ୍ତି ଯେଉଁଥିରେ ସେ ଅନେକ କଳାକାର ମାନଙ୍କର ଇଣ୍ଟରଭିୟୁ ନିଅନ୍ତି ଏବଂ ଶୋ’ ର ପ୍ରତ୍ୟେକ ଅଧ୍ୟାୟ ଆଜିକାଲି ମହିଳାଙ୍କ ସହ ଘଟୁଥିବା ଘଟଣା ଉପରେ ଆଧାରିତ ହୋଇଥାଏ ।

करीना कपूर ने सैफ अली खान को लेकर खोला राज, बोले- वो ऐसे इंसान हैं जो हमेशा मुझपर...

ଅନ୍ୟପଟେ କରିନା କପୁର ଏବଂ ଅକ୍ଷୟ କୁମାର ଷ୍ଟାରର ଗୁଡ଼ ନ୍ୟୁଜ ଚଳିତ ମାସ ୨୭ ତାରିଖରେ ରିଲିଜ ହେବାକୁ ଯାଉଛି । ରାଜ ମେହେତାଙ୍କ ଦ୍ୱାରା ରଚିତ ଏହି ଫିଲ୍ମ ‘IVF’ର ଟପିକ ଉପରେ ଆଧାରିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.