Below header

କାଚ୍ଚା ବାଦାମ୍‌ ଗୀତରେ ଠୁମକା ଲଗାଇଲେ ପୋଲିସବାବୁ, ଭିଡିଓ ଦେଖିଲେ ରୋକି ପାରିବେନି ହସ

ବାଦାମ୍‌ ବିକ୍ରି କରୁଥିବା ଭୁବନ ବାଦାୟକରଙ୍କ ‘କାଚ୍ଚା ବାଦାମ’ ଗୀତ ସାରା ଦୁନିଆରେ ଏବେ ଫେମସ ହୋଇସାରିଛି। ଯେଉଁ କାରଣରୁ ତାଙ୍କୁ ମଧ୍ୟ ବହୁତ ଲୋକପ୍ରିୟତା ମିଳୁଛି। ତାଙ୍କର ‘କାଚ୍ଚା ବାଦାମ’ ମ୍ୟୁଜିକ ଭିଡିଓ ଲୋକଙ୍କୁ ବହୁତ ପସନ୍ଦ ଆସୁଛି। ଏମିତିକି ହୋଲି ଅବସରରେ କୋଲକାତାରେ ସଜା ହୋଇଥିବା ଏକ ପେଣ୍ଡାଲରେ ତାଙ୍କର ମୂର୍ତ୍ତି ପ୍ରଦର୍ଶିତ କରାଯାଇଥିଲା। ଇନଷ୍ଟାଗ୍ରାମ ଠାରୁୁ ନେଇ ସୋସିଆଲ ମିଡିଆର ଅଲଗା ଅଲଗା ପ୍ଲାଟଫର୍ମରେ ଏବେ ବି ଏହି ଗୀତର ଜଲଓ୍ଵା ରହିଛି। ଏହି ଗୀତରେ ଲୋକମାନେ ଅନେକ ରିଲ୍‌ କରିଛନ୍ତି ଆପଣ ବି ବନାଇଥିବେ। ଆଉ ଏବେ ଏଥିରୁ ବାଦ୍‌ ପଡିନାହାଁନ୍ତି ପୋଲିସ୍‌ କର୍ମଚାରୀ।

ଏବେ ସୋସିଆଲ ମିଡିଆ ପ୍ଳାଟଫର୍ମରେ ପୋଲିସ ବାବୁଙ୍କର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କର ମନୋରଞ୍ଜନ ହୋଇଯିବ। ଆପଣଙ୍କ ଚେହେରାରେ ନିହାତି ଭାବେ ସ୍ମାଇଲ୍‌ ଆସିଯିବ। ଏହି ୧୫ ସେକେଣ୍ଡର ଭିଡିଓରେ ଆପଣ ଦେଖିପାରିବେ ଯେ ୫ ଜଣ ପୋଲିସ ଅଫିସର ‘କଚ୍ଚା ବାଦାମ’ ଗୀତରେ ବହୁତ ସୁନ୍ଦର ଭାବେ ଡ୍ୟାନ୍ସ କରୁଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ଅନ୍ୟ ଚାରି ଜଣ ପୁରୁଷ ଅଛନ୍ତି। ଏମାନଙ୍କ ଡ୍ୟାନ୍ସ ଦେଖିବାକୁ ଏତେ କ୍ୟୁଟ୍‌ ଲାଗୁଛି ଯେ ଆପଣ ଏକଦମ୍‌ ଖୁସ୍‌ ହୋଇଯିବେ ଭିଡିଓ ଦେଖିଲେ। ସବୁଠାରୁ ଆପଣ ଭିଡିଓରେ ବାମ ଏବଂ ଡାହାଣ ପାଖରେ ଛିଡା ହୋଇଥିବା ପୋଲିସବାବୁ ଏମିତି ଡ୍ୟାନ୍ସ ଷ୍ଟେପ୍ସ କରୁଛନ୍ତି ଯେ ଯାହାକୁ ଦେଖିଲେ ଆପଣ ନିଜ ହସକୁ କଣ୍ଟ୍ରୋଲ କରିପାରିବେନି।

ଭିଡିଓ ଦେଖି କିଛି ଲୋକଙ୍କୁ ପୋଲିସ ବାବୁଙ୍କ ଏହି ଡ୍ୟାନ୍ସ କ୍ୟୁଟ ଲାଗୁଥିବାବେଳେ ଆଉ କିଛି ଜଣଙ୍କୁ ଏହି ଭିଡିଓ ତାଙ୍କ ଦିନ ବନାଇଦେଲା ବୋଲି କହୁଛନ୍ତି। ଏହି ଭିଡିଓକୁ ଟ୍ଵିଟରରେ ସେୟାର କରାଯାଇଥିବାବେଳେ ଏବେ ସୁଦ୍ଧା ୩୫ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିସାରିଲେଣି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି କ୍ଲିପକୁ ସେୟାର କରି ୟୁଜର ଲେଖିଛନ୍ତି-ଖାକିଙ୍କୁ କାହିଁକି ମସ୍ତି କରିବା ଉଚିତ ନୁହେଁ। ସବୁଠାରୁ ବାମ ଏବଂ ଡାହାଣ ପୋଲିସଙ୍କୁ ତ ନିଶ୍ଚୟ ଦେଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.