ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାକୁ ଲାଗିପାରେ ୬ ଘଣ୍ଟା, ଜାଣନ୍ତୁ ଫାଶୀଖୁଣ୍ଟରେ ଝୁଲାଇବାର ସମ୍ପୂର୍ଣ୍ଣ ପ୍ରକ୍ରିୟା

ଦିଲ୍ଲୀ ନିର୍ଭୟା ଘଟଣାର ଅଭିଯୁକ୍ତମାନେ ଫାଶୀରୁ ମୁକ୍ତି ପାଇଁ ରାଜକ୍ଷମା ପାଇଁ ଆବେଦନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହିଁ। ତଥାପି ଫାଶୀ ଦେବା ପାଇଁ ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜେଲ ସୂତ୍ରରୁୁ ମିଳିଥିବା ସୂଚନାନୁଯାୟୀ, ଦୋଷୀମାନଙ୍କ ପାଇଁ ଡେଟ୍‌ ଓ୍ଵାରେଣ୍ଟ ଜାରି ହେବା ପରେ ସମସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ପ୍ରାୟ ୬ ଘଣ୍ଟା ଲାଗିବ। ତେବେ ପ୍ରଥମ ଥର ପାଇଁ ତିହାର ଜେଲରେ ତିନି ଜଣଙ୍କୁ ଏକକାଳୀନ ଫାଶୀ ଦିଆଯିବ। ଏଥିପାଇଁ ତିହାର ଜେଲ ସଂଖ୍ୟା- ୩ ଫାଶୀ ଘର ଖୋଲାଯିବ।

ଫାଶୀ ଦେବା ପ୍ରକ୍ରିୟା:

  • ରିପୋର୍ଟ ମୁତାବକ ଦୋଷୀକୁ ଯେଉଁଦିନ ଫାଶୀ ଦିଆଯାଏ, ସେଦିନ ତାଙ୍କୁ ଭୋର୍‌ ୫ଟାରୁ ଉଠାଯାଏ। ଗାଧୋଇ ସାରିବା ପରେ ତାଙ୍କୁ ଫାଶୀ ଗୃହ ସାମ୍ନାକୁ ଅଣାଯାଏ।
  • ସେଠାରେ ଜେଲ ଅଧୀକ୍ଷକ, ଉପ ଅଧୀକ୍ଷକ, ମେଡିକାଲ ଅଫିସର, ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ଓ ସୁରକ୍ଷା କର୍ମୀ ଉପସ୍ଥିତ ଥାନ୍ତି।
  • ମାଜିଷ୍ଟ୍ରେଟ୍‌ ଦୋଷୀର ଶେଷ ଇଚ୍ଛା ପଚାରିଥାନ୍ତି। ଏହି ସମୟରେ ସାଧାରଣତଃ ସମ୍ପତ୍ତି କାହା ନାଁରେ କରିବାକୁ ଚାହାନ୍ତି ସେ ବିଷୟରେ ପଚରାଯାଏ। ଦୋଷୀ ପାଖରେ ଏଥିପାଇଁ ୧୫ ମିନିଟ୍‌ ସମୟ ଥାଏ।
  • ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ।
  • ଘାତକ ଦୋଷୀକୁ କଳା ଡ୍ରେସ୍‌ ପିନ୍ଧାଇଦିଏ ଓ ଦୁଇ ହାତକୁ ପଛକୁ କରି ଦୌଡ଼ିରେ କିମ୍ବା ହାତକଡ଼ି ସାହାଯ୍ୟରେ ବାନ୍ଧିଦିଏ।

  • ପରେ ତାକୁ ଫାଶୀ ଖୁଣ୍ଟ ପାଖକୁ ନିଆଯାଏ ଓ ମୁହଁକୁ କଳା କପଡ଼ାରେ ଘୋଡ଼ାଇ ଫାଶୀ ଦଉଡ଼ିକୁ ବେକରେ ପୂରାଯାଏ। ଏବେ ଗୋଡ଼କୁ ମଧ୍ୟ ଦୌଡ଼ିରେ ବାନ୍ଧିଦିଆଯାଏ।
  • ସମସ୍ତ କାମ ସରିବା ପରେ ଜେଲ ଅଧୀକ୍ଷକ ଆଗକୁ ବଢ଼ିବାକୁ ଇସାରାରେ ନିର୍ଦ୍ଦେଶ ଦେଇଥାନ୍ତି।
  • ଇସାରା ପାଇବା ପରେ ଘାତକ ଫାଶୀ ଖୁଣ୍ଟର ଲିଭରକୁ ଟାଣିଦିଏ ଓ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିଯାଏ।
  • ପ୍ରାୟ ୨ଘଣ୍ଟା ପରେ ମେଡିକାଲ ଅଫିସର ପହଞ୍ଚି ଦୋଷୀର ମୃତ୍ୟୁ ଘଟିଛି କି ନା’ ସୁନିଶ୍ଚିତ କରନ୍ତି ଓ ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କରିଥାନ୍ତି।
  • ଫାଶୀ ଦେବା ପ୍ରକ୍ରିୟା ଚାଲିଥିବା ବେଳେ ଜେଲ୍‌ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥାଏ। କାହାରିକୁ ମଧ୍ୟ ଜେଲ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଏନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.