ସ୍ମାର୍ଟଫୋନରେ ଆସୁଥିବା ଅଦରକାରୀ ଆଡ୍‌କୁ ନେଇ ଚିନ୍ତିତ କି ? ଏହି ଉପାୟରେ କରନ୍ତୁ ବ୍ଲକ

ଯଦି ଆପଣ ନିଜ ସ୍ମାର୍ଟଫୋନରେ ଭିଡିଓ ଦେଖୁଛନ୍ତି ଏବଂ କ୍ଳାଇମାକ୍ସ ସିନରେ ହଠାତ କୌଣସି ଏକ ବିଜ୍ଞାପନ ଆସିଯାଉଛି ତାହେଲେ ନିଶ୍ଚିତଭାବେ ଆପଣଙ୍କୁ ରାଗ ଆସୁଥିବ । ଅନ୍ୟପଟେ ଗେମ ଖେଳିବା ସମୟରେ ପ୍ରତି ଲେବୁଲରେ ଆପଣ ନଚାହିଁଲେ ମଧ୍ୟ କିଛି ସେକେଣ୍ଡ ପାଇଁ ବିଜ୍ଞାପନ ଆସିଯାଇଥାଏ । ଅଧିକାଂଶ ଲୋକଙ୍କୁ ଏହିଭଳି ସମସ୍ୟାର ହେବାକୁ ପଡିଥାଏ । ତେବେ ଏହି ସବୁ ସମସ୍ୟାକୁ ସମ୍ପର୍ଣ୍ଣଭାବେ ଶେଷ କରିବାକୁ ଚାଁହୁଛନ୍ତି କି ତାହେଲେ ଆମ ପାଖରେ ରହିଛି ଏହାର ସମାଧାନ । ଆଜି ଆମେ ଆପଣଙ୍କ ଏପରି କିଛି ଆପ୍ସ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ଏହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।

Image result for ad-blocker-app-for-android-phone

ତେବେ ଏଠାରେ ଆମେ ପ୍ରଥମେ କହିରଖିବାକୁ ଚାହିଁବୁ ଯେ ଏହିସବୁ ଆପ ମଧ୍ୟରୁ କିଛି ଆପ ଆପଣଙ୍କୁ ପ୍ଲେ ଷ୍ଟୋରରେ ମିଳିବ ନାହିଁ । ଯଦିଓ କିଛି ଆପ ଆପଣ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରିପାରିବେ । ତେବେ ଯେଉଁ ଆପ ଆପଣଙ୍କୁ ପ୍ଲେ ଷ୍ଟୋରରେ ମିଳିବ ନାହିଁ ତାକୁ ଆପଣ ବ୍ଳକମାର୍ଟ ଏବଂ 9ଆପ୍ସ ଭଳି ଷ୍ଟୋରରୁ ଡାଉନଲୋଡ଼ କରିପାରିବେ । ତାହେଲେ ଆସନ୍ତୁ ଜାଣିବା ଏହିସବୁ ଆପ ବିଷୟରେ ।

Adaway

adway

ଯଦି ଆପଣ ଏହିସବୁ ବିଜ୍ଞାପନ ଉପରେ ରୋକ ଲଗାଇବାକୁ ଚାଁହୁଛନ୍ତି ତାହେଲେ ଆପଣ Adaway ଆପର ବ୍ୟବହାର କରନ୍ତୁ । ଏହା ହେଉଛି ଏକ ସିଙ୍ଗଲ ଆଡ଼ ବ୍ଲକର ଆପ । ଏହା କଷ୍ଟମ ଏବଂ ମୋଡିଫାଏଡ ହୋଷ୍ଟ ଫାଇଲସକୁ ସପୋର୍ଟ କରିଥାଏ । ହୋଷ୍ଟ ଫାଇଲସ ଆପଣଙ୍କ ଆଣ୍ଡ୍ରଏଡ଼ର ଇଣ୍ଟରନାଲ ଷ୍ଟୋରେଜରେ ସେଭ ହୋଇଯାଇଥାଏ । ଏହି ଆପକୁ ପ୍ଲେଷ୍ଟୋର ବଦଳରେ ଅନ୍ୟ ପ୍ଲାଟଫର୍ମରୁ ଡାଉନଲୋଡ଼ କରାଯାଇପାରିବ କିନ୍ତୁ ଏହି ଆପର ଆକ୍ସେସ ପାଇବା ପାଇଁ ଆପଣଙ୍କୁ ନିଜ ଡିଭାଇସକୁ ଏହାସହିତ ଲିଙ୍କ କରାଇବାକୁ ପଡିବ ।

Adblock Plus

Adblock Plus

Adblock Plus ଆପର ସ୍ୱତନ୍ତ୍ରତା ହେଉଛି ଏହା ରୁଟେଡ଼ ଏବଂ ନନରୁଟେଡ଼ ଡିଭାଇସରେ କାମ କରିଥାଏ । ଏହି ଆପ ଆପଣଙ୍କ ସ୍ମାର୍ଟଫୋନର ବ୍ୟାକଗ୍ରାଉଣ୍ଡରେ କାମ କରିଥାଏ । ଆପଣ ଏହି ଆପ ସାହାଯ୍ୟରେ ଅଦରକାରୀ ବିଜ୍ଞାପନ ଗୁଡିକୁ ରୋକିପାରିବେ । ଏହି ଆପ ୱେବ ଟ୍ରାଫିକ ଫିଲ୍ଟର ଭଳି କାମ କରିଥାଏ ଯେପରିକି ଏହା ୱେବ ବ୍ରାଉଜର ଏକ୍ସଟେନସନ କରିଥାଏ । ଏହାସହିତ ଆପଟି ଫୋନର ବ୍ୟାକଗ୍ରାଉଣ୍ଡରେ ଆକ୍ଟିଭ ରହିଥାଏ ।

Adguard

Adguard

Adguard ଆପ ଉପରୋକ୍ତ ଆପ ଭଳି କାମ କରିଥାଏ । ଏହି ଆପକୁ ବିନା ରୁଟରେ ବ୍ୟବହାର କରାଯାଇପାରିବ । ବ୍ୟବହାରକାରୀମାନଙ୍କୁ ଏହି ଆପରେ ସିମ୍ପର ଇଣ୍ଟରଫେସ ମିଳିବ । ଏହା ବ୍ୟତୀତ ଆପଣ ଏହି ଆପକୁ ସହଜରେ ଆକ୍ସେସ କରିପାରିବେ । ଯଦିଓ ଏହି ଆପର ଫ୍ରି ଭର୍ସନ କେବଳ ୱେବ ବ୍ରାଉଜରରେ ଉପଲବ୍ଧ ।

Leave A Reply

Your email address will not be published.