ପ୍ରଚାରର ଶେଷ ଦିନରେ କମ୍ପିଲା ରାଜଧାନୀ ; ଡୋର୍ ଟୁ ଡୋର୍ ବୁଲି ଭୋଟ ମାଗିଲେ ପ୍ରାର୍ଥୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପ୍ରଚାରର ଶେଷ ଦିନରେ ଦୁଲୁକିଥିଲା ରାଜଧାନୀ । ଦିନ ତମାମ ଲାଗିଥିଲା ରୋଡ ସୋ, ବାଇକ ରାଲି ଏବଂ ପଦଯାତ୍ରା । ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ସବୁ ଦଳ କରିଥିଲେ କସରତ । ଭୋଟର ହିଁ ଆସନ୍ତା ୨୪ ତାରିଖରେ କରିବେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ । ଭୁବନେଶ୍ୱରରେ ମେୟର ପଦବୀ ପାଇଁ ଲଢୁଛନ୍ତି ୧୨ ଜଣ । କିନ୍ତୁ ମଇଦାନରେ ପ୍ରକୃତ ଲଢେଇ ହେଉଛି ୩ ଦଳର ମେୟର ପ୍ରାର୍ଥୀଙ୍କ ଭିତରେ । ଜୋରଦାର ପ୍ରଚାର କରି ଭୋଟ ମାଗିଛି ବିଜେଡି ।

କଂଗ୍ରେସ ବସ୍ତି ଭୋଟରଙ୍କୁ ଫୋକସରେ ରଖିଥିବା ବେଳେ ବିଜେପି ଆଜି ପଦଯାତ୍ରା କରି ଶେଷ ଦିନରେ ନିଜର ପତିଆରା ଦେଖାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମେୟର ପ୍ରାର୍ଥୀ ଓ କର୍ପୋରେଟରଙ୍କୁ ସଙ୍ଗରେ ଧରି କରିଥିଲେ ପଦଯାତ୍ରା । ତିନି ପ୍ରମୁଖ ରାଜନୈତିକ ଦଳଙ୍କୁ କଡା ଟକ୍କର ଦେଇ ସ୍ୱାଧୀନ ଏବଂ ଆପ୍‌ର ମେୟର ପ୍ରାର୍ଥି ମଧ୍ୟ ଘରକୁ ଘର ବୁଲି କରିଥିଲେ ଭୋଟ ଭିକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.