Below header

ଗଧ କ୍ଷୀରରେ ସାବୁନ୍ ତିଆରି କରୁଛନ୍ତି ଏହି ମହିଳା ବ୍ୟବସାୟୀ , ଯାହାର ବିଦେଶରେ ରହିଛି ବହୁତ ଚାହିଦା

ଆପଣ ବିଭିନ୍ନ ପଶୁମାନଙ୍କ କ୍ଷୀରର ଉପକାରୀ ଗୁଣ ବିଷୟରେ ଜାଣିଥିବେ । କିନ୍ତୁ ଏବେ ଗଧର କ୍ଷୀର ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ମହିଳା ଚାଷୀ ଏହି କ୍ଷୀରକୁ ବ୍ୟବହାର କରି ନିଜର ଏକ ନୂତନ ପରିଚୟ ତିଆରି କରିଛନ୍ତି । ଏବେ ଏହି କ୍ଷୀରର ଚାହିଦା ବିଦେଶରେ ମଧ୍ୟ ପହଁଚିଲାଣି । ଏହାର ଉତ୍ପାଦନକୁ ମଧ୍ୟ ବହୁତ ପସନ୍ଦ କରାଯାଉଛି । କହିବାକୁ ଗଲେ ଏବେ ଚଣ୍ଡିଗଡରେ ୬ଜଣ ମହିଳା ଏକ ପ୍ରଦର୍ଶନୀର ପ୍ରସ୍ତୁତି କରିଛନ୍ତି । ଏହି ପ୍ରଦର୍ଶନୀରେ ଦେଶ ଭିତରୁ ବହୁତ ମହିଳା ବ୍ଯବସାୟୀ ମାନେ ଏକତ୍ରୀତ   ହୋଇଛନ୍ତି ।

puja1ଏହି ପ୍ରଦର୍ଶନୀର ସସ୍ଥାପକ ପୂଜା କୌଲ ଗଧ କ୍ଷୀରରେ ସାବୁନ ପ୍ରସ୍ତୁତ କରିଛନ୍ତି । ଏହି ସାବୁନ ପାଞ୍ଚ ପ୍ରକାରର ତେଲ ଏବଂ ଗଧ କ୍ଷୀରକୁ ମିଶାଇକି ପ୍ରସ୍ତୁତ କରାଯାଇଛି। ଏଥିପାଇଁ ପୂଜା ଗଧ ପାଳନ କରୁଥିବା ଚାଷୀମାନଙ୍କ ସହିତ ସମ୍ପର୍କ କରିଥାନ୍ତି । ଏବଂ ସେମାନଙ୍କଠାରୁ କ୍ଷୀର କିଣିଥାନ୍ତି । ଏହା ଦ୍ବାରା ଚାଷୀମାନଙ୍କର ମଧ୍ୟ ଭଲ ଆୟ ହୋଇଥାଏ । ଏହି ପ୍ରଦର୍ଶନୀର ଆୟୋଜନ ମହିଳା ଏବଂ ଶୁଶୁ ବିକାଶ ମନ୍ତ୍ରଳୟ ଦ୍ବାରା କରାଯାଇଛି ।

puja3ଆନ୍ଧ୍ରପ୍ରଦେଶରେ ଏକ ଚାମଚ ଗଧ କ୍ଷୀର ୫୦ ଟଙ୍କାରେ ବିକ୍ରୀ ହୋଇଥିବାବେଳେ ଏକ ଲିଟରକୁ ୨ହଜାର ଟଙ୍କାରେ ବିକ୍ରୀ କରାଯାଇଥାଏ । ପୂଜା ଦିଲ୍ଲୀରୁ ଏହି ପ୍ରଦର୍ଶନୀକୁ ଆସୁଛନ୍ତି । ସେ କହିଛନ୍ତି ଏହି ସାବୁନ ୟୁରୋପିଆନ୍ ଦେଶ ମାନଙ୍କରେ ବହୁତ ପ୍ରସିଦ୍ଧ ଏବଂ ସେଠାକାର ଲୋକ ଏହି ଗଧ କ୍ଷୀରରୁ ତିଆରି ସାବୁନରେ ଗାଧୋଇଥାନ୍ତି । ଭାରତରେ ଗଧକୁ କେବଳ ବୋଝ ନବା ଆଣିବାରେ ବ୍ୟବହାର କରାଯାଇଥାଏ । ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଗଧ ପାଳନ କରୁଥିବା ବ୍ୟକ୍ତିମାନଙ୍କ ସହିତ ସେ ଏନେଇ ସମ୍ପର୍କ କରି ସଚେତନ କରିଥିବା କହିଛନ୍ତି ।

puja2ଭାରତରେ ପ୍ରଥମ ଥର ଏହିପରି ଏକ କନସେପ୍ଟ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୫୦୦ ସାବୁନ୍ ବିକ୍ରୀ ହୋଇଥିବା ପୂଜା କହିଛନ୍ତି। ବିଦେଶରେ ଏହି ସାବୁନକୁ ପଠାଯାଇଥାଏ । ଗଧ ପାଳକମାନଙ୍କ ରୋଜକାର ମଧ୍ୟ ଏଥିପାଇଁ ବଢିବାରେ ଲାଗିଛି । ଲୋକେ ଏହି ସାବୁନକୁ ବହୁତ ଭାବେ ପସନ୍ଦ କରୁଛନ୍ତି । ଆଗାମୀ ଦିନରେ ସେ ଏଥିରୁ ଫେସୱାସ୍, ଫେସକ୍ରିମ ଏବଂ ମୋଶ୍ଚରାଜର ପ୍ରସ୍ତୁତ କରିବାକୁ ଯାଉଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.