ଅର୍ଚ୍ଚନା ପୁରଣ ସିଂହଙ୍କ ଖୁବଜୋରରେ ମଜାକ ଉଡ଼ାଇଲେ କପିଳ ଶର୍ମା, କେମିତି ଥରେ ଜାଣି ରଖନ୍ତୁ

ଲୋକପ୍ରିୟ କମେଡିଆନ କପିଳ ଶର୍ମା ପ୍ରାୟ ସବୁ ସମୟରେ ଚର୍ଚ୍ଚାରେ ରୁହନ୍ତି  । କେତେବେଳେ ରିଅଲିଟି ଶୋ’ “ଦ କପିଲ ଶର୍ମା ଶୋ’କୁ ନେଇ ହଉ ଅବା କେତେବେଳେ କାହା ସହିତ କଥା କଟାକଟିକୁ ନେଇ ହେଉ  । ପ୍ରାୟ ସବୁ ସମୟରେ ମିଡିଆରେ କପିଳଙ୍କୁ ନେଇ ଚର୍ଚ୍ଚା ଧରେ  । ଏବେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚାରେ ଅଛନ୍ତି କପିଳ  । ପ୍ରକୃତରେ ପପୁଲାର କମେଡି ଶୋ’ “ଦ କପିଲ ଶର୍ମା ଶୋ’ରେ ନବଜ୍ୟୋତ୍ ସିଂହ ସିଡ଼ଧୁ ଜଜ କରୁଥିଲେ  । ଆଉ ଏବେକା ସମୟରେ ସେ ଶୋ’ ରେ ଅଂଶୀଦାର ନଥିଲେ ସୁଦ୍ଧା ବେଳେବେଳେ କପିଳଙ୍କ ଏହି ଶୋ’ରେ ତାଙ୍କ ନାଁ ପଡିବା ସହିତ ତାଙ୍କ ବିଷୟରେ ଢ଼େର ଆଲୋଚନା ବି ହୁଏ  । ଅର୍ଚ୍ଚନା ପୁରନ ସିଂହ ଓ କପିଳଙ୍କ ମଧ୍ୟରେ ସିଧୁଙ୍କ ନାଁରେ ମସ୍ତି ହେଉଥିବା ଦେଖାଦେଇଛି  । ଏବେ ଭାଇରଲ ହେଉଥିବା ଏକ ଭିଡିଓରେ କପିଳ ଶର୍ମା ଅର୍ଚ୍ଚନା ପୁରନ ସିଂହଙ୍କ ଉପରେ ସିଧୁଙ୍କ ଖାଦ୍ୟ ଅଭ୍ୟାସକୁ ନେଇ କମେଡି କରୁଛନ୍ତି କପିଳ  । କପିଳଙ୍କ ଏହି ଆରୋପକୁ ନେଇ ନିଜେ ଅର୍ଚ୍ଚନା ବି କିଛି ସମୟ ପାଇଁ ହତାବକ ହୋଇଯାଇଥିଲେ  । ଆଉ ମଧ୍ୟ କପିଳ ଅର୍ଚ୍ଚନାକୁ ପଚାରିଛନ୍ତି କଣ ସେ ଶୋ’ କୁ ଆସୁଥିବା ସମସ୍ତ ସେଲିବ୍ରିଟି ମାନଙ୍କୁ ଜାଣନ୍ତିକି  । ଆଉ ଖୁବ ମଜାଳିଆ ଅନ୍ଦାଜରେ ଜବାବ ଦେଇଛନ୍ତି ଅର୍ଚନା  ।

 

ସେ କହିଛନ୍ତିକି, ହଁ ବିଲକୁଲ ଏଠିକି ଆସୁଥିବା ସମସ୍ତ ପ୍ରତିଯୋଗୀଙ୍କୁ ମୁଁ ଭଲରେ ଚିନ୍ହିଛି  । ଆଉ ଏହାର ଠିକ ପରେ ପରେ କପିଳଙ୍କ କମେଡି ଆରମ୍ଭ ହୋଇଗଲା  । ଅର୍ଚ୍ଚନାଙ୍କୁ ଲକ୍ଷ କରି ସେ କହିଛନ୍ତିକି- ଖାଦ୍ୟପେୟ ବାବଦରେ ଅର୍ଚ୍ଚନାଙ୍କୁ ବେଶ ଭଲ ଭାବରେ ଜଣା  । ଆଉ ସବୁ ସମୟରେ ଅର୍ଚ୍ଚନା କେବଳ ବିଭିନ୍ନ ପ୍ରକାର ଖାଦ୍ୟ ବାବଦରେ ହିଁ ଆଲୋଚନା କରିଥାନ୍ତି  । ଏମିତିକି ଏକ ସମୟରେ ସିଧୁଙ୍କୁ ବି ନିଜ ଖାଦ୍ୟ ଜାଲରେ ଫସାଇ ସାରିଛନ୍ତି ଅର୍ଚ୍ଚନା  । କପିଳଙ୍କ ମୁହଁରୁ ଏକଥା ଶୁଣି କିଛି ସମୟ ପାଇଁ ତାଯୁବ ହୋଇଯାଇଛନ୍ତି ଅର୍ଚ୍ଚନା  । ଆଉ ଅଜାଣତରେ ତାଙ୍କ ପାଟିରୁ ବାହାରି ଆସିଛି- Haww  । ଆଉ ଏହା ପରେ ଅର୍ଚ୍ଚନା ଜୋରଜୋରସେ ହସିବାକୁ ଲାଗିଲେ  । ଏହି ଶୋ’ ରେ ସେଫ ସଂଜୀବ କପୁର, କୁନାଲ କପୁର ଓ ରଣବୀର ବରାର କପିଳଙ୍କ ସ୍ୱାଗତ କରିଛନ୍ତି  । ଅତିଥିଙ୍କ ସ୍ୱାଗତ କରିବା ପରେ ଅର୍ଚ୍ଚନା ପୁଣି ଥରେ ଜୋରରେ ହସିବାକୁ ଲାଗିଲେ  । କପିଳଙ୍କ ଏହି ଶୋ’ରେ ଶେଫ ମାନଙ୍କ ସହିତ ହୋଇଥିବା ଏହି ମସ୍ତି ଖୁବ ମଜାଦାର ଥିଲା  । ଶୋ’କୁ ବି ଖୁବ ପସନ୍ଦ କରାଯାଇଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.