‘ପୁଷ୍ପା ୨’ର ଆଇଟମ୍‌ ଗୀତରେ ସାମନ୍ଥାଙ୍କୁ ରିପ୍ଲେସ୍‌ କରିବେ ଏହି ଅଭିନେତ୍ରୀ, ସ୍ପଷ୍ଟ କଲେ ନିର୍ମାତା

ଅଲ୍‌ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ସୁପରହିଟ୍‌ ହୋଇଛି। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ମୋଟା ଅଙ୍କର ରୋଜଗାର କରିଛି। ସିନେମା ହଲ୍‌ ପରେ ଏବେ ଓଟିଟିରେ ବି ପୁଷ୍କାକୁ ଦର୍ଶକେ ଖୁବ୍‌ ପସନ୍ଦ କରୁଛନ୍ତି। ପୁଷ୍କାରେ ଅଲ୍ଲୁଙ୍କ ସହ ରଶ୍ମିକା ମନ୍ଦାନା ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ। ଏବେ ଫିଲ୍ମର ଦ୍ୱିତୀୟ ପାର୍ଟକୁ ଫ୍ୟାନ୍‌ମାନେ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ପୁଷ୍ପାରେ ଅଲ୍‌ଲୁ ଅର୍ଜୁନ୍‌ଙ୍କ ସହ ସାମନ୍ଥା ରୁଥ ପ୍ରଭୁର ଆଇଟମ୍‌ ଗୀତରେ ଧମାଲ କରିଥିଲେ। ଉ ଅନ୍ତାବା ଗୀତକୁ ଏବେ ବି ଦର୍ଶକେ ପସନ୍ଦ କରୁଛନ୍ତି। ଫିଲ୍ମର ଦ୍ୱିତୀୟ ପାର୍ଟରେ ବି ସାମନ୍ଥାଙ୍କୁ ଦେଖିବାକୁ ଦର୍ଶକେ ଅପେକ୍ଷା କରିଛନ୍ତି। କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ ପୁଷ୍ପାର ଦ୍ୱିତୀୟ ପାର୍ଟରେ ସାମନ୍ଥା ଆଇଟମ୍‌ ଡ୍ୟାନ୍ସ କରିବେ ନାହିଁ।

ରିପୋର୍ଟ ମୁତାବକ, ସାମନ୍ଥାଙ୍କୁ ବଲିଉଡ୍‌ ଅଭିନେତ୍ରୀ ଦିଶା ପାଟନୀ ରିପ୍ଲେସ୍‌ କରୁଛନ୍ତି। ଦିଶାଙ୍କୁ ଫିଲ୍ମର ପ୍ରଥମ ପାର୍ଟରେ ବି ଆଇଟମ୍‌ ଗୀତର ଅଫର ମିଳିଥିଲା। କିନ୍ତୁ ସେତେବେଳେ ସେ ମନା କରି ଦେଇଥିଲେ। ଏଣୁ ସାମନ୍ଥାଙ୍କୁ ଏହା ଅଫର ଦିଆଯାଇଥିଲା। କିନ୍ତୁ ଏବେ ଦ୍ୱିତୀୟ ପାର୍ଟ ପାଇଁ ଦିଶା ରାଜି ହୋଇଛନ୍ତି।

ପୁଷ୍ପାର ଡାଇରେକ୍ଟର ସୁକୁମାର ପୁଷ୍ପା ୨ରେ କିଛି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ସାମନ୍ଥାଙ୍କ ଜାଗାରେ ଦିଶା ପାଟନୀଙ୍କୁ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିବ। ନିକଟରେ ଏକ ଆଓ୍ଵାର୍ଡ ଶୋ’ରେ ସାମନ୍ଥା କହିଥିଲେ ଯେ ତାଙ୍କ ଆଇଟମ୍‌ ଗୀତ କେବଳ ତେଲୁଗୁ ଅଡିଏନ୍ସ ନୁହେଁ, ବରଂ ପୂରା ଦେଶକୁ ପସନ୍ଦ ଆସିଛି। ଲୋକମାନେ ମୋର ଅନ୍ୟ ଫିଲ୍ମକୁ ଭୁଲି ଯାଇ କେବଳ ଏହି ଗୀତ ପାଇଁ ମନେ ରଖିଛନ୍ତି। ଏହା ତାଙ୍କ ପାଇଁ ଏକ ଗର୍ବର କଥା ବୋଲି କହିଛନ୍ତି ସାମନ୍ଥା।

Also Read: ଓଟିଟିରେ ଆସିଗଲା ‘୮୩’, ଏବେ ଘରେ ବସି ଦେଖିପାରିବେ ରଣବୀର ସିଂହଙ୍କ ଦମ୍‌ଦାର ଫିଲ୍ମ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.