Categories: ସ୍ପେଶାଲ

ଗଧ କ୍ଷୀରରେ ସାବୁନ୍ ତିଆରି କରୁଛନ୍ତି ଏହି ମହିଳା ବ୍ୟବସାୟୀ , ଯାହାର ବିଦେଶରେ ରହିଛି ବହୁତ ଚାହିଦା

ଆପଣ ବିଭିନ୍ନ ପଶୁମାନଙ୍କ କ୍ଷୀରର ଉପକାରୀ ଗୁଣ ବିଷୟରେ ଜାଣିଥିବେ । କିନ୍ତୁ ଏବେ ଗଧର କ୍ଷୀର ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ମହିଳା ଚାଷୀ ଏହି କ୍ଷୀରକୁ ବ୍ୟବହାର କରି ନିଜର ଏକ ନୂତନ ପରିଚୟ ତିଆରି କରିଛନ୍ତି । ଏବେ ଏହି କ୍ଷୀରର ଚାହିଦା ବିଦେଶରେ ମଧ୍ୟ ପହଁଚିଲାଣି । ଏହାର ଉତ୍ପାଦନକୁ ମଧ୍ୟ ବହୁତ ପସନ୍ଦ କରାଯାଉଛି । କହିବାକୁ ଗଲେ ଏବେ ଚଣ୍ଡିଗଡରେ ୬ଜଣ ମହିଳା ଏକ ପ୍ରଦର୍ଶନୀର ପ୍ରସ୍ତୁତି କରିଛନ୍ତି । ଏହି ପ୍ରଦର୍ଶନୀରେ ଦେଶ ଭିତରୁ ବହୁତ ମହିଳା ବ୍ଯବସାୟୀ ମାନେ ଏକତ୍ରୀତ   ହୋଇଛନ୍ତି ।

ଏହି ପ୍ରଦର୍ଶନୀର ସସ୍ଥାପକ ପୂଜା କୌଲ ଗଧ କ୍ଷୀରରେ ସାବୁନ ପ୍ରସ୍ତୁତ କରିଛନ୍ତି । ଏହି ସାବୁନ ପାଞ୍ଚ ପ୍ରକାରର ତେଲ ଏବଂ ଗଧ କ୍ଷୀରକୁ ମିଶାଇକି ପ୍ରସ୍ତୁତ କରାଯାଇଛି। ଏଥିପାଇଁ ପୂଜା ଗଧ ପାଳନ କରୁଥିବା ଚାଷୀମାନଙ୍କ ସହିତ ସମ୍ପର୍କ କରିଥାନ୍ତି । ଏବଂ ସେମାନଙ୍କଠାରୁ କ୍ଷୀର କିଣିଥାନ୍ତି । ଏହା ଦ୍ବାରା ଚାଷୀମାନଙ୍କର ମଧ୍ୟ ଭଲ ଆୟ ହୋଇଥାଏ । ଏହି ପ୍ରଦର୍ଶନୀର ଆୟୋଜନ ମହିଳା ଏବଂ ଶୁଶୁ ବିକାଶ ମନ୍ତ୍ରଳୟ ଦ୍ବାରା କରାଯାଇଛି ।

ଆନ୍ଧ୍ରପ୍ରଦେଶରେ ଏକ ଚାମଚ ଗଧ କ୍ଷୀର ୫୦ ଟଙ୍କାରେ ବିକ୍ରୀ ହୋଇଥିବାବେଳେ ଏକ ଲିଟରକୁ ୨ହଜାର ଟଙ୍କାରେ ବିକ୍ରୀ କରାଯାଇଥାଏ । ପୂଜା ଦିଲ୍ଲୀରୁ ଏହି ପ୍ରଦର୍ଶନୀକୁ ଆସୁଛନ୍ତି । ସେ କହିଛନ୍ତି ଏହି ସାବୁନ ୟୁରୋପିଆନ୍ ଦେଶ ମାନଙ୍କରେ ବହୁତ ପ୍ରସିଦ୍ଧ ଏବଂ ସେଠାକାର ଲୋକ ଏହି ଗଧ କ୍ଷୀରରୁ ତିଆରି ସାବୁନରେ ଗାଧୋଇଥାନ୍ତି । ଭାରତରେ ଗଧକୁ କେବଳ ବୋଝ ନବା ଆଣିବାରେ ବ୍ୟବହାର କରାଯାଇଥାଏ । ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଗଧ ପାଳନ କରୁଥିବା ବ୍ୟକ୍ତିମାନଙ୍କ ସହିତ ସେ ଏନେଇ ସମ୍ପର୍କ କରି ସଚେତନ କରିଥିବା କହିଛନ୍ତି ।

ଭାରତରେ ପ୍ରଥମ ଥର ଏହିପରି ଏକ କନସେପ୍ଟ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୫୦୦ ସାବୁନ୍ ବିକ୍ରୀ ହୋଇଥିବା ପୂଜା କହିଛନ୍ତି। ବିଦେଶରେ ଏହି ସାବୁନକୁ ପଠାଯାଇଥାଏ । ଗଧ ପାଳକମାନଙ୍କ ରୋଜକାର ମଧ୍ୟ ଏଥିପାଇଁ ବଢିବାରେ ଲାଗିଛି । ଲୋକେ ଏହି ସାବୁନକୁ ବହୁତ ଭାବେ ପସନ୍ଦ କରୁଛନ୍ତି । ଆଗାମୀ ଦିନରେ ସେ ଏଥିରୁ ଫେସୱାସ୍, ଫେସକ୍ରିମ ଏବଂ ମୋଶ୍ଚରାଜର ପ୍ରସ୍ତୁତ କରିବାକୁ ଯାଉଥିବା କହିଛନ୍ତି ।

Sonalisa

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

5 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

7 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

7 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

9 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

10 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

10 hours ago