Below header

ଯୁଦ୍ଧର ୨୭ ଦିନରେ ରୁଷ୍‌ର ଘନ ଘନ ଆକ୍ରମଣ; ମସ୍କୋ ଉପରେ ଚାପ ପକାଇବାକୁ ୟୁକ୍ରେନ୍‌ର ପ୍ରୟାସ

ନୂଆଦିଲ୍ଲୀ :  ଯୁଦ୍ଧର ୨୭ ଦିନରେ ରୁଷ୍‌ର ଘନ ଘନ ଆକ୍ରମଣ। ୟୁକ୍ରେନ୍‌ର ବିଭିନ୍ନ ସହରରେ ବୋମା ବର୍ଷା ଜାରି ରଖିଛି ପୁଟିନ୍‌ ସେନା । ୟୁକ୍ରେନ୍‌ ମଧ୍ୟ ଜବାବୀ ହମ୍‌ଲା କରୁଛି । ଯୁଦ୍ଧ ଘମାଘୋଟ ମଧ୍ୟରେ ଶାନ୍ତିର ରାସ୍ତା ଖୋଜା ଚାଲିଛି । ଯୁଦ୍ଧ ବନ୍ଦ କରିବାକୁ ପୁଣି ଥରେ ଆଲୋଚନାର ପ୍ରସ୍ତାବ ଦେଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍ସକି । ରୁଷ୍‌ ସହ ସମସ୍ତ ବ୍ୟବସାୟ ବନ୍ଦ କରିବାକୁ ୟୁରୋପକୁ ଆହ୍ଵାନ କରିଛନ୍ତି ଜେଲେନ୍ସକି ।

ଯୁଦ୍ଧ ବିରାମ ଲଗାଇବାକୁ ମସ୍କୋ ଉପରେ ଚାପ ପକାଇବାକୁ ପ୍ରୟାସ ଆରମ୍ଭ କରିଛି ୟୁକ୍ରେନ୍‌ । ମାରୁୟୁପୋଲରେ ମାନବିକ ସାମଗ୍ରୀ ଯୋଗାଇବା ଏବଂ ସାଧାରଣ ନାଗରିକଙ୍କୁ ଛାଡିବାକୁ ରୁଷକୁ ଆବେଦନ କରିଛି ୟୁକ୍ରେନ୍‌ । ସାଧାରଣ ନାଗରିକଙ୍କ ପାଇଁ ମାନବୀୟ କରିଡର ଖୋଲିବାକୁ ଦାବି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.