ବାଦାମ୍ ବିକ୍ରି କରୁଥିବା ଭୁବନ ବାଦାୟକରଙ୍କ ‘କାଚ୍ଚା ବାଦାମ’ ଗୀତ ସାରା ଦୁନିଆରେ ଏବେ ଫେମସ ହୋଇସାରିଛି। ଯେଉଁ କାରଣରୁ ତାଙ୍କୁ ମଧ୍ୟ ବହୁତ ଲୋକପ୍ରିୟତା ମିଳୁଛି। ତାଙ୍କର ‘କାଚ୍ଚା ବାଦାମ’ ମ୍ୟୁଜିକ ଭିଡିଓ ଲୋକଙ୍କୁ ବହୁତ ପସନ୍ଦ ଆସୁଛି। ଏମିତିକି ହୋଲି ଅବସରରେ କୋଲକାତାରେ ସଜା ହୋଇଥିବା ଏକ ପେଣ୍ଡାଲରେ ତାଙ୍କର ମୂର୍ତ୍ତି ପ୍ରଦର୍ଶିତ କରାଯାଇଥିଲା। ଇନଷ୍ଟାଗ୍ରାମ ଠାରୁୁ ନେଇ ସୋସିଆଲ ମିଡିଆର ଅଲଗା ଅଲଗା ପ୍ଲାଟଫର୍ମରେ ଏବେ ବି ଏହି ଗୀତର ଜଲଓ୍ଵା ରହିଛି। ଏହି ଗୀତରେ ଲୋକମାନେ ଅନେକ ରିଲ୍ କରିଛନ୍ତି ଆପଣ ବି ବନାଇଥିବେ। ଆଉ ଏବେ ଏଥିରୁ ବାଦ୍ ପଡିନାହାଁନ୍ତି ପୋଲିସ୍ କର୍ମଚାରୀ।
ଏବେ ସୋସିଆଲ ମିଡିଆ ପ୍ଳାଟଫର୍ମରେ ପୋଲିସ ବାବୁଙ୍କର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କର ମନୋରଞ୍ଜନ ହୋଇଯିବ। ଆପଣଙ୍କ ଚେହେରାରେ ନିହାତି ଭାବେ ସ୍ମାଇଲ୍ ଆସିଯିବ। ଏହି ୧୫ ସେକେଣ୍ଡର ଭିଡିଓରେ ଆପଣ ଦେଖିପାରିବେ ଯେ ୫ ଜଣ ପୋଲିସ ଅଫିସର ‘କଚ୍ଚା ବାଦାମ’ ଗୀତରେ ବହୁତ ସୁନ୍ଦର ଭାବେ ଡ୍ୟାନ୍ସ କରୁଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ଅନ୍ୟ ଚାରି ଜଣ ପୁରୁଷ ଅଛନ୍ତି। ଏମାନଙ୍କ ଡ୍ୟାନ୍ସ ଦେଖିବାକୁ ଏତେ କ୍ୟୁଟ୍ ଲାଗୁଛି ଯେ ଆପଣ ଏକଦମ୍ ଖୁସ୍ ହୋଇଯିବେ ଭିଡିଓ ଦେଖିଲେ। ସବୁଠାରୁ ଆପଣ ଭିଡିଓରେ ବାମ ଏବଂ ଡାହାଣ ପାଖରେ ଛିଡା ହୋଇଥିବା ପୋଲିସବାବୁ ଏମିତି ଡ୍ୟାନ୍ସ ଷ୍ଟେପ୍ସ କରୁଛନ୍ତି ଯେ ଯାହାକୁ ଦେଖିଲେ ଆପଣ ନିଜ ହସକୁ କଣ୍ଟ୍ରୋଲ କରିପାରିବେନି।
ଭିଡିଓ ଦେଖି କିଛି ଲୋକଙ୍କୁ ପୋଲିସ ବାବୁଙ୍କ ଏହି ଡ୍ୟାନ୍ସ କ୍ୟୁଟ ଲାଗୁଥିବାବେଳେ ଆଉ କିଛି ଜଣଙ୍କୁ ଏହି ଭିଡିଓ ତାଙ୍କ ଦିନ ବନାଇଦେଲା ବୋଲି କହୁଛନ୍ତି। ଏହି ଭିଡିଓକୁ ଟ୍ଵିଟରରେ ସେୟାର କରାଯାଇଥିବାବେଳେ ଏବେ ସୁଦ୍ଧା ୩୫ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍ କରିସାରିଲେଣି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି କ୍ଲିପକୁ ସେୟାର କରି ୟୁଜର ଲେଖିଛନ୍ତି-ଖାକିଙ୍କୁ କାହିଁକି ମସ୍ତି କରିବା ଉଚିତ ନୁହେଁ। ସବୁଠାରୁ ବାମ ଏବଂ ଡାହାଣ ପୋଲିସଙ୍କୁ ତ ନିଶ୍ଚୟ ଦେଖନ୍ତୁ।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…